ବିଦ୍ୟା ଭାରତୀର ପୂର୍ବ କ୍ଷେତ୍ର ଚିନ୍ତନ ବୈଠକ

କଟକ: ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, କେଶବ ଧାମ, ଗତି ରାଉତ ପାଟଣା ପରିସରରେ ଅଗଷ୍ଟ ୧୨ ଓ ୧୩ ଦୁଇ ଦିନ ବ୍ୟାପୀ ବିଦ୍ୟାଭାରତୀ ପୂର୍ବ କ୍ଷେତ୍ରର ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କ୍ଷେତ୍ରର ଅଧ୍ୟକ୍ଷ ଡ. ଲକ୍ଷ୍ମୀକାନ୍ତ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ ଯାପନ ଉତ୍ସବରେ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶୈକ୍ଷିକ ଓ ବୈଚାରିକ ପରିବର୍ତନରେ ଚିନ୍ତନର ଆବଶ୍ୟକତା ଓ ଏଥିରେ ବୁଦ୍ଧିଜୀବିମାନଙ୍କୁ ସାମିଲ କରି ସମାଜ ପରିବର୍ତନର ମଙ୍ଗ ଧରିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିରେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ କ୍ଷେତ୍ର ମନ୍ତ୍ରୀ ଡ. ସରୋଜ କୁମାର ହାତୀ, ସହ ମନ୍ତ୍ରୀ ହେମନ୍ତ ପାଣିଗ୍ରାହୀ, ସଂଗଠନ ମନ୍ତ୍ରୀ ଦିବାକର ଘୋଷ, ସହ ସଂଗଠନ ମନ୍ତ୍ରୀ ପାର୍ଥ ଘୋଷ, ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମହାନ୍ତି, ସଂପାଦକ କମଳାକାନ୍ତ ମିଶ୍ର , ସଂଗଠନ ମନ୍ତ୍ରୀ ତାରକ ଦାସ ସରକାର ପ୍ରମୁଖ ଉପସ୍ଥିତ ରହି ୧୭ ଗୋଟି ବିଚାର ବିନ୍ଦୁ ଉପରେ ଚିନ୍ତନର ନିର୍ଯ୍ୟାସ ଉପସ୍ଥାପନ କରିଥିଲେ । ଯାହା ଆଗାମୀ କାଲିର ଶିଶୁଙ୍କୁ ପ୍ରତିଭାବାନ ଓ ସର୍ବ ସମ୍ପନ୍ନ କରିବା ଦିଗରେ ସାହାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *