Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍ଚର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆବର୍ଜନାରୁ ଉପଯୋଗୀ ଷ୍ଟ୍ରକ୍ଚର

ଅନୁଗୋଳ:ସହର ସୌନ୍ଦର୍ଯ୍ୟକୁ ବିଗାଡୁଥିବା ବର୍ଜ୍ୟ ପ୍ଲାଷ୍ଟିକ୍?, ପଲିଥିନକୁ ବ୍ୟବହାର କରି ନିର୍ମାଣ ହେଉଛି ଜୈବ ଇଟା ଷ୍ଟ୍ରକ୍?ଚର । ଏହାଦ୍ୱାରା କେବଳ ଆବର୍ଜନାର ଉଚିତ ପରିଚାଳନା ହେଉନାହିଁ, ଅଧିକନ୍ତୁ ଏହାକୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଛି । ପରିବେଶ ପ୍ରଦୂଷଣ ସମସ୍ୟାର ସମାଧାନ ଲାଗି ଅନୁଗୋଳ ‘ସାଥୀ ପରିବାର’ ପକ୍ଷରୁ ଆରମ୍ଭ ହୋଇଥିବା ଏଭଳି ଅଭିନବ ପ୍ରକଳ୍ପକୁ ବିଭିନ୍ନ ମହଲରେ ଭୂରିଭୂରି ପ୍ରଶଂସା କରାଯାଉଛି ।ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ଜଳ, ବାୟୁ, ମୃତ୍ତିକା, ଭୂତଳ ଜଳ ପ୍ରଦୂଷିତ ହେଉଛି । ଆର୍ଦ୍ରଭୂମି, ବନ୍ୟଜୀବଙ୍କ ପ୍ରାକୃତିକ ଆବାସସ୍ଥଳୀ ପ୍ରଭାବିତ ହେବାରେ ଲାଗିଛି । ଏକ ଆକଳନ ଅନୁଯାୟୀ, ପ୍ଲାଷ୍ଟିକ୍? ପ୍ରଦୂଷଣରେ ବିଶ୍ୱରେ ଭାରତର ସ୍ଥାନ ୧୨ । ଏହାକୁ ନେଇ ଭୟଙ୍କର ସ୍ଥିତି ଉପୁଜିଲାଣି । ଏହାର ପ୍ରତିକାର କରିବା ଲାଗି ‘ସାଥୀ ପରିବାର’ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଦୈନିକ ସନ୍ଧ୍ୟାରେ ଅନୁଷ୍ଠାନର ସଦସ୍ୟମାନେ ଅନୁଗୋଳ ସହରର ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରୁ ଲୋକମାନେ ଫିଙ୍ଗି ଦେଉଥିବା ବିଭିନ୍ନ ଖାଦ୍ୟପଦାର୍ଥ ଜରି, ପ୍ଲାଷ୍ଟିକ୍? ବୋତଲ ସଂଗ୍ରହ କରୁଛନ୍ତି । ଅଦରକାରୀ ପଲିଥିନକୁ ପରିଷ୍କାର କରି ବୋତଲ ଭିତରେ ଭର୍ତ୍ତି କରୁଛନ୍ତି । ଏକ ଲିଟର ବିଶିଷ୍ଟ ବୋତଲରେ ପାଖାପାଖି ୨୫୦ରୁ ୩୦୦ ଗ୍ରାମ୍? ଯାଏ ପଲିଥିନ ପୂରାଇ ଏକ ବାଡି ସହାୟତାରେ ଟାଇଟ୍? କରି ଦିଆଯାଉଛି । ଏଭଳି ଏକାଧିକ ବୋତଲକୁ ମିଶାଇ ସିମେଣ୍ଟ ଷ୍ଟ୍ରକ୍?ଚର ପ୍ରସ୍ତୁତ କରାଯାଉଛି । ଅଦ୍ୟାବଧି ଏଭଳି ୩୫୦ ଷ୍ଟ୍ରକ୍?ଚର ପ୍ରସ୍ତୁତ ହୋଇସାରିଲାଣି । ଏଥିରେ ୧୫୦ରୁ ଅଧିକ ଦିନ ସମୟ ଲାଗିଥିବାବେଳେ ଅନୁଷ୍ଠାନର ସଦସ୍ୟମାନେ ୪୫୦ ଘଣ୍ଟା ସମୟ ଦାନ କରିଛନ୍ତି । ଏଭଳି ଷ୍ଟ୍ରକ୍?ଚର ପ୍ରସ୍ତୁତିରେ ଏକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ବର୍ଜ୍ୟର ସଦୁପଯୋଗ କରାଯାଇପାରିଛି । ଏଭଳି ଜୈବ ଇଟା ଷ୍ଟ୍ରକ୍?ଚରକୁ ସୁରକ୍ଷା ପାଚେରି ନିର୍ମାଣ, ଗଛର ସୁରକ୍ଷା ବାଡ଼, ମୁକୁଳା ଟ୍ରାନ୍ସଫର୍ମରକୁ ଘେରାବନ୍ଦୀ କରିବାରେ ବ୍ୟବହାର କରାଯାଇପାରିବ ବୋଲି ସାଥୀ ପରିବାରର ସୁବ୍ରତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପଟେ ଜରଡ଼ାସ୍ଥିତ ବ୍ରଜମୋହନ ହାଇସ୍କୁଲରେ ସଙ୍ଗଠନ ପକ୍ଷରୁ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ଉପସ୍ଥିତିରେ ଜୈବ ଇଟା ସଂକ୍ରାନ୍ତ ପ୍ରଥମ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।

Leave a Reply