Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇମାନେଟର ‘ସେଭ୍ ଇଣ୍ଡିଆ’ ଅଭିଯାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇମାନେଟର ‘ସେଭ୍ ଇଣ୍ଡିଆ’ ଅଭିଯାନ


ସୌମେନ୍ଦ୍ର ଜେନା

ପାକ୍ ଜମାତର ଆମେରିକା ଶାଖା ଜଷ୍ଟିସ ଫର ଅଲ୍ ୨୦୦୨ରେ ନିଜ ୱେବସାଇଟରେ କେବଳ ପାକିସ୍ଥାନକୁ ଯେ ସ୍ଥାନ ଦେଇଥିଲା ତା ନୁହେଁ , ଭାରତ ପାଇଁ ମଧ୍ୟ ଅନ୍ୟ ଏକ ୱେବସାଇଟ୍ ଖୋଲାଯାଇଥିଲା, ଯାହା ଇଣ୍ଡିଆନ ମୁସଲିମ୍ ଆଲର୍ଟ ନେଟୱାର୍କ  (ଇମାନେଟ) ନାମରେ ପରିଚିତ । ଏହାକୁ ଶେଖ ଉବୈଦ ହିଁ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ ଏବେ ଏହି ନାମରେ ୱେବସାଇଟ୍ ନାହିଁ ସତ, କିନ୍ତୁ  ଏହା ଆଇଏମ୍ସି ୟୁଏନ୍ଏ (ଆଇଏମ୍ସି)ର ଏକ ଶାଖା ଥିଲା, ଯାହା ଭାରତୀୟ ମୁସଲମାନଙ୍କ କାର୍ଯ୍ୟକଳାପ ସଚେତନତା ପାଇଁ କାର୍ଯ୍ୟ କରୁଥିବା କୁହାଯାଇଥିଲା । ଇମାନେଟର ଫେସ୍ବୁକ୍ ୨୩ ମଇ ୨୦୧୩ରେ ଖୋଲାଯାଇଥିଲା, ଯାହା ୨ ମାର୍ଚ୍ଚ ୨୦୨୧ରେ ‘ସେଭ୍ ଇଣ୍ଡିଆ’ର ନୂଆ ନାମ ହେଲା । ଏହାକୁ ଆମେରିକାର ୭ଜଣ,  କାନାଡାର ୩ଜଣ ଏବଂ ଭାରତର ଜଣେ ଲୋକ ପରି·ଳିତ କରୁଥିବା ଜଣାପଡେ । ଏଥିରେ ଥିବା ସାମିଲ ଲୋକଙ୍କ ମଧ୍ୟରୁ କେତେକଙ୍କ ସଂପର୍କରେ ଆଲୋଚନା ହେବା ଜରୁରୀ । 
‘ସେଭ୍ ଇଣ୍ଡିଆ’ ପ୍ରକଳ୍ପର ବୈଷୟିକ ନିଦେ୍ର୍ଦଶକ ହେଉଛନ୍ତି ଜାହିର ଆଦିଲ । ସେ ସାଉଣ୍ଡ ଭିଜନର ସଦସ୍ୟ ଥିଲାବେଳେ ବୁ୍ୟରୋକୁ ସମ୍ଭାଳିଥାନ୍ତି, ତେଣେ ବର୍ମା ଟାସ୍କ ଫୋର୍ସର ଜଣେ ଲେଖକ ଭାବେ କାର୍ଯ୍ୟ କରନ୍ତି । ଅଧିକନ୍ତୁ ସେ ଇସଲାମିକ କାଉନସିଲ ଅଫ୍ ନିଉ ଇଂଲଣ୍ଡ (ଆଇସିଏନ୍ଇ)ର ଯୋଗାଯୋଗ କମିଟିର ମୁଖ୍ୟ ଏବଂ ଏହି ସଂଗଠନ କୋସୋଭା ଟାସ୍କ ଫୋର୍ସର ପ୍ରଚଣ୍ଡ ସମର୍ଥକ । 
