Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବାଦ ଘେରରେ ଦ୍ୱାରକା ଧର୍ମପୀଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବାଦ ଘେରରେ ଦ୍ୱାରକା ଧର୍ମପୀଠ

-ସୌମେନ୍ଦ୍ର ଜେନା-

ଗୁଜୁରାଟ ରାଜ୍ୟର ସମୁଦ୍ରକୂଳରେ ଏବଂ ସମୁଦ୍ର ମଧ୍ୟରେ ତିନୋଟି ଦ୍ୱାରକା ରହିଛି, ସେଗୁଡିକ ହେଲା ମୂଳ ଦ୍ୱାରକା ,ବେଟ (ଭେଣ୍ଟ) ଦ୍ୱାରକା ଏବଂ ଗୋମତୀ ଦ୍ୱାରକା । ବେଟ ଦ୍ୱାରକାକୁ ଶ୍ରୀକୃଷ୍ଣ ବନ୍ଧୁ ସୁଦାମାଙ୍କଠାରୁ ଉପହାରସ୍ୱରୂପ ପାଇଥିଲେ । ଦ୍ୱାରକାରେ ଶାସନ କଲାବେଳେ ଶ୍ରୀକୃଷ୍ଣ ବେଟ ଦ୍ୱାରକାରେ ବାସ କରୁଥିଲେ ବୋଲି କୁହାଯାଏ । ଜମି ଧର୍ମଯୁଦ୍ଧ ମାଧ୍ୟମରେ ହିନ୍ଦୁମାନଙ୍କ ଧର୍ମକ୍ଷେତ୍ରକୁ ଦଖଲ କରିବା ପାଇଁ ସଂପ୍ରତି ଯୋଜନା ଚାଲିଛି । ଦେବଭୂମି ଦ୍ୱାରକାର ବେଟ ଦ୍ୱାରକାରେ ଥିବା ଦୁଇଟି ଟାପୁକୁ ନିଜର ବୋଲି ଗୁଜରାଟ ହାଇକୋର୍ଟଙ୍କୁ ୱାକଫ ବୋର୍ଡ ଦର୍ଶାଇଥିଲା । ଉକ୍ତ ମାମଲା ବିଚାରପତି ସଙ୍ଗୀତା ବିସେନଙ୍କ ଖଣ୍ଡପୀଠରେ ବିଚାର ହୋଇଥିଲା । କିନ୍ତୁ ଅଦାଲତ ଶ୍ରୀକୃଷ୍ଣଙ୍କ ନଗରୀକୁ ୱାକଫ ବୋର୍ଡ ନିଜର ବୋଲି କିପରି ଦାବି କରୁଛି ବୋଲି କହି ମାମଲାଟିକୁ ଖାରଜ କରିଦେଇଥିଲେ । ଓଖା ବନ୍ଦରରୁ ବୋଟ ଯୋଗେ ଅଧଘଣ୍ଟା କରେ ବଟ ଦ୍ୱାରକାରେ ପହଞ୍ଚôହୁଏ । ମୂଳତଃ ବୋଟଗୁଡିକର ମାଲିକମାନେ ଏଠାରେ ବସବାସ କରୁଛନ୍ତି । ସେମାନଙ୍କୁ ବାଦ ଦେଲେ ମାଛ ଧରାଳୀ ଲୋକେ ମଧ୍ୟ ରହିଛନ୍ତି । ଦ୍ୱାରକା ୫୦୦୦ ବର୍ଷ ତଳର ସହର ବୋଲି କୁହାଯାଇଥାଏ । ସମୁଦ୍ର ମଧ୍ୟରେ ଥିବା ବେଟ ଦ୍ୱାରକା ଟାପୁକୁ ଦଖଲ କରିବା ଲାଗି ମଜାର, ଦରଘା, ମସଜିଦ୍ ଏବଂ ଗୋଦାମ ସବୁ ଜବରଦଖଲ କରି ନିର୍ମାଣ ହୋଇଥିଲା, ଯାହା ବିରୁଦ୍ଧରେ ଗତବର୍ଷଠାରୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି । ଗତବର୍ଷ ଅକ୍ଟୋବର ମାସରେ ମାତ୍ର ୪ଦିନ ମଧ୍ୟରେ ଏକଲକ୍ଷ ବର୍ଗ ଫୁଟ ଅଞ୍ଚଳକୁ ମୁକ୍ତ କରାଯାଇପାରିଥିଲା । ଚଳିତବର୍ଷ ମାର୍ଚ୍ଚମାସରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ହୋଇଥିଲା । ଏଥିରେ ଜଙ୍ଗଲ ଜମି ମଧ୍ୟ ରହିଥିଲା । କାରଣ ଅତୀତରେ ଦଖଲକାରୀମାନେ ଆକ୍ରମଣ କରିବାରୁ ଉଚ୍ଛେଦ ଅଭିଯାନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ କରିବାକୁ ହୋଇଥିଲା । ଯୋଜନାବଦ୍ଧ ଭାବେ ଆନ୍ତର୍ଜାତିକ ଜଳସୀମା ନିକଟରେ ଥିବା ଏବଂ ସୁରକ୍ଷା ଦୃଷ୍ଟିରୁ ସ୍ପର୍ଶକାତର ଏହି ଅଞ୍ଚଳ ଭିନ୍ନ ଭିନ୍ନ ସ୍ଥାନରୁ ଏପରିକି ପାକ୍ରୁ ମଧ୍ୟ ମୁସଲିମ ଲୋକେ ପ୍ରବେଶ କରି ସାମୁଦ୍ରିକ ପଥରେ ତସ୍କରି ପାଇଁ ଟାପୁରେ ଗୋଦାମ ନିର୍ମାଣ କରି ଚୋରା କାରବାର ଚଳାଇ ଆସିଥିଲେ । ଗତ ୮ବର୍ଷ ମଧ୍ୟରେ ଏହିସବୁ ଟାପୁରେ ପ୍ରଥମେ ଝୁମ୍ପୁଡି ଘର ନିର୍ମାଣ କରି ପରେ ବଡ ବଡ କୋଠାଘର ମଧ୍ୟ ସରକାରୀ ଜମିରେ ନିର୍ମାଣ କରାଯାଇଥିଲା । ଏହି ଟାପୁରୁ ସେପ୍ଟେମ୍ବର ୨୦୨୧ରେ ୧୦୦କୋଟି ଟଙ୍କା ମୂଲ୍ୟର ହେରୋଇନ ଅନୱାର ଅନୁ ନାମକ ଜଣେ ମୁସଲିମ ଘରୁ ଜବତ ହୋଇଥିଲା । ଜଳପଥରେ ପାକିସ୍ଥାନରୁ ଏହି ନିଶାଦ୍ରବ୍ୟ ବୋଟ ଯୋଗେ ବେଟ ଦ୍ୱାରକାକୁ ଆସୁଥିଲା । ସେଠାରୁ ସାରା ଭାରତକୁ ନିଶା ·ଲାଣ ହେଉଥିଲା । ବେଟ ଦ୍ୱାରକାଠାରୁ ୧୦୫ କି.ମି ଦୂରରେ ପାକ୍ର କରାଚୀ ବନ୍ଦର ରହିଛି । ହାଜିଗନି ପିଲାନୀ ନାମକ ଜଣେ ମୁସଲିମ ବ୍ୟକ୍ତି ପାକ୍ ଓ ଭାରତରେ ନିଶା କାରବାର କରୁଥିଲା । ତାର ଗୋଟିଏ ପୁଅ ପାକ୍ ଜେଲରେ ଥିଲାବେଳେ ଅନ୍ୟଜଣକ ଭାରତରେ ନିଶା କାରବାର ପାଇଁ ଜେଲଯାଇଛି । ଗତବର୍ଷ ଅକ୍ଟୋବର ଏବଂ ଚଳିତବର୍ଷ ମାର୍ଚ୍ଚ ମାସରେ ବେଟ ଦ୍ୱାରକାକୁ ଜବରଦଖଲରୁ ମୁକ୍ତ କରିବାଲାଗି ୧୦୦୦ପୁଲିସ ବାହିନୀ ଉପସ୍ଥିତିରେ ଡ୍ରୋନ କ୍ୟାମେରାର ନିରୀକ୍ଷଣ ମଧ୍ୟରେ ଦଖଲ ଉଚ୍ଛେଦ ହୋଇଥିଲା । ବେଟ ଦ୍ୱାରକାର ୪୨ଟାପୁରୁ ମାତ୍ର ୬ଟି ଟାପୁରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ୭୮ଘର, ୨୫ ମଜାର ସେତେବେଳେ ଭଙ୍ଗାଯାଇଥିଲା । ମଜାର ଉପରେ ଲାଇଟ ହାଉସ ରହିଥିଲା ଯାହା ରାତିରେ ଚୋରା କାରବାର ପାଇଁ ବୋଟଗୁଡିକୁ ଦିଗ ନିଦେ୍ର୍ଦଶ କରୁଥିଲା । ଇସଲାମିକ ଝଣ୍ଡାକୁ ଜଙ୍ଗଲ ଜମିରେ ପୋତିଦେଇ ଲୋକେ ଅଞ୍ଚଳକୁ ଦଖଲକୁ ନେଉଥିଲେ । କାର୍ଯ୍ୟାନୁଷ୍ଠାନ ବେଳେ ଆଲମଶାପୀର, ହଜରତ ଦୋଲତଶା , ଦରଘା ସିଦ୍ଧି ବାବା, ଦରଘା ବାଲାପର, କମରୁଦ୍ଦୀନ ପୀର ଆଦି ସଂପୂର୍ଣ୍ଣ ସରକାରୀ ଜମିରେ ବେଆଇନ ଭାବେ ନିର୍ମିତ ହୋଇଥିବାର ଦେଖିବାକୁ ମିଳିଥିଲା । ଏଠାରେ ସଫର ପାଞ୍ଜାରୀ ନାମକ ଜଣେ ବ୍ୟକ୍ତି ଏନ୍ଆର୍ସି -ସିଏଏ ବିରୋଧରେ ମୁସଲିମ ଲୋକଙ୍କୁ ସଂଗଠିତ କରି ସଂଘର୍ଷ ପାଇଁ ଆହ୍ୱାନ ଦେଇଥିଲା । ୨୦୧୯ରେ ଜଖାଉ କୂଳରୁ (କଚ୍ଛ) ୫୦୦ କୋଟିର ନିଶା କାରବାରରେ ରମଜାନ ଗନିପିଲାନୀ ଗିରଫ ହୋଇଥିଲା । ଏକଥା ସତ ଯେ େ·ରା ନିଶା କାରବାରରୁ ଯେଉଁ ଅର୍ଥ ଆସୁଥିଲା ତାହା ଅଳ୍ପ ସମୟରେ ବେଆଇନ ନିର୍ମାଣରେ ଲାଗିପାରୁଥିଲା । ଘରଗୁଡିକ ସମୁଦ୍ରମୁହାଁ ରହିଥିଲା । ସାଲେହ ମହମ୍ମଦ ସଙ୍ଗର, ଅୟୁବ ସୁମନିଆ, ତାଲିବ ଲତିଫ, ହମିଦ ଜାଡେଜା, ହୁସୈନ ଏଲେନା ଜାଡେଜା ପରି ବଡ ଦଖଲକାରୀ ଜମି ଜିହାଦ ପଛରେ ରହିଥିବା ଜଣାପଡିଥିଲା । ବେଟ ଦ୍ୱାରକାରେ ଦ୍ୱାରିକାଧୀଶ ମୁଖ୍ୟ ମନ୍ଦିର ରହିଛି । ଏଠାରେ ପହଞ୍ଚôବା ପାଇଁ ବୋଟ ଯୋଗେ ଯିବାକୁ ହୋଇଥାଏ । ଗୁଜରାଟର ଉପକୂଳରୁ ଏସବୁ ଟାପୁକୁ ଯିବାକୁ ହେଉଥିବା ହେତୁ ସାଧାରଣ ଲୋକେ ଏଠାରେ ରହିବା ପାଇଁ ଆଗ୍ରହୀ ନଥିଲେ । ଏହାର ସୁଯୋଗରେ ଷଡଯନ୍ତ୍ରକାରୀମାନେ ଟାପୁ ଦଖଲଲେ ମାତିଗଲେ । ବୋଟ ବ୍ୟବସାୟରେ ଭଲ ଲାଭ ହେଉଥିବା ଯୋଗୁ ନିଶା ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଅର୍ଥ ଏଥିରେ ବିନିଯୋଗ କଲେ । ବୋଟରେ ଯାତ୍ରା ପାଇଁ ଦ୍ୱାରକା -ସୋମନାଥ ୮୦୦୦ ଟଙ୍କା , ଦ୍ୱାରକା ୯୭୫୦ଟଙ୍କା, ଦ୍ୱାରକା- ସୋମନାଥ -ଗିର ୧୧,୭୫୦ଟଙ୍କା ଦ୍ୱାରକା -ସୋମନାଥ- ଡିଉ- ଗିର ୧୪୦୦୦ ଟଙ୍କା ଦେବାକୁ ହେଉଛି । ତେଣୁ ସାମୁଦ୍ରିକ ପର୍ଯ୍ୟଟନରେ ବହୁ ଲାଭ ଥିବାରୁ ରାଜ୍ୟ ବାହାରୁ ମୁସଲିମ ବୋଟ·ଳକମାନେ ମଧ୍ୟ ଏହି ବ୍ୟବସାୟରେ ରହିଛନ୍ତି । ଇକୋ ଟୁରିଜିମ୍ ପାଇଁ ସରକାର ଏହାକୁ ବାଛିଥିବା ହେତୁ ଖରାଦିନରେ ପର୍ଯ୍ୟଟକମାନେ ଟେଣ୍ଟ ନିର୍ମିତ କ୍ୟାମ୍ପରେ ରହିବାକୁ ଏଠାକୁ ଆସିଥାନ୍ତି । ପୁରାଣ ପ୍ରସିଦ୍ଧ ଦ୍ୱାରକା ଦୁର୍ଗ ସହରକୁ ବିଶ୍ୱକର୍ମା ନିର୍ମାଣ କରିଥିବାର ଜଣାଯାଏ । ଶ୍ରୀକୃଷ୍ଣଙ୍କ ନିଦେ୍ର୍ଦଶରେ ବିଶ୍ୱକର୍ମା ସମୁଦ୍ର ଦେବତାଙ୍କଠାରୁ ଜମିଗ୍ରହଣ କଲାପରେ ନିର୍ମାଣ କାର୍ଯ୍ୟ ହୋଇଥିଲା । ପୁରାଣକାଳରୁ ପଶ୍ଚିମ ଉପକୂଳ ଦେଇ ଲୋକେ ଦ୍ୱାରକା ମଧ୍ୟ ଦେଇ ଭାରତକୁ ଆସୁଥିଲେ । ତେଣୁ ଦ୍ୱାରକାକୁ ଅତୀତ ଦିନରେ ଭାରତର ପ୍ରବେଶ ଦ୍ୱାର ବୋଲି ମଧ୍ୟ କହୁଥିଲେ । ଓଖା ଉପକୂଳରୁ ଦୁଇ କିଲୋମିଟର ଦୂରରେ ବେଟ ଦ୍ୱାରକା ରହିଛି । ଓଖା ବନ୍ଦରରୁ ଫେରି ଯୋଗେ ଏଠାରେ ପହଞ୍ଚôବାକୁ ୩୦ମିନିଟ୍ ସମୟ ଲାଗିଥାଏ । ପୂର୍ବେ ଏହା ରମଣଦ୍ୱୀପ,କୃଷ୍ଣ ବିଳାସ ନଗରୀ ଏବଂ କାଲାରକୋଟ ନାମରେ ମଧ୍ୟ ପରିଚିତ ଥିଲା । ଶଙ୍ଖୋଦ୍ଧାର ତୀର୍ଥ ଭାବେ ଏହା ପ୍ରସିଦ୍ଧ । ଗର୍ଗ ସଂହିତାରେ ନାରଦମୁନି ଏହାର ମହାତ୍ମ୍ୟ ବିଷୟରେ କହିଥିବାର ପଢିବାକୁ ମିଳିଥାଏ । ଯଦୁବଂଶର ଲୋକମାନଙ୍କୁ ଶ୍ରୀକୃଷ୍ଣ ବେଟ ଦ୍ୱାରକାର କୁଶାସ୍ଥଳୀକୁ ପ୍ରଥମେ ଆଣିଥିଲେ । ସମୁଦ୍ର ଓ ପାହାଡ ଦ୍ୱାରା ଘେରି ହୋଇ ରହିଥିବା ହେତୁ ଏହାକୁ ଅଧିକ ସୁରକ୍ଷିତ ସ୍ଥାନ ଭାବେ ଗ୍ରହଣ କରାଯାଇଥିଲା । ମହାଭାରତରେ ବେଟ ଦ୍ୱାରକାକୁ ଅର୍ନ୍ତଦ୍ୱୀପ ଭାବେ ବର୍ଣ୍ଣନା କରାଯାଇଛି । ମତ୍ସ୍ୟାବତାର ବେଳେ ଭଗବାନ ବିଷ୍ଣୁ ଶଙ୍ଖାସୁରକୁ ଯେଉଁଠାରେ ବଧ କରିଥିବା କଥା କୁହାଯାଏ, ସେଠାରେ ଏବେ ଶଙ୍ଖ ସରୋବର ରହିଛି ଏହି ଦ୍ୱୀପରେ ବହୁପ୍ରକାରର ଶଙ୍ଖ ଦେଖିବାକୁ ମିଳିଥାଏା ଗର୍ଗ ସଂହିତାର ଦ୍ୱାରକା ଖଣ୍ଡରେ ବର୍ଣ୍ଣନା ରହିଛି ଯେ ଶ୍ରୀକୃଷ୍ଣ ତୀର୍ଥ ମୁନିଙ୍କର ଭକ୍ତମାନଙ୍କୁ କକ୍ଷିବଣରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଏଠାରେ ସୁଦାମା ଓ ଶ୍ରୀକୃଷ୍ଣଙ୍କ ଭେଟ ହୋଇଥିବା କଥା କୁହାଯାଏା ଅତୀତରେ ବରୋଦା ରାଜ୍ୟ ଅନ୍ତର୍ଗତ ଏବଂ ଗାଏକୱାଡଙ୍କ ଶାସନାଧୀନ ଥିବା ବେଟ ଦ୍ୱାରକା ଉପରେ ଖ୍ରୀ.୧୮୫୭ରେ ବଘେରମାନେ ଆକ୍ରମଣ କରି ଅଧିକାରକୁ ନେଇଥିଲେ । କିନ୍ତୁ ପରେ ଗାଏକୱାଡ ରାଜାଙ୍କ ଅଧୀନକୁ ଆସି ଏହା ଖ୍ରୀ.୧୯୪୭ ପର୍ଯ୍ୟନ୍ତ ରହିଥିଲା । ହରପ୍ପା ଏବଂ ମୋ÷ର୍ଯ୍ୟ ସମୟର ଅନେକ ସାମଗ୍ରୀ ଏଠାରୁ ମିଳିଛି । ପ୍ରାଚୀନ କାଳର ପୋତରୁ ମିଳିଥିବା ପ୍ରମାଣ ଅନୁଯାୟୀ ସଂସ୍କୃତ ଦ୍ୱାରକାର ଲୋକଭାଷା ରହିଥିଲା । ଦ୍ୱାରକାଧୀଶଙ୍କୁ ଶ୍ରୀକୃଷ୍ଣଙ୍କ ପନôୀ ରୁ୍କ୍ମିଣୀ ପୂଜା କରୁଥିଲେ । ତ୍ରିବିକ୍ରମ ମନ୍ଦିର, ମାଧବରାଇଜୀ ମନ୍ଦିରର, ଦେବକୀ ମନ୍ଦିର,ପୁରୁଷୋତ୍ତମ ମନ୍ଦିର, କଲ୍ୟାଣ ରାଇଜୀ ମନ୍ଦିର ପରି ଛୋଟ ଛୋଟ ମନ୍ଦିର ଦ୍ୱାରକାଧୀଶ ମନ୍ଦିର ଅନ୍ତର୍ଗତ । ଏଠାରେ ଶ୍ରୀକୃଷ୍ଣଙ୍କୁ ରୁକ୍ମିଣୀ ଏବଂ ଶ୍ରୀରାଧାଙ୍କ ପକ୍ଷରୁ ପ୍ରତିଦିନ ୧୩ଭୋଗ ଅର୍ପଣ କରାଯାଇଥାଏ । ବେଟ ଦ୍ୱାରକାର ଯେଉଁ ସ୍ଥାନରେ ହନୁମାନ ଦଣ୍ଡୀ ରହିଛି ସେଠାରେ ପୁରାଣକାଳରେ ମକରଧ୍ୱଜ ଓ ହନୁମାନଙ୍କ ମଧ୍ୟରେ ଲଢେଇ ହୋଇଥିଲା ବୋଲି କୁହାଯାଏ । ବେଟ ଦ୍ୱାରକାରେ ଅଭୟମାତା ମନ୍ଦିର, ମୀରାବାଈ ମନ୍ଦିର, ରଣଛୋର ତଲାବ, ନୀଳକଣ୍ଠ ମହାଦେବ ମନ୍ଦିର, କ୍ଷେତ୍ରପାଲ ମନ୍ଦିର, ଶ୍ରୀ େ·ର୍ଯ୍ୟସିଧୁନା ସିଦ୍ଧିପୀଠ ରହିଛିା ମୁସଲିମ ଶାସକ ମହମୁଦ ବେଗଡା ଖ୍ରୀ ୧୪୭୨ରେ ପ୍ରାଚୀନ ଦ୍ୱାରକାଧୀଶ ମନ୍ଦିର ଉପରେ ଆକ୍ରମଣକରି ଧ୍ୱଂସ କରିଥିଲା । ପରେ ୧୫- ୧୬ଶ ଶତାବ୍ଦୀରେ ମନ୍ଦିରର ପୁନଃନିର୍ମାଣ କରାଯାଇଥିଲା । ଆଦି ଶଙ୍କରାଚାର୍ଯ୍ୟ ୮ମ ଶତାବ୍ଦୀରେ ଏହି ମନ୍ଦିରକୁ ଦର୍ଶନ କରିଥିଲେ । ଗତବର୍ଷ ୧ ଅକ୍ଟୋବରରୁ ବେଟ ଦ୍ୱାରକାରେ ବେଆଇନ ବାଣିଜି୍ୟକ ଏବଂ ଆବାସିକ ଗୃହ ଉଚ୍ଛେଦ ଅଭିଯାନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲାା ୧୧କି.ମି ପରିବ୍ୟାପ୍ତ ଏହି ଟାପୁ ନିଶା·ଲାଣ,ଚୋରାସୁନା, ଜାଲନୋଟ କାରବାରର କେନ୍ଦ୍ର ଥିଲା । ଜମିଦଖଲ ପାଇଁ ଲୋକେ ଇସଲାମିକ ଝଣ୍ଡାକୁ ବ୍ୟବହାର କରୁଥିଲେ । ମୂଳ ଦ୍ୱାରକାଠାରୁ ବେଟ ଦ୍ୱାରକା ୩୫କି.ମି ଦୂରରେ ଅବସ୍ଥିତ । ପୂର୍ବରୁ ଏଠାକେ କାଁ ଭାଁ ମସଜିଦ୍ ଥିଲାବେଳେ ବିଗତ ଦିନରେ ଅନେକ ମସଜିଦ୍ ନିର୍ମାଣ କରାଯାଇଥିଲା । ଏଠାକାର ପୁଅ ଝିଅମାନଙ୍କର ପାକିସ୍ଥାନୀଙ୍କ ସହ ବିବାହ ହୋଇଥାଏ । ୧୯୬୦ ଜନଗଣନା ଅନୁସାରେ ଏଠାରେ ୬୦୦ମୁସଲମାନ ଏବଂ ୨୭୮୬ ହିନ୍ଦୁ ବାସ କରୁଥିଲେ । କିନ୍ତୁ ଏବେ ୯୫୦୦ ମୁସଲିମ ଜନସଂଖ୍ୟା