Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ୟୁଏନରେ ପାକ୍ ହାତ ଛାଡ଼ିଲା ଚୀନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ୟୁଏନରେ ପାକ୍ ହାତ ଛାଡ଼ିଲା ଚୀନ୍


ନୂଆଦିଲ୍ଲୀ: ୟୁଏନରେ ପାକ୍ ହାତ ଛାଡ଼ିଲା ଚୀନ୍ । ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ୍ ସଈଦର ସମ୍ପର୍କୀୟ ଅବଦୁଲ ରେହମାନ ମକ୍କିକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା କରାଯାଇଛି । ଆତଙ୍କବାଦକୁ ନେଇ ପାକିସ୍ତାନକୁ ସମର୍ଥନ କରିଆସୁଥିବା ଚୀନ୍ ପ୍ରଥମ ଥର ପାଇଁ ପଛ ଘୁଂଚା ଦେଇଛି । ଜାନୁଆରୀ ୧୬ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବା ଟଘଝଉରେ ଅବଦୁଲ ରେହମାନକୁ ଗ୍ଲୋବାଲ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି । ଏହା ପୂର୍ବରୁ ଅବଦୁଲକୁ ଆମେରିକା ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ଗତ ବର୍ଷ ଜୁନ ମାସରେ ଆତଙ୍କବାଦକୁ ନେଇ ଚୀନ୍ ଉପରେ ବର୍ଷିଥିଲା ଭାରତ । ମକ୍କିକୁ ଆତଙ୍କବାଦୀ ଘୋଷଣା କରିବା ନେଇ ଭାରତ ପ୍ରସ୍ତାବ ରଖିଥିଲା । ହେଲେ ଚୀନ୍ ଏହାକୁ ଅସହମତି ପ୍ରକାଶ କରିଥିଲା । ୭୫ ବର୍ଷୀୟ ମକ୍କି ଲସ୍କର-ଏ-ତୈବାର ବଡ଼ ପଦରେ ରହିଛି । ଭାରତ ମଧ୍ୟ ମକ୍କି ଆତଙ୍କବାଦୀ ଘୋଷଣା କରିଛି । ୟୁଏନର ସୁକ୍ୟୁରିଟି କାଉଁସିଲ୍ କମିଟି ପ୍ରସ୍ତାବ ସଂଖ୍ୟା ୧୨୬୭, ୧୯୮୯ ଏବଂ ୨୨୫୩ ଧ୍ୟାନ ଦେବା ସହିତ ଅବଦୁଲ ରହାମାନ ମକ୍କିକୁ ସମ୍ପତିକୁ ଫ୍ରିଜ୍ କରିବା ସହିତ ବିଦେଶ ଯାତ୍ରା ବ୍ୟାନ କରାଯାଇଛି । ଜାମ୍ମୁ-କାଶ୍ମୀରରେ ଅଧିକାଂଶ ଆତଙ୍କବାଦୀ ହମାଲାରେ ଅବଦୁଲ ରେହମାନର ହାତ ରହିଛି । କାଶ୍ମୀର ଯୁବକଙ୍କୁ ପ୍ରଥଭ୍ରଷ୍ଟ କରି ଲସ୍କର-ଏ-ତୈବା ଆତଙ୍କବାଦୀ ସଂଗଠନରେ ସାମିଲ କରୁଥିଲା । ଟେରର ଫଣ୍ଡିଂ ମାମଲାରେ ମକ୍କିକୁ ପାକିସ୍ତାନ ଅଦାଲତ ଜେଲ୍ ଦଣ୍ଡ ଶୁଣାଇଥିଲେ ।

Leave a Reply