ବୈତରଣୀ ନଦୀ ଶଯ୍ୟାରୁ ଭଗ୍ନ ବୁଦ୍ଧମୂର୍ତ୍ତି ଉଦ୍ଧାର

ଭଣ୍ଡାରୀପୋଖରୀ : ଏହି ବ୍ଲକର ଷୋଳମପୁର ପଞ୍ଚାୟତ ଅଧିନ ମଣିନାଥପୁର ନିକଟ ବୈତରଣୀ ନଦୀ ଶଯ୍ୟାରୁ ଏକ ବିରଳ ଶିଳାଲେଖ ଯୁକ୍ତ ମସ୍ତିଷ୍କ ବିହୀନ ବୁଦ୍ଧଙ୍କ ଭଗ୍ନ ମୂର୍ତ୍ତି ଗୁରୁବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି । ପ୍ରଥମେ ସ୍ଥାନୀୟ ଯୁବକ ସୁଧାଂଶୁ ବେଉରିଆ ନଦୀ ପଠାରେ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଚିକ ଚିକ୍ ମାରୁଥିବା ଏହି ବିରଳ ଭଗ୍ନ ପ୍ରସ୍ତର ଖଣ୍ଡ ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଗବେଷକ ତଥା ଇନଟାକ ମେମ୍ବର ବିଶ୍ୱମ୍ବର ରାଉତଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀ ରାଉତ ନଦୀ ପଠାରେ ପହଞ୍ଚି ମୂର୍ତ୍ତି ଟିକୁ ଅନୁଧ୍ୟାନ କରିବା ସହିତ ଏକାଦଶ ଶତାବ୍ଦୀର ପଦ୍ମ ଆସ୍ଥାନରେ ଭୂମିସ୍ପର୍ଶ ମୁଦ୍ରାରେ ଥିବା ପ୍ରାୟ ଏକ ଫୁଟରୁ ପାଖାପାଖି ମସ୍ତକ ବିହୀନ ବୁଦ୍ଧ ମୂର୍ତ୍ତି ଟି ବୋଲି ଚିହ୍ନଟ କରିଥିଲେ । ମୂର୍ତ୍ତି ପ୍ରଚ୍ଛଦ ପଟରେ ଚାରି ଧାଡ଼ି ବିଶିଷ୍ଟ ଏକ ଶିଳାଲେଖ ଥିବା ଦେଖି ଶ୍ରୀ ରାଉତ ଭୁବନେଶ୍ୱରର ବିଶିଷ୍ଟ ପ୍ରନôତ୍ୱତବିତ ଡଃ.ସୁନିଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ । ପରୀକ୍ଷଣ ପରେ ଖଣ୍ଡୋଲାଇଟ ପ୍ରସ୍ତରରେ ଦେବନାଗରୀ ଲିପିରେ ବୌଦ୍ଧ ଧର୍ମ ଧାରଣୀ ମନ୍ତ୍ର “ଇଏ ହେତୋ ଧମ୍ମ୍ ପ୍ରଭା ପାଠତେ….ଲେଖାଯାଇଥିବା ପାଠ ଡକ୍ଟର ପଟ୍ଟନାୟକ ଉଦ୍ଧାର କରିଥିଲେ । ଏହା ଏକ ବିରଳ ଏବଂ ଦୁର୍ଲ୍ଲଭ ଶିଳାଲେଖ ଯୁକ୍ତ ମୂର୍ତ୍ତି, ବୌଦ୍ଧବିହାରରେ ପୂଜିତ ମୁଖ୍ୟ ବୁଦ୍ଧଙ୍କ ପାର୍ଶ୍ୱ ଦେବତା ଭାବେ ପୂଜିତ କରାଯାଏ ବୋଲି ଡକ୍ଟର ପଟ୍ଟନାୟକ ମତ ଦେଇଥିଲେ । ଏହି ବିରଳ ଶିଳାଲେଖ ମୂର୍ତ୍ତିଟି ସ୍ଥାନୀୟ ବୌଦ୍ଧବିହାର ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖିବା ପାଇଁ ପ୍ରସ୍ତୁତି ଚାଲିଥିବା ସ୍ଥାନୀୟ ଗବେଷକ ଶ୍ରୀ ରାଉତ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *