ମାତିଛନ୍ତି ଷଣ୍ଢ ମାପିଆ

ପିପିଲି: ପୁରୀ ଜିଲ୍ଲା ରୁ ଏବେ ଗାଈ ଚୋରି ପରେ ପିପିଲି ରେ ମାତିଛନ୍ତି ଷଣ୍ଢ ମାପିଆ । ଦିନକୁ ଦିନ ବେଧଡ଼କ ଭାବରେ ଚାଲିଛି ଗୋରୁ ବେପାର । ରାତି ତମାମ ଗାଈ ଓ ଷଣ୍ଢ ଚୋରି କରି ଚାଲାଣ କରୁଛନ୍ତି ଗୋ- ମାପିଆ । ଜାତୀୟ ରାଜପଥ ୩୧୬କୁ ସଂଯୋକ କରିଥିବା ଗାଁ ଗୁଡ଼ିକ କୁ ଟାର୍ଗେଟ କରି ଗୋରୁ ଚାଲାଣ ହେଉଛି । ଗାଈ ଓ ଷଣ୍ଢ ମାନଙ୍କୁ ଚୋରା ଚାଲାଣ କରି ମାଲ ମାଲ୍ ହେଉଥିବା ଅଭିଯୋଗ ହେଉଛି । ତେବେ ମାଫିଆ ମାନେ ଦିନରେ ବୁଲିକି ଦେଖିବେ କୋଉ କୋଉ ଜାଗାରେ ଷଣ୍ଢ ଓ ଗାଈ ଅଛନ୍ତି ଆଉ ରାତି ହେଲେ ସେହି ସବୁ ସ୍ଥାନରୁ ଗାଈ ଗୋରୁ ଚୋରି କରି ରାଜ୍ୟ ବାହାରକୁ ରପ୍ତାନି କରୁଛନ୍ତି ଷଣ୍ଢ ମାପିଆ । ପିପିଲି ଅଂଚଳରେ ଗୋ ଚାଲାଣ ଦିନ କୁ ଦିନ ସର୍କ୍ରୀୟ ହେବାର ଲାଗିଥିବା ବେଳେ ପୋଲିସ ପ୍ରଶାସନ ସବୁ ଜାଣି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ଏହିଭଳି ବେଆଇନ ଭାବେ ପିପିଲି ଗୋ ଚାଲଣ ଚାଲୁଥିବା ବେଳେ ଖବର ପାଇ ବଜରଙ୍ଗୀ ଦଳ କର୍ମୀମାନେ ଗୋଡ଼ାଇ ଗୋଚାଲଣ ଗାଡ଼ି କୁ ମାଡି ବସିଛନ୍ତି । ଏଭଳି ଘଟଣା ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସିଉଳା ଗ୍ରାମ ରେ ଘଟିଥିବା ପୋଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି । ଶୁକ୍ରବାର ରାତି ପ୍ରାୟ୧୦ ଟା ସମୟର କେତେକ ଗୋ ମାଫିଆ ସିଉଳା ଗ୍ରାମ ର ଷଣ୍ଢ ଚୋରି କରି ନେଉଥିବା ବେଳେ କିଛି ଚୋର ଙ୍କୁ ଧରିଛ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ସଭ୍ୟ ମାନଙ୍କୁ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ସଭ୍ୟ ମାନେ ସେଠାରେ ପହଞ୍ଚି ଗୋରୁ ବୋଝେଇ ଙଊ ୦୨ ଇଈ ୯୨୨୨ ଟାଟା ଏସି ଗାଡିଟିକୁ ଅଟକାଇ ନିକଟସ୍ଥ ଫାଣ୍ଡି ଜିମା ଦେଇଥିଲେ । ଡ୍ରାଇଭର ଗାଡିକୁ ଛାଡି ଘଟଣା ସ୍ଥଳରୁ ଦୌଡ଼ି ପଳେଇବାକୁ ଚେଷ୍ଟା କରୁଥିବା ବେଳେ ବଜରଙ୍ଗୀ ଦଳର କର୍ମୀ ମାନେ ତାକୁଧରି ନିସ୍ତୁକ ମାଡ଼ ମରି ଥିଲେ । ସୂଚନା ଥାଉ କି ଦିନକୁ ଦିନ ସାରା ରାଜ୍ୟରେ ବେଧଡ଼କ ଭାବେ ଗାରୁ ଚାଲାଣ ହେଉଥିବା ବେଳେ ଏହାରି ଉପରେ ସରକାର କି ପୋଲିସ କୌଣସି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁନାହିଁ କ୍ଷ ଫଳରେ ଗୋରୁ ଚୋର ମାନେ ଗୋରୁ ଚୋରି କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି କ୍ଷ ଅନ୍ୟପଟେ ପୋଲିସ ର କାର୍ଯ୍ୟାନୁଷ୍ଠାନ ଉପରେ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି କ୍ଷ ରାତିରେ ଠିକ ଭାବରେ ପୋଲିସ ପେଟ୍ରୋଲିଙ୍ଗ ହେଲେ ମଧ୍ୟ କୋଣସି ପରକ୍ ପଡୁନାହିଁ ଗୋଚାଲଣ ମାନଙ୍କୁ । ପୋଲିସ୍ ଆଖିରେ ଧୂଳି ଦେଈ ଚାଲିଛନ୍ତି ଗୋରୁ ଚୋରା ଚାଲାଣ ।

Leave a Reply

Your email address will not be published. Required fields are marked *