Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିମାପଡାରେ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିମାପଡାରେ ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା

ନିମାପଡା : ନିମାପଡା ମହା ବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସମର୍ପିତ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ନିମାପଡାରେ ଏକ ବିଶାଳ ମୋଟର ସାଇକେଲ ରାଲି ଦେଖିବାକୁ ମିଳିଛି । ଗଡଅଣ୍ଢିଆ ମହାବୀରଙ୍କ ପୀଠରୁ ବାଇକ ଶୋଭଯାତ୍ରା ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ୱାର୍ଡରେ ପରିକ୍ରମା କରିଥିଲା ରାମନାମ ଧ୍ୱନୀରେ ଚାରିଦିଗ ପ୍ରକମ୍ପିତ ହେଉଥିବା ବେଳେ ସହର ଠାରୁ ଆରମ୍ଭ କରି ଗାଁଗହଳି ପର୍ଯ୍ୟନ୍ତ ଲମ୍ବିଥିଲା । ଏହି ଅବସରରେ ନିମାପଡାରେ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିଥିଲା । ଖରାର ପ୍ରକୋପ ସାଙ୍ଗକୁ ସ୍ୱେଚ୍ଛାସେବୀ ସଂଗଠନ ପଣା ବଣ୍ଟନ କରିଥିଲେ । ବାମନାଳ ଓ ଡେଣୁଅଁ ପ୍ରଭୃତି ପ୍ରତ୍ୟେକ ଗ୍ରାମରେ ପଣା ସଂକ୍ରାନ୍ତି ପର୍ବ ପାଳନ ହୋଇଯାଇଛି । ସେହିପରି ଚାରିଛକ ବିଶିମାତ୍ରୀ ଠାରୁ ଏକ ବାଇକ ଶୋଭାଯାତ୍ରା ଚାରିଛକ ନୟାହାଟ ତୁଳସୀପୁର ଆଦି ଅଞ୍ଚଳ ଦେଇ ସାଇଲୋ ଛକ ନିକଟସ୍ଥ କନ୍ତିଆ ମହାବୀରଙ୍କ ପୀଠରେ ପହଞ୍ଚିଥିଲା । ସେଠାରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ହଜାର ହଜାର ସଂଖ୍ୟକ ଭକ୍ତ ଯୋଗଦେଇଥିଲେ ।

Leave a Reply