ଏବେ ଇସଲାମିକ କାଉନସିଲ ଅଫ୍ ନିଉ ଇଂଲଣ୍ଡ କଥା ବି·ର କରାଯାଉ । ୧୯୮୪ରେ ଏହା ଏକ ସ୍ୱେଚ୍ଛାସେବୀ ଟିକସମୁକ୍ତ,ଧାର୍ମିକ ସଂଗଠନ ଭାବେ ପଞ୍ଜିକୃତ ହୋଇଥିଲା । ନିଉ ଇଂଲଣ୍ଡରେ ଥିବା ଇସଲାମିକ ସଂଗଠନ ଏବଂ କେନ୍ଦ୍୍ରଗୁଡିକର ଏହା ସହଯୋଗୀ ସଂଗଠନ ବୋଲି ଘୋଷଣା କରିଛି । ଦେଶରେ ଏକୀକୃତ ଇସଲାମିକ ଜନମତ ସୃଷ୍ଟିପାଇଁ ସଂସ୍ଥା ସମସ୍ତଙ୍କ ମଧ୍ୟରେ ସେତୁପ୍ରାୟ କାର୍ଯ୍ୟ କରିବ ବୋଲି  ଘୋଷଣା କରିଛି  ଏବଂ ଇସଲାମିକ କାଉନସିଲ ଅଫ୍ ନିଉ ଇଂଲଣ୍ଡ (ଆଇସିଏନ୍ଇ)ର ପୂର୍ବରୁ ୪ଟି ସଂଗଠନକୁ ଜାତୀୟ ଇସଲାମିକ ସଂଗଠନ ଭାବେ ଗ୍ରହଣ କରିଛି । ସେସବୁ ହେଲା ସିଏଇଆଇଆର୍, ଆଇଏସ୍ଏନ୍ଏ, ଆଇସିଏଏନ୍ଏ ଏବଂ ମୁସଲିମ ଆମେରିକାନ ସୋସାଇଟୀ (ଏମ୍ଏଏସ୍) ।  ଏହି ସଂଗଠନଗୁଡିକ ମୁସଲିମ ବ୍ରଦରହୁଡ ଏବଂ ଜମାତେ ଇସଲାମୀର ସହଯୋଗୀ ସଂଗଠନ ଭାବେ କାର୍ଯ୍ୟ କରିଥାନ୍ତି । ଆଇସିଏନ୍ଇ ହାତରେ ୭୨ଟି ଇସଲାମିକ କେନ୍ଦ୍ର, ·ରିଗୋଟି ଅନୁବନ୍ଧିତ ସଂଗଠନ, ନିଉ ଇଂଲଣ୍ଡର ୧୫ଟି ମୁସଲିମ ଷ୍ଟୁଡେଣ୍ଟସ ଆସୋସିଏସନ୍ (ଇଏମ୍ଏମ୍ଏ), ମାସାଚୁସେଟ୍ସକୁ ଘେରି ରହିଥିବା ୩୨ଟି ଇସଲାମିକ କେନ୍ଦ୍ର , ମଜଲିସ୍ ଆଦି ରହିଛନ୍ତି । 
ଇସଲାମିକ କାଉନସିଲ୍ ଅଫ୍ ନିଉ ଇଂଲଣ୍ଡର  ଏଚ୍ଏଚ୍ ଆର୍ଡି ସମେତ ଅନ୍ୟ କେତେକ ସଂଗଠନ ସହ ସଂପର୍କ ରହିଛି । ତନ୍ମଧ୍ୟରେ ଅଲ୍ ଖିଦମତ ଫାଉଣ୍ଡେସନର ଅନେକଗୁଡିଏ ପ୍ରକଳ୍ପ ରହିଛି । ଅଲ୍ ଖିଦମତ ଫାଉଣ୍ଡେସନ ହେଉଛି ଜମାତେ ଇସଲାମୀର ଜନକଲ୍ୟାଣକାରୀ ଶାଖା ଯାହାର ମୁଖ୍ୟ ହାଫିଜ୍ ନଇମ୍ ଉର ରେହମାନ ରହିଛି, ଯିଏକି ଜମାତେ ଇସଲାମୀର କରାଚି ଶାଖାର ମୁଖ୍ୟ । ଅଲ୍ ଖିଦମତ୍ ସନ୍ତ୍ରାସୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନକୁ ଆର୍ଥôକ ସହାୟତା ଦେଇଥାଏ । ପାଲେଷ୍ଟାଇନର ସନ୍ତ୍ରାସୀ ସଂଗଠନ ହାମାସକୁ ପ୍ରାୟ ୬ ମିଲିଅନ (୬୦ଲକ୍ଷ) ପାକ ମୁଦ୍ରା ମଧ୍ୟ ଦେଇଥିବା ଜଣାଯାଏ ।  ଇସଲାମିକ କାଉନସିଲ ନିଉ ଇଂଲଣ୍ଡ ଏଚ୍ଏଚ୍ଆରଡି ସହ ମିଶି ଅନେକ ସମୟରେ କାଶ୍ମୀର ନାମରେ ବିଦେଶରେ ·ନ୍ଦା ଆଦାୟ କରିଥାଏ ।  ୨୯ ଅଗଷ୍ଟ ୨୦୧୯ରେ ଇସଲାମିକ କାଉନସିଲ ଅଫ୍ ନର୍ଥ ଇଂଲଣ୍ଡ (ଆଇସିଏନ୍ଇ) ଏଚ୍ଏଚ୍ଆର୍ଡି ସହ ମିଶି କାଶ୍ମୀରରୁ ଧାରା ୩୭୦ ହଟାଯିବାକୁ ନେଇ ·ନ୍ଦା ଆଦାୟ କରିଥିଲା । 
ସେଭ୍ ଇଣ୍ଡିଆର ଅନ୍ୟ ଜଣେ ଦକ୍ଷିଣ ଆଫ୍ରିକାର ମହିଳା ସଦସ୍ୟା ରହିଛନ୍ତି । ସେ ହେଉଛନ୍ତି ଫରହାନା କାରା ମୋଟୋଲା  । ସେ କ୍ୱାଜୁଲୁ ନାଟାଲ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା (୧୯୯୦-୯୨) କରିଥିଲେ । ସେ ଅକ୍ଟୋବର ୨୦୧୯ରେ  ଜଷ୍ଟିସ ଫର୍ ଅଲ୍ରେ ମିିଡିଆ ଉପଦେଷ୍ଟା ଭାବେ ଯୋଗ ଦେଇଥିଲେ । ଏହି ସଂସ୍ଥା ନିୟମିତ ଭାବେ ୱେବିନାର ଚଳାଇ  ଭାରତରେ ମୁସଲିମମାନଙ୍କୁ ଦମନ କରାଯାଉଥିବା ସଂକ୍ରାନ୍ତରେ  ମିଥ୍ୟା ପ୍ର·ର ଚଳାଇଥାଏ । ୧୮ ନଭେମ୍ବର “୨୦୨୦ରେ ଏହି  ସଂସ୍ଥା ଏକ ୱେବିନାରର ବିଷୟ ରଖିଥିଲା ବର୍ମା, ଚୀନ, ଭାରତ ଓ କାଶ୍ମୀରରେ ମୁସଲିମ ଗଣହତ୍ୟା ।” ଉକ୍ତ ୱେବିନାରରେ  ଯୋଗଦାନ କରିଥିବା ଲୋକେ ହେଲେ ଫ୍ରି କାଶ୍ମୀରର ନିଦେ୍ର୍ଦଶକ ଅବଦୁଲ ଜବବାର, ହେନା ଜୁବେରୀ, ଫରହାନା ମୋଟୋଲା, ରୁସ୍ଦା ସିଦ୍ଧିକୀ ଏବଂ ଇଣ୍ଟରନେସନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ଇସଲାମିକ ଥଟ୍ ସଂସ୍ଥାର ଗବେଷଣା ଓ ଶିକ୍ଷା କାର୍ଯ୍ୟକ୍ରମ ମୁଖ୍ୟ ତଥା ପୂର୍ବତନ ନିଦେ୍ର୍ଦଶକ ଏର୍ମିନ ସିନାନୋଭିକ । ଏହି ସଂସ୍ଥା ମୁସଲିମ ବ୍ରଦରହୁଡର ପ୍ରମୁଖ ସଦସ୍ୟମାନଙ୍କର ଯୋଜନାକ୍ରମେ ଗଢାଯାଇଥିଲା । ୧୯୮୦ରେ ଆମେରିକାରେ ଥିବା ମୁସଲିମ ବ୍ରଦରହୁଡ ସଦସ୍ୟ ଜମାଲ ବର୍ଜିଞ୍ଜି ଏବଂ ହିସମ୍ ଅଲ୍ତାଲିବ ଏହାକୁ ଗଢିଥିଲେ ।  ସେ ଦୁହେଁ ପୂର୍ବରୁ ମୁସଲିମ ବ୍ରଦରହୁଡର ସହଯୋଗୀ ସଂଗଠନ ଇସ୍୍ନାର ସଦସ୍ୟ ରହିଥିଲେ । 
ସେଭ୍ ଇଣ୍ଡିଆ ରିସର୍ଚ୍ଚ ଗୋଷ୍ଠୀଙ୍କ ତଥ୍ୟର ଦୁଇଟି ଆଧାର ରହିଛି । ତାହା ହେଲା ଡୋଟୋ ଡାଟାବେସ୍ ଏବଂ ୟୁଏସ୍ସିଆଇଆର୍ ଏଫ୍ ରିପୋର୍ଟ । ସେଭ୍ ଇଣ୍ଡିଆ ଫାସୀବାଦ ପ୍ରକଳ୍ପରେ କେତେକ ବିଭାଗ ରହିଛି । ସେଗୁଡିକ ହେଲା (୧) ଉତ୍ତର ଆମେରିକାରେ  ହିନ୍ଦୁତ୍ୱ, (୨)ସେଭ୍ ଇଣ୍ଡିଆ ରିସର୍ଚ୍ଚ,(୩) ସେଭ୍ ଇଣ୍ଡିଆ ଏଡଭୋକାସୀ,(୪) ସେଭ୍ ଇଣ୍ଡିଆ ହିଜାବ, (୫) ସେଭ୍ ଇଣ୍ଡିଆ ପ୍ରୋଟେଷ୍ଟ,(୬) ସେଭ୍ ଇଣ୍ଡିଆ ଭଲୁ୍ୟଣ୍ଟିଅର,(୭)ସେଭ୍ ଇଣ୍ଡିଆ ୱାଚ ,(୮) ଏପ୍ରିଗେଟେଡ ଇଣ୍ଡିଆ ନିଉଜ୍  । ଏଥିରେ ୪୧୨ଟି ରିପୋର୍ଟ ରଖାଯାଇଛି, ଯାହାସବୁ ବିବରଣୀ, ଡିଜିଟାଲ ଘୃଣା ,ଅବି·ର, ଧାର୍ମିକ ଅନ୍ୟାୟ, ଧାର୍ମିକ ଦଣ୍ଡ, ମୁସଲିମ ତଣ୍ଟିକାଟ, ପୋଲିସ ବର୍ବରତା , ଦିଲ୍ଲୀ କାର୍ଯ୍ୟକ୍ରମ, ମୁସଲିମ ଗଣମାଧ୍ୟମ ଉପରେ ଆକ୍ରମଣ, ଏନ୍ଆର୍ସି, ରାଜନୀତିରେ ଆର୍ଏସ୍ଏସ୍, ହିନ୍ଦୁତ୍ୱର ଉତ୍ଥାନ ଇତ୍ୟାଦି । 
