Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ତତ୍କାଳ ଶୁଣାଣିକୁ ମନା କଲେ ଖଣ୍ଡପୀଠ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ତତ୍କାଳ ଶୁଣାଣିକୁ ମନା କଲେ ଖଣ୍ଡପୀଠ


ମୁମ୍ବାଇ : ଉଦ୍ଧବ ଗୋଷ୍ଠୀଙ୍କୁ ସୁପ୍ରିମକୋର୍ଟରୁ ପୁଣି ଝଟକା ୟ ଶିବସେନା ନାଁ ଓ ଦଳୀୟ ଚିହ୍ନ ·ଲିଯିବା ପରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ହେଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଛନ୍ତି । ଅନ୍ୟପଟେ ବିଧାନସଭାରେ ଥିବା ଶିବସେନା କାର୍ଯ୍ୟାଳୟ ମଧ୍ୟ ଉଦ୍ଧବଙ୍କ ହାତରୁ ଖସିଛି । ମହାରାଷ୍ଟ୍ରରେ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି । ଶିବସେନା ବିଭାଜିତ ହେବାର ଏକ ବର୍ଷ ପରେ ର୍ନିବାଚନ ଆୟୋଗ ସଂଖ୍ୟା ଗରିଷ୍ଠତା ହିସାବରେ ଏକନାଥ ଗୋଷ୍ଠୀଙ୍କୁ ଶିବସେନା ନାଁ ଓ ଦଳୀୟ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଉଦ୍ଧବଙ୍କ ଗୋଷ୍ଠୀଙ୍କୁ ବାଲାସାହେବଙ୍କ ଫଟୋ ଏବଂ ଜ୍ଜ୍ୱଳନ୍ତା ମଶାଲକୁ ବ୍ୟବହାର କରିବାକୁ କହିଛନ୍ତି । ଏହାକୁ ନେଇ ଉଦ୍ଧବ ଠାକରେ, ର୍ନିବାଚନ କମିଶନଙ୍କ ଉପରେ ବର୍ଷିବା ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଶିବସେନା ନାଁ ଓ ଦଳୀୟ ଚିହ୍ନ ଧନୁତୀର ·ଲିଯିବା ପରେ ର୍ନିବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ବିରୋଧ କରି ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ ଉଦ୍ଧବଙ୍କ ଗୋଷ୍ଠୀ । ହେଲେ ସୋମବାର ଏହାକୁ ନେଇ ତକ୍ରାଳ ଶୁଣାଣି କରିବାକୁ ମନା କରିଛନ୍ତି ଖଣ୍ଡପୀଠ । ମଙ୍ଗଳବାର ମାମଲାର ତର୍ଜମା କରାଯିବା ପରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ବିଧାନସଭାରେ ଶିବସେନା କାର୍ଯ୍ୟାଳୟକୁ ମଧ୍ୟ ଏକନାଥ ସିନେ୍ଦଙ୍କ ଗୋଷ୍ଠୀଙ୍କୁ ଦିଆଯାଇଛି । ଏକନାଥ ସିନେ୍ଦଙ୍କ ସମର୍ଥକ ବାଚସ୍ପତି ରାହୁଲ ନାର୍ବେକରଙ୍କୁ ସାକ୍ଷାତ କରିବାକ ସହିତ ଶିବସେନା କାର୍ଯ୍ୟାଳୟକୁ ବ୍ୟବହାର ପାଇଁ ଅନୁମତି ମାଗିଥିଲେ । ଏହାକୁ ତର୍ଜମା କରି ବାଚସ୍ପତି ନାର୍ବେକର ଏକନାଥ ଗୋଷ୍ଠୀଙ୍କୁ ଅଫିସକୁ ଦେଇଛନ୍ତି ।

Leave a Reply