ଥିଲାବେଳେ ୨୫୦୦ ହିନ୍ଦୁ ଜନସଂଖ୍ୟା ରହିଛି । ଆଗାମୀ ଦିନରେ କାଶୀ ବିଶ୍ୱନାଥ, ମହାକାଳ ଲୋକ ପରି ଦେବଭୂମି କରିଡର ଏଠାରେ ସରକାର ନିର୍ମାଣ କରିବେ । ବେଟ ଦ୍ୱାରକାକୁ ଯିବା ପାଇଁ ଓଖାବେଟ ଦ୍ୱାରକା ମଧ୍ୟରେ ୨୩୨୦ ମିଟର ଦୀର୍ଘ ୪ଲେନ ବିଶିଷ୍ଟ ସେତୁ ସଡକ ନିର୍ମାଣ ଜାରିରହିଛି । ଦ୍ୱାରକାଧୀଶ ଶ୍ରୀକୃଷ୍ଣଙ୍କର ୧୦୮ ଫୁଟ ଉଚ୍ଚର ଏକ ବିଶାଳ ମୂର୍ତ୍ତି ଏଠାରେ ସ୍ଥାପନା କରାଯିବ । ଗୋମତୀ ନଦୀର କୂଳରେ ପଞ୍ଚକୁଇଠାରେ ଏହାକୁ ପ୍ରତିଷ୍ଠା କରାଯିବ । ଜଳକ୍ରୀଡା ପାର୍କ, ଡଲଫିନ୍ ଗ୍ୟାଲେରୀ ନିର୍ମାଣ କରାଯିବ । ଦ୍ୱାରକାଧୀଶ ମନ୍ଦିର ସହ ରୁକି୍ମଣୀ ବଳରାମ ମନ୍ଦିର, ସନୱାଲିୟାଜ ମନ୍ଦିର,ଗୋବର୍ଦ୍ଧନନାଥ ମନ୍ଦିର, ମହାପ୍ରଭୁ ବୈଠକ, ବାସୁଦେବ, ହନୁମାନ ମନ୍ଦିର, ନାରାୟଣ ମନ୍ଦିରକୁ ସଂଯୋଗ ପଥ ରହିବ । ଲକ୍ଷୀନାରାୟଣ ମନ୍ଦିର ପରିସରରେ ଥିବା ବୃକ୍ଷ ମୂଳେ ଋଷି ଦୁର୍ବାସା ତପସ୍ୟା କରିଥିବା କୁହାଯାଏ । ସ୍ଥାନୀୟ ଗୋପୀ ସରୋବରକୁ ସରକାର ନୂତନ ଭାବେ ନିର୍ମାଣ କରିବାର ଯୋଜନା ରଖିଛନ୍ତି । ମହାଭାରତରେ ଏହା ଗୋପୀଚନ୍ଦନ ଭାବେ ବର୍ଣ୍ଣିତ । ଧର୍ମପୀଠ ବେଟ ଦ୍ୱାରକାକୁ ଜିହାଦି ଲୋକେ ଦଖଲ କରି ପାକ୍ର କଲୋନୀ ନିର୍ମାଣ ·ଲୁ ରଖିଥିଲେ । ସରକାରଙ୍କ ସଡକ ସଂଯୋଗୀକରଣ ଏବଂ ତୀର୍ଥ କ୍ଷେତ୍ର ନିର୍ମାଣ ପରେ ବେଟ ଦ୍ୱାରକା ଭାରତବାସୀଙ୍କ ପାଇଁ ଅଧିକ ଆକର୍ଷଣର କେନ୍ଦ୍ର ହେବ । ଓଖା ସହର ଅଧୀନରେ ଥିବା ଏହି କ୍ଷେତ୍ରରେ ଯାତ୍ରୀଙ୍କ ପାଇଁ ହୋଟେଲ, ଧର୍ମଶାଳା ଆଦି ନିର୍ମିତ ହେବ । ସଡକପଥ ଯୋଗାଯୋଗ ପରେ ଏହା ଏକ ନୂତନ ଛୋଟ ନଗରୀର ରୂପ ନେବ, ଏଥିରେ ସନେ୍ଦହ ନାହିଁ ।
ଭାରତୀୟ ସମ୍ବାଦ ସେବା (ଭାସ୍)

ଭୁବନେଶ୍ୱର-୭୫୧୦୦୩

Leave a Reply