ଭୋପାଳ: ବୀଜ ଗଣିତ, ବର୍ଗମୂଳ, ସମୟର ଧାରଣା, ସ୍ଥାପତ୍ୟ, ବ୍ରହ୍ମାଣ୍ଡର ଆକାର, ଧାତୁ-ଶୋଧନ ଏବଂ ବିମାନଚଳନ ଆଦି ପ୍ରସଙ୍ଗ ପ୍ରଥମେ ବେଦରେ ଥିଲା । କ୍ରମେ ତାହା ଆରବ ଦେଶ ମାଧ୍ୟମରେ ୟୁରୋପକୁ ଯାଇ ପାଶ୍ଚାତ୍ୟ ବେ?ଜ୍ଞାନିକମାନଙ୍କ ଆବିଷ୍କାର ଭାବେ ପୁନଃଉପସ୍ଥାପ କରାଯାଇଛି ବୋଲି ବୁଧବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ୟା ହେଲା ସେ ସମୟରେ ଭାତୀୟ ବୈଜ୍ଞାନିକମାନେ ବ୍ୟବହାର କରୁଥିବା ଭାଷା ଥିଲା ସଂସ୍କୃତ । ସଂସ୍କୃତ ଭାଷାର ଲିପି ନ ଥିଲା । ପାଠ ଶୁଣି ଶୁଣି ମନେ ରଖାଯାଉଥିଲା । ଏମିତି ଭାବେ ସଂସ୍କୃତ ଭାଷା ତିଷ୍ଠି ରହିଥିଲା । ପରେ ଲୋକେ ‘ଦେବନାଗରୀ’ ଲିପି ବା ଅକ୍ଷରକୁ ସଂସ୍କୃତ ଭାଷା ପାଇଁ ବ୍ୟବହାର କଲେ । ବୁଧବାର ଦିନ ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ‘ମହର୍ଷି ପାଣିନି ସଂସ୍କୃତ ଏବଂ ବୈଦିକ ବିଶ୍ୱବିଦ୍ୟାଳୟ’ର ସମାବର୍ତ୍ତନ ଉତ୍ସବରେ ଉଦ୍?ବୋଧନ ଦୀକ୍ଷାନ୍ତ ଭାଷଣ ଦେବା ବେଳେ ସୋମନାଥ ଉପରୋକ୍ତ କଥା କହିଛନ୍ତି । ପାଣିନି ସଂସ୍କୃତବ୍ୟାକରଣର ପ୍ରଣେତା ବୋଲି ବିଶ୍ୱାସ କରାଯାଏ । ସୋମନାଥ କହିଛନ୍ତି, ବେୈଜ୍ଞାନିକମାନଙ୍କୁ ସେମାନଙ୍କ ଭାବନା ଓ ପ୍ରକ୍ରିୟା ପରିପ୍ରକାଶ ପାଇଁ ସଂସ୍କୃତ ଭାଷା ସୁହାଇଲା । ତେଣୁ, ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନେ ସଂସ୍କୃତ ଭାଷାକୁ ଖୁବ୍ ପସନ୍ଦ କଲେ । କମ୍ପ୍ୟୁଟର ଉପଯୋଗୀ ହୋଇଥିବାରୁ ‘ଆର୍ଟିଫିସିଆଲ୍ଇ ଣ୍ଟେଲିଜେନ୍ସ୍’ ଶିକ୍ଷା କରୁଥିବା ଶିକ୍ଷାର୍ଥୀମାନେ ଏବେ ସଂସ୍କୃତ ଶିଖୁଛନ୍ତି । ଏ କ୍ଷେତ୍ରରେ ସଂସ୍କୃତକୁ କିଭଳି ବ୍ୟବହାର କରାଯାଇ ପାରିବ, ସେଥିପାଇଁ ବ୍ୟାପକଗବେଷଣା ଚାଲିଛି । ବିଜ୍ଞାନ ବ୍ୟତିରେକେ, ସଂସ୍କୃତ ଭାଷାରେ ଲିଖିତ ଭାରତୀୟ ସାହିତ୍ୟ ତା’ର ମୈଳିକତା ଏବଂ ଦାର୍ଶନିକତା ରୂପରେ ଖୁବ୍ ସମୃଦ୍ଧ । ସଂସ୍କୃତରେ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ବେ?ଜ୍ଞାନିକ ଅଧ୍ୟୟନରେ ପୃଥକୀକରଣ ନାହିଁ ବୋଲି ସୋମନାଥ କହିଛନ୍ତି । ସଂସ୍କୃତ ଭାଷାରେ ଲିଖିତ ଜ୍ୟୋତିର୍ବିଜ୍ଞାନ, ଔଷଧ, ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ବିମାନ-ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଅନୁସନ୍ଧାନ ଓ ଗବେଷଣା କରାଯାଇନାହିଁ ବୋଲି ସେ କହିଛନ୍ତି ।