Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପରିବାରରେ ବୃଦ୍ଧ ପିତାମାତାଙ୍କ ଭୂମିକା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପରିବାରରେ ବୃଦ୍ଧ ପିତାମାତାଙ୍କ ଭୂମିକା

ଘରର ହସଖୁସି ଏବଂ ଆପୋଷ ସଂପର୍କକୁ ମଜଭୂତ କରିବାରେ ପିତାମାତାଙ୍କ ଆଶୀର୍ବାଦ ସହଯୋଗ ଏବଂ ସ୍ନେହମମତା ଯଥେଷ୍ଟ ଲୋଡ଼ା । କିନ୍ତୁ ଯେତେବେଳେ ପିଲାଙ୍କ ସାଂସାରିକ ଜୀବନରେ ବୃଦ୍ଧ ପିତାମାତା ସହଯୋଗ ପୂର୍ଣ୍ଣ ମନୋଭାବ ପୋଷଣ କରିଥାନ୍ତି ସେତେବେଳେ ସେମାନଙ୍କୁ ଶୋଚନୀୟ ଅବସ୍ଥା ଭୋଗିବାକୁ ପଡ଼େ । ପିଲାମାନେ ପିତାମାତାଙ୍କ ମନୋଭାବକୁ ଠିକ୍ ଭାବରେ ନ ବୁଝି ପାରିବାରିକ ଜୀବନରେ ସେମାନଙ୍କ ହସ୍ତକ୍ଷେପକୁ ବରଦାସ୍ତ କରିପାରନ୍ତି ନାହିଁ । ମାତ୍ର ଏହା ଠିକ୍ ନୁହେଁ । ଦାମ୍ପତ୍ୟ ଜୀବନରେ ଯେ ପିତାମାତାଙ୍କର କିଛି ଭୂମିକା ରହିଛି ଏହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ।ଆଜିକାଲି ଅଧିକାଂଶ ପତିପତ୍ନୀଙ୍କ ଚିନ୍ତା ଧାରା ବଦଳି ଗଲାଣି । ବିବାହ ପରେ ସେମାନେ ଅଲଗା ଘର କରି ରହିବା ପାଇଁ ପସନ୍ଦ କରୁଛନ୍ତି । ସ୍ୱାଧୀନତା ଏବଂ ଆତ୍ମନିର୍ଭରଶୀଳତା ଉଭୟକୁ ସେମାନେ ନିଜର ଅହଂ ବୋଲି ଭାବୁଛନ୍ତି । ସେମାନେ ସବୁ କିଛି ନିଜେ କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ଏକାକୀ ପରିବାରରେ ମଧ୍ୟ ବୃଦ୍ଧ ପିତାମାତାଙ୍କର ଆବଶ୍ୟକତା ରହିଛି । ସେମାନଙ୍କର ସାହାଯ୍ୟ ସହାନୁଭୂତି ଲୋଡ଼ା । ସେମାନେ ମଧ୍ୟ ପରିବାର ପାଇଁ କିଛି କାର୍ଯ୍ୟ କରି ପାରିବେ । ନିଜେ ସବୁ ଦାୟିତ୍ୱ ମୁଣ୍ଡକୁ ନେଇ ଅସୁବିଧାରେ ପଡ଼ିବା ପରିବର୍ତ୍ତେ ପିତାମାତାଙ୍କ ଦ୍ୱାରା ଯାହା ସମ୍ଭବ ସେହି କାର୍ଯ୍ୟ ସେମାନଙ୍କୁ ଦେଲେ ଠିକ୍ ବୋଲି କହିବାକୁ ହେବ । କେତେକ ବୃଦ୍ଧ ପିତାମାତା ମଧ୍ୟ ଭାବନ୍ତି ପିଲାବଡ଼ ହୋଇ ବାହା ହୋଇଗଲେ ସେମାନଙ୍କର ଦାୟିତ୍ୱ ଶେଷ । ଏଣିକି ପିଲା ନିଜ ସଂସାର କଥା ନିଜେ ବୁଝୁ । ତେବେ ଏପରି ଭାବିବା ମଧ୍ୟ ଠିକ୍ ନୁହେଁ । ପିଲାଙ୍କୁ ଦାୟିତ୍ୱ ସଂପର୍କରୋ ସଚେତନ କରିବା ଭୁଲ ନୁହେଁ । ଉଚିତ ପରାମର୍ଶ ସାଙ୍ଗକୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବାର ଆବଶ୍ୟକତା ମଧ୍ୟ ରହିଛି ।