ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ

ନୂଆପଡ଼ା: ଚୈତ୍ର ଶୁକ୍ଳ ପ୍ରତିପଦାରୁ ବ୍ରହ୍ମା କାଳ ଗଣନା ଆରମ୍ଭ କରି ଥିଲେ ତେଣୁ ଏହା ହେଉଛି ହିନ୍ଦୁ ମାନଙ୍କର ନବ ବର୍ଷ । ଏଥିପାଇଁ ଗତକାଲି ଖଡ଼ିଆଳ ଠାରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା । ସକାଳ ୫ଘଣ୍ଟା ସମୟରେ ପ୍ରଭାତ ଫେରି ହୋଇଥିଲା । ସକାଳ ୧୦ଘଣ୍ଟା ସମୟରେ ଆଦ୍ୟ ସର ସଂଘ ଚାଳକ ପ୍ରଣାମ କାର୍ଯ୍ୟକ୍ରମ ହୋଇଥିଲା ।ପ୍ରକାଶ ଥାଉ କି ଆଜି କାର ଦିନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ପ୍ରତିଷ୍ଠାତା ଡ କେଶବ ବଳିରମ ହେଡ଼ଗୱାର ଙ୍କ ର ଜନ୍ମ ଦିବସ । ଅପରାହ୍ନ ୪:୩୦ ଘ ରେ ଏକ ବିଶାଳ ଭବ୍ୟ ଶୋଭାଯାତ୍ରା ଦଧିବାମନ ମନ୍ଦିରରୁ ବାହାରି ମା ଠାକୁରାଣୀ ମନ୍ଦିର ଦେଇ ବ୍ଲକ ଛକ ହୋଇ ଅଗ୍ରସେନ ଭବନ ଠାରେ ସମାପନ ହୋଇଥିଲା । ଶୋଭାଯାତ୍ରାରେ ଧଙ୍କସସର ସଂକୀର୍ତ୍ତନ ମଣ୍ଡଳୀ, କୁଷ୍ ମାଲ ର ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇ ବାତାବରଣ କୁ ଭକ୍ତିମୟ କରିଥିଲେ । ଏଥିରେ ହଜାର ହଜାର ସଂଖ୍ୟାରେ ହିନ୍ଦୁ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ତାପରେ ଅଗ୍ରସେନ୍ ଭବନ ଠାରେ ଦୃଷ୍ଟିହୀନ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା । ତାପରେ ବୌଦ୍ଧିକ କାର୍ଯ୍ୟକ୍ରମ ହିନ୍ଦୁ ନବ ବର୍ଷ ପାଳନ କମିଟି ର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆକର୍ଷଣ ଆଜିର ବକ୍ତା ସୁରେନ୍ଦ୍ର ପଣ୍ଡା (ପ୍ରଚାରକ) ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓଡ଼ିଶା ପ୍ରାନ୍ତ ପଶ୍ଚିମ, ହିନ୍ଦୁ ଏକତା ର ମୂଳମନ୍ତ୍ର ସହିତ ବର୍ତ୍ତମାନ ପରିପେକ୍ଷି ରେ ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ଉପରେ ଆଲୋକପାତ କରିଥିଲେ । ଶ୍ରୋତା ମାନେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରିଥିଲେ । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପ୍ରଦର୍ଶନ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମକୁ ଗଙ୍ଗାଧର ମହାନ୍ତି ସଞ୍ଚାଳନ କରିଥିଲେ । ପରେ ଭୋଜନ ପରେ କାର୍ଯ୍ୟକ୍ରମ ର ପରିସମ ।ପ୍ତି ହୋଇଥିଲା । ଏହି ଦିବ୍ୟ ଆୟୋଜନରେ ପାଳନ ସମିତି ର ସମ୍ପାଦକ ଦିଲ୍ଲୀପ ଟ୍ରିବେଦି, ପୁଷ୍ଟମ ସୁନାନି, ବିନୋଦ ଅଗ୍ରୱାଲ, ସଜ୍ଜନ ଅଗ୍ରୱାଲ, ଉଜ୍ଜଳ ଗୁପ୍ତା, ଚିନ୍ତୁ ଚଲାନ, ସୁରେଶ ହତ୍ୱ ।ର, ବିଜୟ ବାରିକ (ଅଧ୍ୟାପକ), ଜନାର୍ଡନ ପାତ୍ର, ଚନ୍ଦ୍ର ଶେଖର ଚନ୍ଦ୍ରକ ।ର (ଅଧ୍ୟାପକ), ଜଗବନ୍ଧୁ ବାରିକ, ରନôାକର ସାହୁ, ସତ୍ୟ ନାରାୟଣ ଭୁକ୍ତା, ପ୍ରଦୀପ ବାବୁ, ଲାଲୁ ଦଣ୍ଡସେନା, ବିଭୂତି ଭୂଷଣ ବିଶି, ଶ୍ରୀବତ୍ସ ବାରିକ, ପ୍ରକାଶ ଶର୍ମା, ମନିସ ସିଂହଳ, ସୁଜିତ୍ ପାତ୍ର, ସୁରେଶ ଦଣ୍ଡସେନା, ଓଁ ପ୍ରକାଶ ଦଣ୍ଡସେନା ପ୍ରମୁଖ ସହ ଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *