Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖା ପକ୍ଷରୁ ବୃକ୍ଷରୋପଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖା ପକ୍ଷରୁ ବୃକ୍ଷରୋପଣ

ସାକ୍ଷୀଗେ।।ପଳ: ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ସ୍ଥାନୀୟ ନୂଆସୋମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଆ , ବଉଳ, ଚମ୍ପା ଫୁଲଗଛ ସହିତ ପ୍ରାୟ ୨୦ ଗୋଟି ବିଭିନ୍ନ ଚାରା ରୋପଣ କରାଯାଇଥିଲା । ପରିବେଷ ସୁରକ୍ଷାରବାର୍ତ୍ତା ଓ ବୃକ୍ଷ ହିଁ ଜୀବନ, ଗଛ, ଗଛ ଗଛ ଆଉ ସବୁ ପଛର ନାରା ଦିଆଯିବା ସହ ପିଲାଙ୍କ ମଧ୍ୟରେ ପରିବେଶ ସଚେତନତା ବାର୍ତ୍ତା ସୃଷ୍ଟି କରାଯାଇଥିଲା । ଭାତର ବିକାଶ ପରିଷଦ ସତ୍ୟବାଦୀ ଶଖାର ସମ୍ପାଦକ ନବଘନ ଶତପଥି, ଉପସଭାପତି ବିଷ୍ଣୁ ମହାରଣା, କୋଷାଧ୍ୟକ୍ଷ ବିଜୟ କୁମାର ପରିଡା, ସଭ୍ୟ ତଥା ଆଇନଜୀବୀ ଶୁସାନ୍ତ କୁମାର ରଥ, ମୃତ୍ୟୁଞ୍ଜୟ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଶାଖା ସାହୁ, ଶିକ୍ଷୟତ୍ରୀନିରୁପମା ସେଠୀ ଓ ବିଦ୍ୟାଳୟ ପରିଚାଳନାର ସଭାପତି ଶୀତାକାଂତ ମିଶ୍ର ପ୍ରମୁଖ ଚାରା ରୋପଣ କରିଥିଲେ ।

Leave a Reply