ରାଷ୍ଟ୍ରପତିଙ୍କୁ ଭେଟିଲେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିନିଧି

ନୂଆଦିଲ୍ଲୀ: ଚଳିତ ମାସ ଜାନୁଆରୀ ପାଂଚ ତାରିଖ ଗୁରୁବାର ଦିନ କେନ୍ଦ୍ରୀୟ ବିଶ୍ୱହିନ୍ଦୁ ପରିଷଦର ଏକ ପ୍ରତିନିଧି ମଣ୍ଡଳ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ସହିତ ନବ ନିର୍ମିତ ଶ୍ରୀରାମ ମନ୍ଦିରର ପ୍ରାରୂପ (ମଡେଲ୍)ପ୍ରଦାନ କରି କରିଥିଲେ । ଏହି ବିଶେଷ ପ୍ରତିନିଧି ମଣ୍ଡଳରେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟକାରି ଅଧ୍ୟକ୍ଷ ଆଲୋକ କୁମାର ଜୀ, ସଂଯୁକ୍ତ ମହାମନ୍ତ୍ରୀ ବଜରଂଗ ଲାଲ ବାଗଡା ଜୀ, କେନ୍ଦ୍ରୀୟ ମନ୍ତ୍ରୀ ତଥା ଧର୍ମ ପ୍ରସାର ଅଖିଳ ଭାରତୀୟ ପ୍ରମୁଖ ସୁଧାଂଶୁ ମୋହନ ପଟ୍ଟନାୟକ, ଭାରତୀୟ ଜନସେବା ସଂସ୍ଥାନର ଟ୍ରଷ୍ଟର ଅଧ୍ୟକ୍ଷ ମନୋହର ଦାସ ଗୁଜୁରାତି, ଟ୍ରଷ୍ଟର ସହ କୋଷାଧ୍ୟକ୍ଷ ବିଶିଷ୍ଟ ଉଦ୍ଯୋଗପତି ସମୀର କୁମାର ପଣ୍ଡା ଜୀ ସାମିଲ ଥିଲେ । ସମସ୍ତଙ୍କର ପରିଚୟ ମହାମହିମଙ୍କ ସହ ସୁଧାଂଶୁ ପଟ୍ଟନାୟକ କରାଇଥିଲେ । ପରେ ପରେ ମା. ଆଲୋକ ଜୀ ବିଶ୍ୱହିନ୍ଦୁପରିଷଦ ଦ୍ୱାରା ଦେଶରେ ଚାଲୁଥିବା ସେବା କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ଏବଂ ବିଶେଷ କରି ଜନଜାତି କ୍ଷେତ୍ରରେ ଚାଲୁଥିବା ସବୁ ପ୍ରକାର ସେବାକାମ ବିଷୟରେ ସୁଧାଂଶୁ ମୋହନ ପଟ୍ଟନାୟକ ବିବରଣୀ ପ୍ରଦାନ କରିଥିଲେ । ଅତ୍ୟନ୍ତ ଆଗ୍ରହ ପୂର୍ବକ ସମସ୍ତ ଶୁଣିବା ପରେ ରାଷ୍ଟ୍ରପତି ମହୋଦୟା ବିଶ୍ୱହିନ୍ଦ ୁପରିଷଦର ପ୍ରତିନିଧି ମଣ୍ଡଳକୁ ପରାମର୍ଶ ଦେଇଥିଲେ କି, ଦେଶ ସ୍ୱାଧୀନ ହେବାର ପଂଚସ୍ତରୀ ବର୍ଷ ହୋଇଥିଲେ ବି ଏଇ ଦେଶରେ ବସବାସ କରି ଆସୁଥିବା (ପିଭିଟିଜି) particular vulnerable Tribal Groups ମାନକଂର କୌଣସି ପ୍ରକାର ସୁବିଧା ବା ବିକାଶ ହୋଇ ପାରିନାହିଁ । ସଂମ୍ପୂର୍ଣ୍ଣ ଭାରତରେ ଏ ପ୍ରକାର ଜନଜାତି ଥିବାବେଳେ କେବଳ ଓଡିଶାରେ ତେର ପ୍ରକାରର ଜନଜାତି ବାସ କରିଆସୁଛନ୍ତି । ଏହି ମାନଙ୍କ ପାଖରେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତା ମାନେ ପହଁଚି ସେମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, କୌଶଳ, ରୋଜଗାର ମାଧ୍ୟମରେ ସମାଜର ଉପରସ୍ତରକୁ ଆଣିବା ଦରକାର, ସେହି ମାନଙ୍କ ଭିତରୁ ମୁଁ ଜଣେ, ଆଜି ଏଇ ସ୍ଥାନରେ ପହଁଚି ଥିଲେ ମଧ୍ୟ ସମାଜର ଏଇ ଦୁସ୍ଥ, ଦରିଦ୍ର, ଅବହେଳିତ, ଉପେକ୍ଷିତ ମାନଙ୍କ ପାଇଁ ସଦା ସର୍ବଦା ମୁଁ ଭାବୁଛି । ଏହି ସମସ୍ତ କଥା କହିବା ବେଳେ ମହାମହିମ ଅତି ଭାବୁକ, ସହାନୁଭୂତି ସହ ସମ୍ବେଦନଶୀଳ ହୋଇ ଜଣେ ମାଆ ତାର ପିଲା ମାନକଂ ପାଇଁ କହିଲା ପରି କହୁଥିଲେ, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ପ୍ରତିନିଧି ମଣ୍ଡଳ ତାକୁଂ ଆଶ୍ୱସ୍ତ କରିଥିଲା କି ନିଶ୍ଚୟ ଆମେ ସେହି କ୍ଷେତ୍ରରେ କାମ କରିବୁ । ଶେଷରେ ପ୍ରତିନିଧି ମଣ୍ଡଳର ସଦସ୍ୟ ମାନେ ଆଗ୍ରହ ତଥା ନିବେଦନ କରିଥିଲେ ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କୁ ଦର୍ଶନ କରି ଯିବାପାଇଁ, ଯାହା ସେ ସହର୍ଷ ସ୍ୱୀକାର କରି ପ୍ରତିନିଧି ମଣ୍ଡଳକୁ ବିଦାୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *