Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶ ବିଭାଜନର ଯନ୍ତ୍ରଣା କେବେହେଲେ ଭୁଲି ହେବ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶ ବିଭାଜନର ଯନ୍ତ୍ରଣା କେବେହେଲେ ଭୁଲି ହେବ ନାହିଁ


ଭୁବନେଶ୍ୱର ; ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ଦେଶ ବିଭାଜନ ସମୟରେ ହୋଇଥିବା ହିଂସା ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ନିର୍ଦ୍ଦୋଶ ଲୋକ ମୃତ୍ୟୁବରଣ କରିବା ସହ ୧ କୋଟି ୭୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ । ଏତିକିରେ ସୀମିତ ରହିନଥିଲା ବିଭାଜନର ବିଭିଷିକା । ଏହି ସମୟରେ ମହିଳାମାନେ ଅତ୍ୟାଚାର, ଦୁଷ୍କର୍ମ, ଅସହ୍ୟ ଓ ମାନସିକ ଯନ୍ତ୍ରଣାରେ ଶିକାର ହୋଇଥିଲେ । ବିଶ୍ୱର ଅନ୍ୟ କୌଣସି କ୍ଷେତ୍ରରେ ଏତେ ଲୋକଙ୍କ ପ୍ରାଣ ଯାଇନଥିଲା କି ଲୋକେ ଭିଟାମାଟି ଛାଡିନଥିଲେ । ଭାରତ ପାକିସ୍ଥାନ ବିଭାଜନ ସମୟରେ ଘୃଣା ଓ ହିଂସା କାରଣରୁ ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନେ ବିସ୍ଥାପିତ ହେବା ସହ ନିଜ ଜୀବନ ମଧ୍ୟ ବଳିଦାନ ଦେଇଥିଲେ । ୧୬ ଅଗଷ୍ଟ ୧୯୪୬ମସିହାରେ ମୁସଲିମ୍ ଲିଗ୍ ଦ୍ୱାରା “ଡାଇରେକ୍ଟ ଆକ୍ସନ ଡେ” କାରଣରୁ ଦେଶ ବିଭାଜନ ପରେ ମଧ୍ୟ ଦଙ୍ଗା ଲାଗି ରହିଥିଲା । ମୁସଲିମ୍ ନ୍ୟାସନାଲ ଗାର୍ଡ, ପାକିସ୍ଥାନୀ ମିଲିଟାରୀ, ମୁସ୍‌ଲିମ ଲିଗ, ସ୍ୱେଚ୍ଛାସେବୀ ସଂଗଠନ ଗୁଡିକ ଅଣମୁସଲିମମାନଙ୍କୁ ଯୋଜନାବଦ୍ଧ ଆକ୍ରମଣ କରିଥିଲେ । ବିଭାଜନ ଭୟାବହତା ଏତେ ମାତ୍ରାରେ ଥିଲା ଯେ, ଆଜି ସୁଦ୍ଧା ପାକିସ୍ଥାନ ଓ ବାଂଲାଦେଶରୁ ବହୁ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି । ଏହା ମାନବ ଇତିହାସର ସବୁଠୁ ବଡ ବିଭୀଷିକା । ଦେଶ ବିଭାଜନର ଯନ୍ତ୍ରଣା କେବେହେଲେ ଭୁଲି ହେବ ନାହିଁ ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଶ ପଣ୍ଡା କହିଛନ୍ତି । ଅଗଷ୍ଟ ୧୩ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟଠାରେ ଯୁବମୋର୍ଚ୍ଚା ତରଫରୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’କୁ ମନେ ପକାଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୁବମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ଶେଖର ରାଜ୍‌, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ବରିଷ୍ଠ ନେତା ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ରହି ଦେଶ ବିଭାଜନର ବିଭୀଷିକାକୁ ସ୍ମୃତିଚାରଣ କରିଥିଲେ ।

Leave a Reply