Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚଇତରେ ବଢୁଛି ନିମ୍ବ ଫୁଲର ଆଦର ବୈଶାଖ-ଜ୍ୟୋଷ୍ଠରେ ସାମାୟିକ ରୋଜଗାର ଦେବ ନିମ୍ବ ଫଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚଇତରେ ବଢୁଛି ନିମ୍ବ ଫୁଲର ଆଦର ବୈଶାଖ-ଜ୍ୟୋଷ୍ଠରେ ସାମାୟିକ ରୋଜଗାର ଦେବ ନିମ୍ବ ଫଳ

କୋକସରା: ବର୍ତ୍ତମାନ ଚାଲିଛି ବସନ୍ତ ଋତୁ । ନିମ୍ବ ଗଛରେ ଫୁଲ ଭର୍ତ୍ତି ହୋଇ ରହିଛି । ଚୈତ୍ର ମାସରେ ନିମ୍ବ ଫୁଲର ଭଜା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହି ବିଶ୍ୱାସ କେଉଁ ଏକ ଆବାହମାନ କାଳରୁ ଚଳି ଆସୁଥିବାରୁ ବର୍ତ୍ତମାନ ଚୈତ୍ର ମାସରେ କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ଏହାର ଯଥେଷ୍ଟ ଆଦର ରହିଥିବା ଦେଖାଯାଇଛି । ଏହା ସମସ୍ତ ଗ୍ରାମରେ ସହଜରେ ତଥା ବିନା ପଇସାରେ ଉପଲବ୍ଧ ହେଉଥିବାରୁ ଧନି ଗରିବ ନିର୍ବିଶେଷରେ ସବୁ ବର୍ଗର ଲୋକ ଋଚି ଅନୁସାରେ ନିମ୍ବ ଫୁଲର ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥାନ୍ତି । ତେବେ ନିମ୍ବ ଫୁଲରେ ବିଭିନ୍ନ ବ୍ୟଞ୍ଜନ ହେଉଥିଲେ ମଧ୍ୟ ପଖାଳ ସହ ନିମ୍ବ ଫୁଲ ଭଜା ଖାଇବାର ମଜା ନିଆରା । ନିମ୍ବ ଫୁଲ ଔଷଧୀୟ ଗୁଣରେ ଭରପୂର । ଚର୍ମ ସମସ୍ୟା ଏବଂ ମଧୁମେହ ପାଇଁ ଆୟୁର୍ବେଦରେ ଏହାର ଫୁଲ ବ୍ୟବହାର କରାଯାଏ । ଏହା ବ୍ୟତୀତ ନିମ୍ବ ଫୁଲ ମଧ୍ୟ ଅନ୍ତନଳୀ ଏବଂ କୃମି ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ । ଶରୀରରେ ପିତ୍ତକୁ କମ୍ କରିବା ପାଇଁ ଆୟୁର୍ବେଦରେ ନିମ୍ବ ଫୁଲ ବ୍ୟବହାର କରାଯାଏ । ଶରୀରରେ ପିତ୍ତ ବୃଦ୍ଧି ହେଲେ ନିମ୍ବ ଫୁଲ ଖାଇବା ଉପକାରୀ ବୋଲି ବିବେଚନା କରାଯାଏ । ନିମ୍ବ ଫୁଲ ଶରୀରର ଉତ୍ତାପ ଏବଂ ପିତ୍ତର ଲକ୍ଷଣ ହ୍ରାସ କରେ । ଯଦି ଶରୀରରେ ପିତ୍ତ ବଢିଯାଏ ତେବେ ନିମ୍ବ ଫୁଲର ପାଣି ପିଇବା କିମ୍ବା ନିମ୍ବ ଫୁଲକୁ ଚୋବାଇ ଖାଇବା ଦ୍ୱାରା ଏହା ପ୍ରଶମିତ ହୋଇଥାଏ । ନିମ୍ବ ଫୁଲର ଆଣ୍ଟିସେପ୍ଟିକ୍ ଗୁଣ ଅଛି ତେଣୁ ଏହା ଚର୍ମ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ସୋରିୟାସିସ୍ ଏବଂ ଏକଜିମା ଚିକିତ୍ସା ପାଇଁ ଆୟୁର୍ବେଦରେ ନିମ୍ବ ଫୁଲ ମଧ୍ୟ ବ୍ୟବହୃତ ହୁଏ । ମଧୁମେହ ରୋଗୀଙ୍କ ପାଇଁ ନିମ୍ବ ଫୁଲ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ । ନିମ୍ବ ଫୁଲରେ ଆଣ୍ଟିଡିଏବେଟିକ୍ ଗୁଣ ରହିଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ସୁଗାର ସ୍ତର ହ୍ରାସ କରିବା ପାଇଁ ଆୟୁର୍ବେଦରେ ଏହି ଫୁଲ ବ୍ୟବହାର କରାଯାଏ । ତେବେ ସେ ଯାହାହେଉ ବର୍ଷକୁ ବର୍ଷ ଚୈତ୍ର ମାସରେ ନିମ୍ବ ଫୁଲ ଭଜା ଖାଇ ଆସିଥିବା ଓଡ଼ିଆଙ୍କ ହାଣ୍ଡିଶାଳରେ ଆଜି ମଧ୍ୟ ଏହାର ଆଦର କମିନାହିଁ । ନିମ୍ବ ଫଳ କୋକସରା ବ୍ଲକର ମହିଳାମାନଙ୍କୁ ସାମୟିକ ରୋଜଗାର ଯୋଗାଇ ଦେଇଥାଏ । ବୈଶାଖ ଓ ଜ୍ୟୋଷ୍ଠ ମାସରେ ଗ୍ରାମାଞ୍ଚଳର ମହିଳାମାନେ ଗଛରୁ ତଳେ ପାଚି ପଡିଥିବା ନିମ୍ବ ଫଳ ସଂଗ୍ରହ କରି ବିକ୍ରୀ କରିଥାନ୍ତି । ତେବେ ନିମ୍ବ ଫଳର ଯଥେଷ୍ଟ ଚାହିଦା ଥିବାବେଳେ ବ୍ୟବସାୟୀମାନେ ଏହାକୁ ସାଗ ମାଛ ଦରରେ କିଣି ନେଇଥାନ୍ତି । ନିମ୍ବ ଫଳ ଗୋଟାଇବାରେ ଯେତିକି ପରିଶ୍ରମ କରିବାକୁ ପଡ଼େ ତାହା ତୁଳନାରେ କମ୍ ପ୍ରାପ୍ୟ ମିଳିଥାଏ । ତଥାପି ଗରିବଲୋକ ଓ ମହିଳାମାନେ ବାଧ୍ୟ ହୋଇ ଏହାକୁ କମ୍ ମୂଲ୍ୟରେ ବିକ୍ରୀ କରିଥାନ୍ତି ।

Leave a Reply