ଏକ ଟଙ୍କିଆ ଚିକିସôା ଶିବିର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ୍ ମଣ୍ଡପରେ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ୍ ଆନୁକୂଲ୍ୟରେ ସମ୍ବଲପୁରସ୍ଥିତ ବୁର୍ଲା ଭିମ୍ସାରର ଭେଷଜ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀଙ୍କ ଏକ ଟଙ୍କିଆ ଚିକିସôା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୦ ଜଣ ରୋଗୀ ଯୋଗଦେଇ ଡା. ଚନ୍ଦାନୀଙ୍କ ଦ୍ୱାରା ଚିକିସôିତ ହେବା ସହ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ । ପ୍ରତ୍ୟେକ ରୋଗୀ ଚିକିସôା ବାବଦକୁ ଏକଟଙ୍କା ପ୍ରଦାନ କରିଥିବା ବେଳେ ଔଷଧ ନିମନ୍ତେ ଏକଟଙ୍କା ପ୍ରଦାନ କରିଥିଲେ । ଗରିବ ଲୋକମାନଙ୍କୁ ଚିକିସôା ସେବା ମାଗଣାରେ ଯୋଗାଇ ଦେବା ଉଦେ୍ଦଶ୍ୟରେ ଡା. ଚନ୍ଦାନୀଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି ସେ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପରେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସେ ଏଭଳି ଚିକିସôା ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଡା. ଚନ୍ଦାନୀ । ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ କୁମାର ମହାନ୍ତିଙ୍କ ନେତୃତ୍ୱରେ କେଦାର ସ୍ୱାଇଁ, ଜୟନ୍ତ ଜେନା, ଚନ୍ଦନ କୁମାର, ବିଭୁ ପ୍ରସାଦ ସାହୁ, ତୁଷାର କୁମାର ଦାସ, ହେମନ୍ତ କୁମାର ସାମଲ, ଶାନ୍ତନୁ ମଲ୍ଲିକ, ସାଗର ଜେନା, କାଳନ୍ଦୀ ମଲ୍ଲିକ, ସନାତନ ବେହେରା, ନିଗମ ରାଜ, ବିନୋଦ ପଣ୍ଡା, ଅଜୟ କୁମାର ସେଠୀ, ତାପସ ପରିଡା, ରଶ୍ମୀରଞ୍ଜନ ବାରିକ, ଆକାଶ ଦାସ, ଶିବାଶିଷ ସିଂ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *