Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବୃଦ୍ଧା ମା’ଙ୍କୁ କାନ୍ଧରେ ବସାଇ ଜାଗର ଯାତ୍ରା ଦେଖାଇଲା ପୁଅ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବୃଦ୍ଧା ମା’ଙ୍କୁ କାନ୍ଧରେ ବସାଇ ଜାଗର ଯାତ୍ରା ଦେଖାଇଲା ପୁଅ

ଖଇରା: ଜନ୍ମଦାତ୍ରୀ ମାଙ୍କର ଇଚ୍ଛା ପୂରଣ କରିଛି ପୁଅ । ଶନିବାର ଦିନ ଶିବ ଚତୁର୍ଦ୍ଦଶୀରେ ୭୭ ବର୍ଷୀୟା ବୃଦ୍ଧା ମା’ଙ୍କୁ ନିଜ କାନ୍ଧରେ ୫ କିଲୋମିଟର ବୋହି ମହାଦେବଙ୍କ ଦର୍ଶନ କରାଇଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ କୁରୁ । ପଞ୍ଚାୟତ ବାରିଙ୍ଗିଆ ଗାଁର ନିରଞ୍ଜନ ଜେନା । ନିରଞ୍ଜନଙ୍କୁ ଏବେ ୫୯ ବର୍ଷ । ମାତୃଭକ୍ତି ପାଇଁ ଆଖପାଖ ଅଞ୍ଚଳରେ ଲୋକେ ତାଙ୍କୁ ଏ ଯୁଗର ଶ୍ରବଣ କୁମାର ବୋଲି ଆଖ୍ୟା ଦେଇଛନ୍ତି । ତେବେ ଏ ଘଟଣା ଆଜିର ନୁହେଁ, ଦୀର୍ଘ ୬ ବର୍ଷ ଧରି ବିଭିନ୍ନ ପୂଜାପାର୍ବଣରେ ମା’ଙ୍କୁ କାନ୍ଧରେ ବସାଇ ଦିଅଁ ଦର୍ଶନ କରାଉଛନ୍ତି ନିରଞ୍ଜନ । ଶନିବାର ଦିନ ଜାଗରରେ ଦୀର୍ଘ ୫ କିଲୋମିଟର ବିଲରାସ୍ତାରେ ମାଙ୍କୁ କାନ୍ଧରେ ବୋହି ଗଣ୍ଡିବେଡ଼ସ୍ଥିତ ବାବା ଲଙ୍କେଶ୍ୱରଙ୍କ ଦର୍ଶନ କରିବା ଲାଗି ନେଇଥିଲେ । ବାର୍ଦ୍ଧକ୍ୟତା ହେତୁ ମା କାଳୀ ଜେନା ଆଉ ଚଲାବୁଲା କରିପାରୁନାହାନ୍ତି । ବୃଦ୍ଧା ମାର ଭଗବତ ସାନ୍ନିଧ୍ୟ ଇଚ୍ଛା ପୂରଣ ପାଇଁ ପୁଅ ଶାରୀରିକ ଶ୍ରମ କରୁଥିବାରୁ ଆଶିଷ ଅଜାଡ଼ି ଦେଇଛନ୍ତି ମା କାଳୀ ଜେନା । ଆଜିର ଯୁବପିଢି ବୃଦ୍ଧା ବାପାମାଙ୍କୁ ହତାଦର କରୁଥିବା ବେଳେ ନିରଞ୍ଜନଙ୍କଠାରୁ ଢେର୍ କିଛି ଶିଖିବାର ଅଛି ବୋଲି କହିଛନ୍ତି ଅଞ୍ଚଳବାସୀ ।

Leave a Reply