ନିଆଳି: ନିଆଳି ଥାନା ଅଧିନ ମଝିଖଣ୍ଡ ନଳିତାପାରି ବସ୍ତିରେ ଥିବା ମଦ୍ରାସାରେ ଚାଲିଥିବା ଅପ୍ରାକୃତିକ ଯୌନ ନିର୍ଯ୍ୟାତନା ଘଟଣାର ତଦନ୍ତ କରିବା ସହ ଯୌନ ନିର୍ଯ୍ୟାତନା ନେଇ ନିଆଳୀ ଥାନାରେ ଅଭିଯୋଗ କଲେ ଶିଶୁ ସହାୟତା ଅଧିକାରୀ । ଖବର ଅନୁଯାୟୀ ଉକ୍ତ ମଦ୍ରାସାରେ ନିର୍ଯ୍ୟାତନା ସହିନପାରି ମଦର୍ଶା ଛାଡି ଫେରାର ହେଉଥିବାବେଳେ ବାଲିପାଟଣା ଥାନା ଅପୂଜା ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇ ଚାଇଲ୍ଡ ହେଲ୍ପଲାଇନ ହସ୍ତଗତ ହୋଇଥିଲେ ଦୁଇ ନାବାଳକ । ଦୁଇନାବାଳକ ମଧ୍ୟରୁ ଜଣେ ବିହାର ଓ ଅନ୍ୟଜଣକ ଝାଡଖଣ୍ଡର । ଚାଇଲ୍ଡ ହେଲ୍ପଲାଇନହସ୍ତଗତ ହେବାପରେ ନିଜ ତରଫରୁ ପ୍ରଥମେ ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୁଣି ନିଆଳୀ ଥାନାରେ ଲିଖିତ ଅଭିଯୋଗକରିଛନ୍ତି । ଅଭିଯୋଗପାଇ ପାଇ ନିଆଳୀ ପୋଲିସ କେସ ନଂ -୨୧୯/୨୩ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ବିଜୟ କୁମାର ମଲ୍ଲିକ ସୂଚନାଦେଇଛନ୍ତି । ଖବର ଅନୁଯାୟୀ ଉକ୍ତ ନଳିତାପାରି ବସ୍ତିରେ ଦିର୍ଘ ଦିନଧରି ରହିଛି ଏକ ମଦ୍ରାସା । ଯେଉଁଥିରେ ଏବେ ବିହାର ଓ ଝାଡଖଣ୍ଡର ୧୭ ଜଣ ନାବାଳକ ରହିଛନ୍ତି । ସେମାନଙ୍କୁ ପାଠପଢାଉଛନ୍ତି ଦୁଇ ଜଣ ମୌଲବୀ । ଯୁବ ମୌଲବୀ ଜଣକ କୁନୀ କୁନୀ ପିଲାଙ୍କୁ ମାଡମାରିବା ରୋଷେଇ କରାଇବା ଆଦି କଷ୍ଟ ଦେଉଥିବାବେଳେ ରାତିରେ ସେମାନଙ୍କ ସହିତ ଯୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥାଏ । ଏହି ନିର୍ଯ୍ୟାତନା ସହିନପାରି ଦୁଇଜଣ ନାବାଳକ ଦୁଇଦିନ ତଳେ ଖସି ପଳାଇଥିଲେ ଏହି ମଦ୍ରାସାରୁ । ଯେଉଁ ଘଟଣା ଏବେ ନିଆଳୀ ଓ ବାଲିପାଟଣା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ସେହି ନାବାଳକ ମାନଙ୍କୁ ଏଠାରେ କାହିିଁକି ଓ କଣ ପାଇଁ ରଖାଯାଇଛି । ଏଥିପାଇଁ ସରକାରଙ୍କଠାରୁ ଅନୁମତି ମିଳିଛି କିନାହିଁ? ପିଲାମାନଙ୍କୁ ଅନ୍ୟ ରାଜ୍ୟରୁ ଅଣାଯାଇ ଏଠାରେ ଆବାସିକ ବିଦ୍ୟାଳୟ ମଦ୍ରାସାରେ ରଖାଯାଇ ପାଠପଢା ଯାଉଥିଲା । କେବଳ ପାଠ ପଢା ନାଁ ଅନ୍ୟକିଛି ଉଦେଶ୍ୟ ବୋଲି ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଉକ୍ତ ବସ୍ତିରେ ଶହ ଶହ ଗରୀବ ଲୋକ ରହୁଥିବାବେଳେ ସେମାନଙ୍କ ପିଲାଙ୍କୁ ଏଠାରେ ପାଠପଢା ନଯାଇ କଣପାଇଁ ବାହାର ରାଜ୍ୟରୁ ମୁସଲିମ୍ ପିଲାମାନଙ୍କୁ ଅଣାଯାଇ ଏଠାରେ ଆବାସିକ ବିଦ୍ୟାଳୟ ମଦର୍ଶାରେ ରଖାଯାଇ ପାଠପଢା ଯାଉଥିଲା । ପ୍ରଶାସନ ନାକ ତଳେ ଏପରି କାର୍ଯ୍ୟକରାଯାଉଥିଲେବି କଣ ପାଇଁ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନଥିଲା ତାହା ବିଷ୍ମୟ ସୃଷ୍ଟି କରିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କୁ ରଖିବା ଖୁଆଇବା ପିନ୍ଧାଇବାରେ ଖର୍ଚ୍ଚ କରୁଥିଲା କିଏ ଓ କାହିଁକି ତାହା ମଧ୍ୟ ଲୋକଲୋଚନକୁ ଆସିବା ଦରକାର ବୋଲି ମତପ୍ରକାଶ ପାଉଛି । ଏନେଇ ବ୍ଲକ ଶିକ୍ଷାଧିକାରୀ ପ୍ରତାପ ପ୍ରଧାନଙ୍କୁ ପଚାରିବାରେ ତାଙ୍କ ପାଖରେ ଏପରି ଅନୁଷ୍ଠାନ ଚାଲୁଥିବାର କୌଣସି ଖବର ନଥିବା କହିଛନ୍ତି । ତେବେ ଏପରି ଅନୁଷ୍ଠାନ କଣ ସରକାରୀ ନିୟମରୁ ଉର୍ଦ୍ଧ୍ୱରେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଅନେକ ଗୁଡ ରହସ୍ୟ ଲୋକଲୋଚନକୁ ଆସନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।