Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚନ୍ଦ୍ର ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚନ୍ଦ୍ର ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ


ନୂଆଦିଲ୍ଲୀ : ଚନ୍ଦ୍ରଯାନ ଅଭିଯାନ ପାଇଁ ଆଉ ପାଦେ ଆଗେଇଲା ଭାରତୀୟ ମହାକାଶ ଗବେଷଣାକାରୀ ସଂସ୍ଥା(ଇସ୍ରୋ) । ଭାରତର ଚନ୍ଦ୍ର ଅଭିଯାନକୁ ଆଗକୁ ନେଇଯିବା ପାଇଁ ଚନ୍ଦ୍ରଯାନ-୩ ୟୁଆର ରାଓ ସାଟେଲାଇଟ୍ ସେଣ୍ଟର ବେଙ୍ଗାଲୁରୁରେ ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ ଇଣ୍ଟରଫେସ (ଇଏମଆଇ)/ ଇଲେକ୍ଟ୍ରୋମ୍ୟାଗ୍ନେଟିକ କମ୍ପାଟିବିଲିଟି(ଇଏମସି) ପରୀକ୍ଷଣ ସଫଳତାପୂର୍ବକ ପୂରା ହୋଇଛି । ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ (ଇସ୍ରୋ) ରବିବାର ଏହାର ସୂଚନା ଦେଇ କହିଛି ଯେ, ଏହି ପରୀକ୍ଷଣ ଜାନୁଆରୀ ୩୧ରୁ ଫେବୃଆରୀ ୨ ମଧ୍ୟରେ କରାଯାଇଥିଲା । ଇସ୍ରୋ ଅନୁଯାୟୀ, ମହାକାଶରେ ଉପଗ୍ରହର ଉପ ପ୍ରଣାଳୀର କାର୍ଯ୍ୟକ୍ଷମତା ଏବଂ ଇଲେକ୍ଟ୍ରୋ ମ୍ୟାଗ୍ନେଟିକର ସ୍ତର ସହିତ ଏହାର ଅନୁକୂଳତା ସୁନିଶ୍ଚିତ କରିବା ପାଇଁ ସାଟେଲାଇଟ୍ର ଇଏମଆଇ/ଇଏମସି ପରୀକ୍ଷଣ କରାଯାଏ । ଚନ୍ଦ୍ର ଅଭିଯାନ ପାଇଁ ଏହାର ପରୀକ୍ଷଣ ବହୁତ ଗୁରୁô ବହନ କରୁଛି । ଇସ୍ରୋ ମୁତାବକ ଚନ୍ଦ୍ରଯାନ-୩ ଇଣ୍ଟରପ୍ଲେନେଟାରୀ ମିଶନ ପାଇଁ ତିନି ପ୍ରମୁଖ ମୋଡ୍ୟୁଲ୍ ରହିଛି । ଏହା ପ୍ରୋପେଲ୍ସନ ମୋଡ୍ୟୁଲ, ଲେଣ୍ଡର ମୋଡ୍ୟୁଲ ଏବଂ ରୋଭରୟ ମିଶନ ପାଇଁ ସବୁଠୁ ଜଟିଳ କାମ ହେଉଛି ଏହି ତିନି ମୋଡ୍ୟୁଲ ମଧ୍ୟରେ ରେଡିଓ-ଫ୍ରିକ୍େଏନ୍ସି ସଞ୍ଚାର ଲିଙ୍କ୍ ସ୍ଥାପନ କରିବା । ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଇଏମଆଇ/ଇସି ପରୀକ୍ଷଣ ସମୟରେ ସମସ୍ତ ମାନଦଣ୍ଡ ସୁନିଶ୍ଚିତ କରାଯାଇଥିଲା । ଏହି ସମୟରେ ଏହାର ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା । ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୨ ପରେ ଇସ୍ରୋର ଏହା ସବୁଠୁ ବଡ ଅଭିଯାନ । ୨୦୧୯ରେ ଚନ୍ଦ୍ରଯାନ-୨ ଜରିଆରେ ଚନ୍ଦ୍ରପୃଷ୍ଠରେ ରୋଭରକୁ ଓହ୍ଲାଇବାରେ ଭାରତର ପ୍ରଥମ ପ୍ରୟାସ ବିଫଳ ରହିଥିଲା । ତେବେ ଚନ୍ଦ୍ରଯାନ-୩ ଜୁନରେ ଉତକ୍ଷେପଣ ହେବାର ସମ୍ଭାବନା ରହିଛି ।

Leave a Reply