ଇଣ୍ଡିଆନ ଆମେରିକାନ ମୁସଲିମ କାଉନସିଲ ଆଇଏମ୍ଏସ୍ଜେକୁ କିଛିିଦିନ ତଳେ ବନ୍ଦ କରିଦେଲା । ତାର କାରଣ ହେଲା ଯେ କିପରି ଏହି ସଂସ୍ଥା ଡୋଟୋ ଡାଟାବେସ୍ ଏବଂ ୟୁଏସ୍ସିଆଇଆର୍ଏଫ୍ ରିପୋର୍ଟରେ ଜାଲିଆତି କରି ମନଗଢା କଥା କହି ଯାହାକୁ ଡିସ୍ଇନ୍ଫୋ ଲାବ୍ ଧରା ପକାଇ ଦେଇଥିଲା । ଡୋଟୋ ନିଜକୁ ଏକ କଲ୍ୟାଣକାରୀ ଦିଲ୍ଲୀର ସଂସ୍ଥା ବୋଲି କହିଥାଏ । ଭାରତରେ ମୁସଲିମମାନଙ୍କ ପ୍ରତି ହେଉଥିବା ଅତ୍ୟା·ର ବିଷୟରେ ଏହି ସଂସ୍ଥା ପ୍ରକାଶ କରୁଥିବାର କହୁଥିଲେ ହେଁ ଏହାର ସଂସ୍ଥାପକ ଏବଂ ସଂପ୍ରତି କୁଇଲ ଫାଉଣ୍ଡେସନର ନିଦେ୍ର୍ଦଶକ ଥିବା  କେକେ ସୁହୈ÷ଲ ଅତୀତରେ ଷ୍ଟୁଡେଣ୍ଟସ ଇସଲାମିକ ଅର୍ଗାନାଇଜେସନର ରାଷ୍ଟ୍ରୀୟ ସଂପାଦକ ଓ ଅଧ୍ୟକ୍ଷ ମଧ୍ୟ ରହିଥିଲା । 
ଡୋଟୋ ଡାଟାବେସ୍ ୨୦୧୭ରେ ଆରମ୍ଭ କରାଯାଇଥିଲେ ମଧ୍ୟ ଏହା ୨୦୧୨ରୁ ତଥ୍ୟ ଓ ବିବରଣୀ ସଂଗ୍ରହ କରି ରଖିଆସୁଥିଲା । ପୂର୍ବରୁ ଏହି ସଂସ୍ଥା ୟୁନାଇଟେଡ୍ ମାସ ମିଡିଆ ସହ ମିଶି ତଥ୍ୟ ସଂଗ୍ରହ କରୁଥିଲା ,ଯାହାର ସଂସ୍ଥାପକ ସୟଦ କାସିମ୍ ରସୁଲ ଇଲୟାସା  । ଇଲୟାସ୍ ହେଉଛି ନିଷିଦ୍ଧ ସନ୍ତ୍ରାସୀ ସଂଗଠନ ସିମିର ସଦସ୍ୟ । ତା ପୁଅ ହେଉଛି ଜେଲରେ ଥିବା ଜେଏନ୍ୟୁ ଛାତ୍ର ଉମର ଖାଲିଦ । ସନ୍ତ୍ରାସୀ ପୁତାପୁତ୍ରଙ୍କର ଏକ ରାଜନୈ÷ତିକ ଦଳ ଦି ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆ ରହିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ଜାଙ୍ଗିପୁର ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ଇଲୟାସ ପ୍ରାର୍ଥୀ ଥିଲା । କ୍ୱିଲର ସଂସ୍ଥାପକ ସୁହୈଲ ମଧ୍ୟ ୨୦୧୧ରେ ଏହି ଦଳର ସଂପାଦକ ରହିଥିଲା । ଡୋଟୋ ଡାଟାବେସରେ ଅନେକ ମିଥ୍ୟା ଖବର ପ୍ରକାଶ ପାଇଥାଏ, ଯାହାକୁ ସେଭ୍ ଇଣ୍ଡିଆ ଜଷ୍ଟିସ ଫର୍ ଅଲ୍ ଏବଂ ୟୁଏନ୍ଏଚ୍ଆରସି ଉଲ୍ଲେଖ କରିଥାନ୍ତି । ଭାରତରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ଅତ୍ୟା·ର ହେଉଥିବା ସଂକ୍ରାନ୍ତରେ ଅନେକ ମନଗଢା କାହାଣୀ ଏଥିରେ ସ୍ଥାନ ପାଇଥାଏ । ଗୀତା କଲୋନୀରେ ମଦ୍ରାସା ଉପରେ ଆର୍ଏସ୍ଏସ୍ର  ଆକ୍ରମଣ, ଅଭଦ୍ରୋଚିତ ବ୍ୟବହାରର ବିରୋଧ କରି ଛାତ୍ରୀକୁ ପୋଡିଦେବା, ଘରମାଲିକାଣୀ ଦ୍ୱାରା କାଶ୍ମୀରୀ ଝିଅକୁ ଶୋଷଣ, ମୁସଲିମ ଦୋକାନୀଠାରୁ ଖାଉଟୀ ସାମଗ୍ରୀ କିଣିବାକୁ ଗ୍ରାହକ ମନାକରିବା ପରି କେତେକ ଘଟଣାର ସତ୍ୟାସତ୍ୟ ଇଣ୍ଡିଆନ ଏକ୍ସପ୍ରେସ, ଅପ୍ ଇଣ୍ଡିଆ, ଦି କ୍ୱିଣ୍ଟ ପକ୍ଷରୁ ପ୍ରକାଶ କରାଯାଇ ମିଛ ବୋଲି ସାବ୍ୟସ୍ତ କରାଯାଇସାରିଛି । ଏଥିରେ ୩୦ମଇ ୨୦୨୧ରେ ମାମଲାର ସଂଖ୍ୟା ୧୧୯୧ରୁ ବୃଦ୍ଧିପାଇ ନଭେମ୍ବର ୨୦୨୧ ବେଳକୁ ୧୨୮୧ରେ ପହଞ୍ଚôଥିଲା । ଅପରପକ୍ଷେ ଡୋଟୋ ଡାଟାବେସର କ୍ଷତିଗ୍ରସ୍ତଙ୍କ ସଂଖ୍ୟା ମଇ ୨୦୨୧ରେ ୨୨୯୬୦ ଥିଲାବେଳେ ତାହା ନଭେମ୍ବର ୨୦୨୧ ବେଳକୁ ହ୍ରାସ ପାଇ ୧୮୭୮୭ ହୋଇଥିଲା । 
ସେଭ୍ ଇଣ୍ଡିଆ ଗୋଷ୍ଠୀର ଅନ୍ୟଜଣେ ସଦସ୍ୟା ହେଲେ ହେନା ଜୁଭେରୀ , ଯିଏକି ୨୦୧୮ରେ ଫେଥ୍ କୋଆଲିସନ ଟୁ ଷ୍ଟପ୍ ଜେନୋସାଇଡ୍ ଇନ ବର୍ମା ଆରମ୍ଭ କରିଥିଲେ, ଯାହା ପରେ ଫେଥ୍ କୋଆସନ ଟୁ ଷ୍ଟପ୍ ଜେନୋସାଇଡ୍ ହେଲା । ୧୧ ଅଗଷ୍ଟ ୨୦୧୦ରେ ଆମେରିକାର ଆରିଜୋନାଠାରେ ସଂସ୍ଥାର ୱେବସାଇଟ୍ ପଞ୍ଜିକୃତ ହୋଇଥିଲା । ଏହି ସଂଗଠନ ସହ ଯେଉଁମାନେ ଯୋଡି ହୋଇଥିଲେ ସେମାନେ ହେଲେ (କ) ·ର୍ଟର ଫର୍ କମ୍ପାସିଅନ,(ଖ) କମ୍ପାସିଓନେଟ୍ ଆଟଲାଣ୍ଟା, (ଗ) ଇଣ୍ଟରଫେଥ୍ ସେଣ୍ଟର ଅଫ୍ ନିଉୟର୍କ, (ଘ) ଜିୱିସ ଆଲିଆନ୍ସ ଅଫ କନ୍ସର୍ଣ୍ଣ  ଓଭର ବର୍ମା (ଜାକବ) ।
ଇହୁଦୀମାନଙ୍କ ସଂଗଠନ ଜାକବକୁ ଦୁଇଜଣ ମୁସଲିମ ରାବି ସିମ୍ଖା ୱେନଟ୍ରାଉବ  ଏବଂ ଆଡାମ୍ କାରୋଲ ଆରମ୍ଭ କରିଥିଲେ । ପଲ୍ ଆଡାମ କାରୋଲ ଜାତିସଂଘର କାର୍ଯ୍ୟକ୍ରମ ନିଦେ୍ର୍ଦଶକ । ସେ ଜଷ୍ଟିସ ଫର୍ ଅଲ୍ରେ ବର୍ମା ଟାସ୍କ ଫୋର୍ସର ନେତୃତ୍ୱ ନେଇଥାନ୍ତି । ନିଉୟର୍କ ସହରରେ ଆଲୋଚନା, ଗୋଷ୍ଠୀଗତ ଶକ୍ତିବୃଦ୍ଧି ପାଇଁ କାର୍ଯ୍ୟରତ ମୁସଲିମ କନ୍ସୁଲେଟିଭ୍ ନେଟୱାର୍କର ସେ ପୂର୍ବତନ  କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ।  ଜାତିସଂଘରେ ଆମେନେଷ୍ଟି ଇଣ୍ଟରନେସନାଲ କାର୍ଯ୍ୟକ୍ରମ ସେ କରାଇଥାନ୍ତି ।  ଅନ୍ୟ ଏକ ସଂଗଠନ ଦି ଇଣ୍ଟରଫେଥ୍ ସେଣ୍ଟର ଅଫ୍ ନିଉୟର୍କକୁ ୧୯୯୭ରେ ଜେମ୍ସ ପାର୍କ୍ସ ମୋର୍ଟୋନ ଆରମ୍ଭ କରିଥିଲେ । ଧାର୍ମିକ ନେତା ଏବଂ ସେମାନଙ୍କ ସମାଜକୁ ନାଗରିକ ସଂଗଠନମାନଙ୍କ ସହ ଯୋଡିବା ଥିଲା ଇଣ୍ଟରଫେଥ୍ ସେଣ୍ଟରର ଲକ୍ଷ୍ୟ । ଦେଖିବାକୁ ଗଲେ ଏହିପରି ଗୁଡିଏ ସଂଗଠନ ଆମେରିକାରେ ଜନତାଙ୍କୁ ବିଭ୍ରାନ୍ତ କରିବା ଲକ୍ଷ୍ୟରେ ଗଢାଯାଇଛି । ତିନିତୁଣ୍ଡରେ ଛେଳି କୁକୁର ହେଲା ପରି ଏମାନେ ଭିନ୍ନ ଭିନ୍ନ କ୍ଷେତ୍ରରେ ଭାରତ ବିରୋଧୀ ମିଥ୍ୟା ପ୍ର·ର କରି ମିଛକୁ ସତ ଭାବେ ବିଶ୍ୱାସ କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର -୭୫୧୦୦୩

Leave a Reply