ପଦ୍ମପୁର ରେ ଧୁମଧାମରେ ହନୁମାନ ଜୟନ୍ତୀ ପାଳନ

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ରେ ହନୁମାନ ଜନ୍ମୋତ୍ସବ ସମିତି ଏବଂ ବଜରଙ୍ଗ ଦଳ ତରଫ ରୁ ମହାଆଡମ୍ବର ରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାମଜୀ ମନ୍ଦିର ପ୍ରାଙ୍ଗଣରୁ ହଜାର ହଜାର ଲୋକଙ୍କ ଶୋଭା ଯାତ୍ରା ବାହାରି ପଦ୍ମପୁର ସହର ପରିକ୍ରମା କରିଥିଲେ । ଏହି ଶୋଭା ଯାତ୍ରା ରେ ପାଟ ପଟୁଆରା ରେ ପ୍ରଭୁ ଶ୍ରୀ ରାମ,ଲକ୍ଷ୍ମଣ, ମାତା ସୀତା ଏବଂ ରାମ ଭକ୍ତ ଶ୍ରୀ ହନୁମାନଙ୍କ ସମେତ ବାନର ସେନା ମଧ୍ୟ ବାହାରିଥିଲେ । ଅନ୍ୟପଟେ ଏହି ଶୋଭା ଯାତ୍ରା ରେ ପଦ୍ମପୁର ର ସମସ୍ତ ସଂଗଠନ ର ସଦସ୍ୟ ମାନେ ଯୋଗ ଦେଇଥିବା ବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଯୋଗ ଦେଇଥିଲେ ତେବେ ପ୍ରତି ଘର ଅଗଣା ରେ ଦୀପ କଳସ ରଖି ମହିଳା ମାନେ ସ୍ୱାଗତ କରିଥିଲେ ମାନ୍ୟତା ଅନୁଯାୟୀ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପ୍ରଭୁ ଶ୍ରୀ ରାମ ଙ୍କ ଭକ୍ତ ଶ୍ରୀ ହନୁମାନ ଙ୍କ ଜନ୍ମ ହୋଇଥିଲା । ଏଣୁ ପଦ୍ମପୁର ଠାରେ ପୂର୍ବରୁ ପାଳନ କରି ଆସୁଥିବା ଏହି ହନୁମାନ ଜୟନ୍ତୀ କୁ ଏ ବର୍ଷ ବହୁ ଆଡମ୍ବର ସହିତ ପାଳନ ହୋଇଥିବାରୁ ଲୋକେ ବେଶ୍ ଖୁସି ଅନୁଭବ କରିଛନ୍ତି । ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ସମିତି ପକ୍ଷରୁ ସହର ର ବିଭିନ୍ନ ସ୍ଥାନ ରେ ଥଣ୍ଡା ପାନୀୟ ଜଳ, ସରବତ, ଜଳଖିଆ ର ବ୍ୟବସ୍ଥା କରାଯାଇଥିବା ବେଳେ ପରିକ୍ରମା ପରେ ଲୋକେ ପ୍ରସାଦ ସେବନ କରିଥିଲେ ୟ ତେବେ ବହୁô ଶାନ୍ତି ଶୃଙ୍ଖଳା ସହିତ ଏହା ଅନୁଷ୍ଠିତ ହୋଇଥିବାରୁ ସମସ୍ତ ଜନ ସାଧାରଣ ଏବଂ ପୋଲିସ ପ୍ରଶାସନ ଙ୍କୁ ସମିତି ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *