ପୁଣି ସ୍ୱ-ଧର୍ମକୁ ଫେରିଲେ ଦୁଇ ପରିବାର

ଲହୁଣୀପଡା: ପୁଣି ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ପରିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲହୁଣୀପଡା ବ୍ଲକ ଶଙ୍ଖପୋଷ ପଞ୍ଚାୟତ ଭାଲିଆ ଡ଼ିହି ଗ୍ରାମରେ ଦୁଇଟି ପରିବାରର ୮ ଜଣ ସଦସ୍ୟ ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏଥିପାଇଁ ଭାଲିଆ ଡ଼ିହି ଗ୍ରାମରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ନିକଟସ୍ଥ ପୋଖରୀରୁ ଶତାଧିକ ମହିଳା ପୂର୍ଣ୍ଣ କଳସି ଶୋଭାଯାତ୍ରା କରି ଯଜ୍ଞ ସ୍ଥଳରେ ପହଞ୍ଚି ଥିଲେ ।ଘଟ ସ୍ଥାପନା କରିବା ସହିତ ଆନୁଷ୍ଠାନିକ ଭାବେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିତେନ୍ଦ୍ର ପ୍ରଧାନ ଧର୍ମପନôୀ ଶ୍ରୀୟା ପ୍ରଧାନ, ପଳଉ ମହାକୁଡଳ ଧର୍ମପନôୀ ଶୁକାନ୍ତି ମହାକୁଳ ଗମିଆ ମୁଣ୍ଡା ଧର୍ମପନôୀ ଚାନ୍ଦୁ ମୁଣ୍ଡାକର୍ତ୍ତା ଦାୟିତ୍ୱ ତୁଲାଇଥିବା ଥିବା ବେଳେ ବାଲେଶ୍ୱର ମିଶ୍ର ଯଜ୍ଞ ସଞ୍ଚାଳନ କରିଥିଲେ । ଏବଂ ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିବା ଦୁଇ ପରିବାରର ୮ ଜଣ ସଦସ୍ୟଙ୍କୁ ହିନ୍ଦୁ ଶାସ୍ତ୍ର ସନାତନ ଧର୍ମ ରୀତିନୀତି ଅନୁଯାୟୀ ମନ୍ତ୍ରପାଠ ଉଚ୍ଚାରଣ ମାଧ୍ୟମରେ ପବିତ୍ର କରି ସ୍ୱଧର୍ମକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏବଂ ଏହା ପୂର୍ବରୁ ଉଭୟ ପରିବାର ଲହୁଣୀପଡା ନୋଟାରୀଙ୍କ ନିକଟରେ ମଧ୍ୟ ସତ୍ୟପାଠ କରିଥିବା ଜଣାପଡିଛି । ଏହାପରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ,ବିଶ୍ୱହିନ୍ଦୁ ପରିଷଦ,ଏକଲ ବିଦ୍ୟାଳୟ, ଧର୍ମ ରକ୍ଷକ,ବଜରଙ୍ଗ ଦଳର କର୍ମକର୍ତ୍ତା ସର୍ବେଶ୍ୱର ଦାସ,ବିଶ୍ୱମ୍ବର ନାଥ ମିଶ୍ର, ଚୁଡାମଣି ମାହାନ୍ତ,ହୃଦୟ କୁମାର ମାହାନ୍ତ, ଭୃକୁଟି ଚରଣ ମାହାନ୍ତ, ଡିଲେଶ୍ୱର ମାହାନ୍ତ, ଦୁର୍ଗା ଚରଣ ସିଂ,ଡୋଳାମଣି ଭୋଇ,ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିସିକେସନ ଗଞ୍ଜୁ ଅଧ୍ୟକ୍ଷତା କରିଥିଲେ । ବିନୋଦ ମୁଣ୍ଡା, ଗୁଡୁ ଚୌଧୁରୀ, ହେମନ୍ତ ଓରାମ,ଭରତ ମାହାନ୍ତ, ମୁନା ସିଂଦେଓ,ପାନ ପାତ୍ର, ସୀତା ପାତ୍ର ବିରିଙ୍ଗା ମୁଣ୍ଡା, ଶାନ୍ତି ପ୍ରଧାନ, ସମେତ ଶଙ୍ଖପୋଷ ପଞ୍ଚାୟତ ନାରୀ ଜାଗରଣ କମିଟିର କର୍ମକର୍ତ୍ତାମାନେ ଏହି ସ୍ୱଧର୍ମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ରେ ସକ୍ରିୟ ଭୂମିକା ଲିଭାଇଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ଉପସ୍ଥିତ ଥିବା ଜଣାପଡିଛିା

Leave a Reply

Your email address will not be published. Required fields are marked *