ପତି-ପତ୍ନୀ ଏକାକୀ ସବୁ କାର୍ଯ୍ୟ କରିବା ପାଇଁ ସମକ୍ଷ ଥିଲେ ସୁଦ୍ଧା ନିଜ ବୃଦ୍ଧ ପିତାମାତାଙ୍କ ଭାବନାତ୍ମକ ସହଯୋଗ, ସେମାନଙ୍କର ସ୍ନେହ ଏବଂ ଆଶୀର୍ବାଦର ଆବଶ୍ୟକତା ରହିଛି । ଯଦି ପତି-ପତ୍ନୀ ଦୁହେଁ ଚାକିରୀ କରୁଛନ୍ତି ତେବେ ନିଜର ଛୋଟ ଶିଶୁମାନଙ୍କର ସୁରକ୍ଷା ଏବଂ ଦେଖାଶୁଣାର ଦାୟିତ୍ୱ ନେଇ ଚିନ୍ତିତ ନ ହୋଇ ପିତାମାତାଙ୍କ ସାହାଯ୍ୟ ନିଅନ୍ତୁ । ଅଡ଼ୁଆ ପରିସ୍ଥିତି ଏବଂ ବେମାରୀ ସମୟରେ ଆପଣଙ୍କ ସମୟ ଏବଂ ଅନୁଭବ ସେମାନଙ୍କ ପାଇଁ କୌଣସି ପ୍ରକାର ବରଦାନ ସଦୃଶ ହେବ । ଚିନ୍ତା ଏବଂ ସଂଘର୍ଷ ପୂର୍ଣ୍ଣ ପରିସ୍ଥିତିରେ ଆପଣଙ୍କ ଭାବନାତ୍ମକ ସହଯୋଗ ଏବଂ ଅନୁଭବ ସେମାନଙ୍କୁ ସମ୍ବଳ ପ୍ରଦାନ କରିବା ପରି ଲାଗିବ । ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କାର୍ଯ୍ୟ ପ୍ରାୟତଃ ସେମାନଙ୍କ ଜେଜେବାପା କରିଥାନ୍ତି । ତେଣୁ ତାଙ୍କୁ ସେଥିରୁ ନିବୃତ୍ତ କରନ୍ତୁ ନାହିଁ । ନାତି ନାତୁଣୀ ମଧ୍ୟ ଜେଜେ ଓ ଜେଜେମାଙ୍କ ସହିତ ଖୁସି ମଜା କରିଥାନ୍ତି । ପିଲାମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ଏବଂ ନୈତିକ ଗୁଣ ତଥା ଶିକ୍ଷା ଆପଣଙ୍କ ବୃଦ୍ଧ ପିତାମାତାଙ୍କ ଠାରୁ ଆଉ କେହି ଭଲ କରି ପାରିବେ ନାହିଁ । ଆଜିକାଲି ପ୍ରାୟତଃ ପିଲାମାନେ ଟିଭି, କମ୍ପୁ୍ୟଟର, ପ୍ଲେଷ୍ଟେସନ ଆଦିରେ ବସି ନିଃସଙ୍ଗତା ଦୂର କରୁଛନ୍ତି । ତେବେ ଏହା ପରିବର୍ତ୍ତେ ସେମାନଙ୍କୁ ଆପଣଙ୍କ ପିତାମାତା ଅର୍ଥାତ୍ ସେମାନଙ୍କ ଜେଜେ, ଜେଜେମା, ଭଲ ମାର୍ଗ ଦର୍ଶନ ଦେଇ ପାରିବେ । ପିଲାମାନେ ଜିଜ୍ଞାସୁ ଅଟନ୍ତି । ସେମାନଙ୍କ ଏହି ଇଛାକୁ ଆପଣଙ୍କ ବୃଦ୍ଧ ପିତାମାତା ଭଲ ଭାବରେ ପୂରଣ କରି ପାରିବେ । ବ୍ୟକ୍ତିଗତ ସମସ୍ୟାର ସମାଧାନ ଦିଗରେ ମଧ୍ୟ ସେମାନଙ୍କର ପରାମର୍ଶ ନିଆଯାଇପାରେ । ଆର୍ଥିକ ସହାୟତା ନିଶ୍ଚିତ ଭାବରେ ଜଟିଳ ଏବଂ ନିଜସ୍ୱ ମାମଲା । ପିତାମାତା ଆପଣଙ୍କ ପାଖରେ ରହିଲେ ସେମାନଙ୍କର ଏହି ସମସ୍ୟା ରହିବ ନାହିଁ ଏବଂ ସେମାନେ ନିଜକୁ ସୁରକ୍ଷିତ ମନେ କରିବେ ।

Leave a Reply