ପୋଲସରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପୋଲସରା : ପୋଲସରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥେôର ଖଲ୍ଲିକୋଟ ଶଙ୍କୁଳ ସ୍ତରରେ ପୋଲସରା ଶିଶୁମନ୍ଦିର ସମେତ ଖଲ୍ଲିକୋଟ, ବିକ୍ରମପୁର, ବି.ଏନ୍‌.ପୁର, ବେଗୁନିଆପଡ଼ା, ଲଙ୍ଗେଳଶ୍ୱର, କୋଦଳା, ତାଳସର ପ୍ରଭୃତି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ମୋଟ ୨୪୦ ଜଣ ଚତୁର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପରିବେଶ, ସ୍ୱାସ୍ଥ୍ୟ, ପରିମଳ, ଗଣିତ, ବିଜ୍ଞାନ, କୃଷି, ସଡକ ନିରାପତା, ଗମନାଗମନ ଇତ୍ୟାଦି ବିଷୟ ଉପରେ ଆଧାରିତ ପ୍ରକଳ୍ପଗୁଡିକ ଜରିଆରେ ପ୍ରତେିଯାଗିତାରେ ଭାଗ ନେଇ ନିଜ ନିଜର ମେଧାଶକ୍ତି ଏବଂ ଦକ୍ଷତାର ପରିଚୟ ଦେବାର ସୁଯୋଗ ପାଇଥିଲେ । କାର୍ଯ୍ୟକ୍ରମଟିକୁ ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପି.କୁମାର ପ୍ରଧାନ ଉଦ୍‌ଘାଟକ ଭାବେ ଯୋଗଦେଇ ମାତା ସରସ୍ୱତୀ, ଭାରତମାତା, ଓମ୍ ଫେଟା ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସଭାପତି ବିଭୁତି ଭୁଷଣ ପାତ୍ରଙ୍କ ସମେତ ସମ୍ମାନିତ ଅତିଥି ଭୋବ ଶଙ୍କୁଳ ପ୍ରମୁଖ ଅଶ୍ୱିନୀ କୁମାର ପ୍ରହରାଜ, ସହସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଉପଦେଷ୍ଟା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସମ୍ପାଦକ ଅରୁଣ କୁମାର ଜେନା, ଉପସଭାପତି ପ୍ରମୁଖ କୁମାର ପ୍ରଧାନ ଉପେଦଷ୍ଟା କୃପାସିନ୍ଧୁ ପଟ୍ଟନାୟକ ଓ ସଟ୍ଟେଯାଜିକା ସୌଦାମିନୀ ଦେବୀ ପ୍ରମୁଖ ଉପସ୍ଥିତ ରହି ସହେଯାଗ କରିଥିଲେ । ଛାତ୍ରୀମାନେ ସାମୁହିକ ସରସ୍ୱତୀ ବନ୍ଦନା, ଶ୍ରୀ ଗଣେଷ ବନ୍ଦନା, ଗୁରୁ ବନ୍ଦନା ଓ ଶାନ୍ତି ମନ୍ତ୍ର ଗାନ କରିଥିଲେ । ଏହି ଅବସରରେ ବିଇଓ ସଂକ୍ଷିପ୍ତ ଅଭିଭାଷଣ ପ୍ରସଂଗରେ ଉପସ୍ଥିତ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଆନ୍ତରିକ ଶେୁଭଚ୍ଛା ଏବଂ ଧନ୍ୟବାଦ ଦେବା ସହ ଏହିଭଳି ମେଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମେଧା ଏବଂ ବୌଦ୍ଧିକ ଜ୍ଞାନ ଶକ୍ତିର ବିକାଶ ଘଟିବାର ସୁଗେ।।ଗ ମିଳିଥାଏ ଯାହା ଫଳରେ ଉପଯୁକ୍ତ ଶିକ୍ଷା ମାଧ୍ୟମରେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେବାର ସୁଯୋଗ ସୃଷ୍ଟି ହୋଇଥାଏ । କିନ୍ତୁ ଏଥିପାଇଁ ଗୁରୁ ଏବଂ ଅଭିଭାବକ ଉଭୟେ ବିଶେଷ ଯତ୍ନବାନ ହୋଇ ନିଜ ନିଜର ପିଲାମାନଙ୍କ ଉଚିତ ଦାୟିତ୍ୱ ନିର୍ବାହ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିବା ବେଳେ ଅନ୍ୟ ଅତିଥିମାନେ ମଧ୍ୟ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥେôଲ । ଅତିଥିମାନେ ପ୍ରଦେଶ ମେଳା ବୁଲି ଦେଖି କିଛି ପ୍ରତେିଯାଗୀମାନଙ୍କ ଠାରୁ ପ୍ରଶ୍ନ ପଚାରି ବୁଝିଥିବାର ଦେଖିବାକୁ ମିଳିଥିଲା । ଶେଷରେ ଦିପାଞ୍ଜଳି ପଣ୍ଡା, ରାମକୃଷ୍ଣ ବେହେରା ନାରାୟଣ ନାୟକ, ଅନିଲ୍ ଖଟେଇ, ଦିଗାମ୍ବର ହୋତା, ମଳୟ ସାହୁ, ବିଶ୍ୱନାଥ ଚୌଧୁରୀ, ବିଭୁତି ସାହୁ, ମିନତୀ ପାଢୀ, ଶାରଦା କୁମାରୀ ପାତ୍ର, ଗୀତା ବିଷୋୟୀ, ଅମରେଶ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ଓ ବଳରାମ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଦ୍ୱାରା ବିଚାର କରାଯାଇ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ୩୪ ଜଣ ପ୍ରତିଯୋଗୀଙ୍କ ନାମକୁ ଚୟନ କରାଯାଇ ଆଗାମୀ ଦିନେର ଆସ୍କା ଠୋର ହେବାକୁ ଥିବା ଜିଲ୍ଲା ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବାକୁ ମନୋନୀତ କରିଥିଲେ । ପ୍ରତି ମେଳାରେ ଭାଗ ନେଇଥିବା ସମସ୍ତ ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିକାଶ ସମିତି, ଓଡିଶା ତରଫରୁ ପ୍ରମାଣପତ୍ର ଦିଆଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ୟ ସନ୍ତୋଷ କୁମାର ପାଢୀ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ସ୍ୱାଗତ କରିବା ପରେ ମଂଚାସୀନ ଅତିଥିମାନଙ୍କୁ ଉପଢୌକନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ସମ୍ପାଦକ ଅରୁଣ କୁମାର ଜେନା ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ । ଶିଶୁ ମନ୍ଦିରର ଅନ୍ୟ ସମସ୍ତ ଗୁରୁ, ଗୁରୁମା, କମର୍ଚାରୀ ଏବଂ ଅଭିଭାବକ ମଣ୍ଡଳୀ ଉପସ୍ଥିତ ରହି ସହଯୋଗ କରିଥେôଲ ।

Leave a Reply

Your email address will not be published. Required fields are marked *