Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଆ ଭାଷାରେ ହେବ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଆ ଭାଷାରେ ହେବ ସିଏପିଏଫ୍ କନଷ୍ଟେବଳ ପରୀକ୍ଷା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଐତିହାସିକ ନିଷ୍ପତି ନେଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ଏଣିକି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ) ପାଇଁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଂଚଳିକ ଭାଷାରେ କନେଷ୍ଟବଳ (ଜେନେରାଲ ଡ୍ୟୁଟୀ) ପରୀକ୍ଷା ଆୟୋଜନ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରି ମିଳିଛି । କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିଦେ୍ର୍ଦଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତି ଗ୍ରହଣ କରାଯାଇଛି । ଏହି ଆଂଚଳିକ ଭାଷା ଗୁଡିକ ହେଲା ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ , ଓଡ଼ିଆ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ । ଏହି ନିଷ୍ପତ୍ତି ସିଏପିଏଫ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଲକ୍ଷାଧିକ ପ୍ରାର୍ଥୀଙ୍କୁ ଲାଭାନ୍ୱିତ କରିବ କାରଣ ସେମାନେ ଏଣିକି ନିଜ ମାତୃଭାଷା/ଆଂଚଳିକ ଭାଷାରେ ପରୀକ୍ଷା ଦେବା ସହିତ ନିଜ ଚୟନ ସମ୍ଭାବନାକୁ ବଢ଼ାଇପାରିବେ । ବିଭିନ୍ନ ଭାରତୀୟ ଭାଷାରେ ପରୀକ୍ଷା ଆୟୋଜନ ସୁବିଧା ଦେବା ଲାଗି ବର୍ତ୍ତମାନର ବୁଝାମଣାପତ୍ର ସହିତ ଏକ ପରିଶିଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କର୍ମଚାରୀ ଚୟନ ଆୟୋଗ ସ୍ୱାକ୍ଷର କରିବେ । କନେଷ୍ଟବଳ (ଜେନେରାଲ ଡ୍ୟୁଟୀ), କର୍ମଚାରୀ ଚୟନ ଆୟୋଗଙ୍କ ଦ୍ୱାରା ଆୟୋଜିତ ପ୍ରମୁଖ ପରୀକ୍ଷା ମଧ୍ୟରୁ ଗୋଟିଏ, ଯେଉଁଥିରେ ସାରା ଦେଶରୁ ଲକ୍ଷାଧିକ ପ୍ରାର୍ଥୀ ଅଂଶଗ୍ରହଣ କରିଥାନ୍ତି । ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଜାନୁଆରୀ ୦୧, ୨୦୨୪ ଠାରୁ ପରୀକ୍ଷା ଆୟୋଜନ ଆରମ୍ଭ ହେବ । ଏହି ନିଷ୍ପତ୍ତି ପରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସରକାର ସ୍ଥାନୀୟ ଯୁବକମାନଙ୍କୁ ନିଜ ମାତୃଭାଷାରେ ପରୀକ୍ଷା ଦେବା ଲାଗି ଏହି ସୁଯୋଗର ଉପଯୋଗ କରିବା ଏବଂ ଦେଶ ସେବାରେ କ୍ୟାରିଅର ଗଢ଼ିବା ଲାଗି ବହୁସଂଖ୍ୟାରେ ଆଗେଇ ଆସିବାକୁ ପ୍ରୋତ୍ସାହତ କରିବା ନିମନ୍ତେ ବ୍ୟାପକ ଅଭିଯାନ ଆରମ୍ଭ କରିବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଆଞ୍ଚଳିକ ଭାଷାର ଉପଯୋଗ ଏବଂ ବିକାଶକୁ କେନ୍ଦ୍ରର ଐତିହାସିକ ନିଷ୍ପତ୍ତି ମୋଟ୍ ୧୩ଟି ଆଞ୍ଚଳିକ ଭାଷାରେ ହେବ ପରୀକ୍ଷା ମଞ୍ଜୁର କଲା ଗୃହ ମନ୍ତ୍ରଣାଳୟ ପ୍ରୋତ୍ସାହନ ଦେବା ଲାଗି ସଂକଳ୍ପବଦ୍ଧ ଅଛନ୍ତି । ସୂଚନାଯୋଗ୍ୟ ଯେ ପ୍ରତିବର୍ଷ କନେଷ୍ଟବଳ ପଦବୀ ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତି । ଆଂଚଳିକ ଭାଷାରେ ପରୀକ୍ଷା ହେଲେ ଅନେକ ଏଥିରେ ଉପକୃତ ହେବେ । ସିଏପିଏଫ୍ କନେଷ୍ଟବଳ ପରୀକ୍ଷା ତାମିଲ ଭାଷାରେ କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍େକ ଷ୍ଟାଲିନ୍ ଗୃହ ମନ୍ତ୍ାଳୟକୁ ଅନୁରୋଧ କରିଥିଲେ । ଏହାର ଦିନକ ପରେ ଗୃହ ମନ୍ତ୍ରାଳୟ ବିଜ୍ଞପ୍ତି ପ୍ରକାଶ କରିଛି । କେନ୍ଦ୍ରର ଘୋଷଣା ପରେ ଏହାକୁ ସ୍ୱାଗତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ । ଆଂଚଳିକ ଭାଷାରେ ସିଏପିଏଫ୍ କନେଷ୍ଟବଳ ପରୀକ୍ଷା ପାଇଁ ଗୃହ ମନ୍ତ୍ରାଳୟ ନିଷ୍ପତି ନେଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଚାକିରି ଆଶାୟୀ ।

Leave a Reply