Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହକି ବିଶ୍ୱକପ ଆଜିଠୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହକି ବିଶ୍ୱକପ ଆଜିଠୁ

ଭୁବନେଶ୍ୱର :ବୁଧବାର ସାରା ବିଶ୍ୱ ଦେଖିଥିଲା ବିଶ୍ୱ ହକି ମହାକୁମ୍ଭର ଚମକାଇ ଦେବା ଭଳି ଉଦଘାଟନୀ ଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲକିଥିଲା ବାରବାଟୀ ଷ୍ଟାଡିୟମ । କିନ୍ତୁ ମହାକୁମ୍ଭର ଅସଲ ମୁକାବିଲା ଆରମ୍ଭ ହେବ ଶୁକ୍ରବାର । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଦୁଇଟି ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ୨ଟି ମ୍ୟାଚ । ତେଣୁ ଏଥିପାଇଁ ଖେଳାଳିଙ୍କ ପ୍ରସ୍ତୁତି ଏବଂ ପ୍ରଶାସନର ତୟାରି ଭିତରେ ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ହକି ସମର୍ଥକ । ମୁକାବିଲା ପାଇଁ ପ୍ରସ୍ତୁତ ଷ୍ଟାଡିୟମ୍, ଖେଳାଳି ତୟାର । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପ ହକି ମହାମୁକାବିଲା । ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସ୍ପେନକୁ ଭେଟିବ ଭାରତ । ୧୬ଟି ଦଳକୁ ୪ଟି ପୁଲରେ ଭାଗ କରାଯାଇଥିବା ବେଳେ ପୁଲ୍ ଡିରେ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ ଅପରାହ୍ନ ୧ଟା – କଳିଙ୍ଗ ଷ୍ଟାଡିୟମ- ଆର୍ଜେଣ୍ଟିନା ବନାମ ଦକ୍ଷିଣ ଆଫ୍ରିକା, ଅପରାହ୍ନ ୩ଟା – କଳିଙ୍ଗ ଷ୍ଟାଡିୟମ – ଅଷ୍ଟ୍ରେଲିଆ ବନାମ ଫ୍ରାନ୍ସ, ଅପରାହ୍ନ ୫ଟା – ବିର୍ସାମୁଣ୍ଡା ଷ୍ଟାଡିୟମ – ଇଂଲଣ୍ଡ ବନାମ ୱେଲ,୍ସ ଅପରାହ୍ନ ୭ଟା – ବିର୍ସାମୁଣ୍ଡା ଷ୍ଟାଡିୟମ- ଭାରତ ବନାମ ସ୍ପେନ ପ୍ରଥମ ଦିନରେ ଘରୋଇ ମାଟିରେ ମୈଦାନକୁ ଓହ୍ଲାଇବ ଭାରତ । ମ୍ୟାଚକୁ ନେଇ ଦଳ ଦୃଢ଼ ନିଶ୍ଚିତ ଥିବା ବେଳେ ଖେଳାଳିମାନେ ଫୁଲ ଜୋସରେ ମୈଦାନକୁ ଓହ୍ଳାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି ।ଏପଟେ ମ୍ୟାଚ୍ ପୂର୍ବରୁ ଉଭୟ କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସାମୁଣ୍ଡା ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ବିଶ୍ୱକପ ପାଇଁ ସୁରକ୍ଷା ଛାଉଣୀରେ ରହିବ ଭୁବନେଶ୍ୱର ଓ ରାଉରକେଲା । ଭୁବନେଶ୍ୱରରେ ୮୦ ପ୍ଲାଟୁନ ଫୋର୍ସ । ୪୦୦ରୁ ଅଧିକ ଅଫିସର । ୧୩ ଜଣ ଅତିରିକ୍ତ ଡିସିପି, ୩୩ ଜଣ ଏସପି, ୬୨ ଜଣ ଇନସ୍ପେକ୍ଟର ଏବଂ ୩୩୬ ଜଣ ସବ-ଇନସ୍ପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ ରଖିଛି କମିଶନରେଟ୍ ପୁଲିସ । ସେପଟେ ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ରୁଟ୍ ଚାର୍ଟ ଏବଂ ଜରୁରୀକାଳୀନ ବ୍ୟବସ୍ଥାକୁ ଧ୍ୟାନ ଦେଇଛି ରାଉରକେଲା ପୁଲିସ । ଖେଳାଳିଙ୍କ ପ୍ରସ୍ତୁତି ଏବଂ ପ୍ରଶାସନର ତୟାରୀ ଭିତରେ ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ହକି ସମର୍ଥକ ।

Leave a Reply