ଏକ ଐତିହାସିକ ମୁହୂର୍ତ୍ତରେ ଲୋକସଭାରେ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ ହୋଇଛି । ଏହି ଆଇନ ଭାରତର ବନ୍ଦର ପ୍ରଶାସନର ଆଧୁନିକୀକରଣ କରିବ,…
Year: 2025
ଆଇଟିଆଇ ପାଠ୍ୟକ୍ରମର ଉନ୍ନତିକରଣ ରୋଡମ୍ୟାପ୍ ପାଇଁ ଓଡ଼ିଶା ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କୁ ଏକାଠି କରିଛି
ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ…
ଜାତୀୟ ଇନୋଭେସନ ଆନ୍ଦୋଳନରେ ଦଶ ହଜାର ସ୍କୁଲକୁ ଲାଇଭ ଯୋଡିଲା ଅଟଳ ଇନୋଭେସନ ମିଶନ
ସାମୂହିକ ଇନୋଭେସନର ପ୍ରଦର୍ଶନ ସ୍ୱରୂପ ଅଟଳ ଇନୋଭେସନ ମିଶନ (ଏଆଇଏମ), ନିତି ଆୟୋଗ ଦ୍ୱାରା ମଙ୍ଗଳବାର ଦିନ ଏକ ମେଗା ଟିଙ୍କରିଂ ଡେ ଶୁଭାରମ୍ଭ କରାଯାଇଛି । ସ୍କୁଲ ସମ୍ବନ୍ଧିତ ଭାରତର ଏହି ସର୍ବବୃହତ ଟିଙ୍କରିଂ କାର୍ଯ୍ୟକ୍ରମ ଦ୍ୱାରା ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଭିତରୁ ଦଶ ହଜାର ଅଟଳ ଟିଙ୍କରିଂ ଲାବ (ଏଟିଏଲ)ର ପିଲାମାନଙ୍କୁ ଏକାଠି କରାଯାଇ ପାରିଛି । ଏହି କାର୍ଯ୍ୟକ୍ରମ ଜରିଆରେ ଉଭୟ ଭର୍ଚୁଆଲ ମାଧ୍ୟମରେ ଓ ସ୍କୁଲରେ ପ୍ରାୟ ୯୪୬୭ ଏଟିଏଲର ୪୭୩୩୫୦ ପିଲା ଲାବରେ ବ୍ୟବହୃତ ନିତିଦିନିଆ ସାମଗ୍ରୀକୁ ନେଇ ଡିଆଇବାଇ ଭାକ୍ୟୁମ କ୍ଲିନର ତିଆରି କରିଥିଲେ । କାର୍ଯ୍ୟକ୍ରମରେ ଅନଲାଇନ ଷ୍ଟ୍ରିମ ଦ୍ୱାରା ପ୍ରେରିତ ହୋଇ ପିଲାମାନେ ବୈଜ୍ଞାନିକ ତତ୍ୱକୁ ଜାଣିପାରିବାରେ ସଫଳ ହୋଇଥିଲେ । ଲେହ, ଲଦାଖ, କାରଗିଲ, କାଶ୍ମୀର ପରି ରାଜ୍ୟ ଓ ଆସ୍ପିରେସନାଲ ଜିଲ୍ଲାର ସମ୍ପୂର୍ଣ୍ଣ ଗ୍ରାମାଂଚଳର ପିଲାମାନେ ବିରୁଧୁନଗର, ଉତର-ପୂର୍ବ ରାଜ୍ୟ ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, କନ୍ୟାକୁମାରୀ ପରି ଦକ୍ଷିଣାଂଚଳ, ଭୁଜ, କୁଚ ପରି ପଶ୍ଚିମାଂଚଳର ପିଲାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାରା ଦେଶର ପିଲାମାନଙ୍କୁ ଗୋଟିଏ ଭାକ୍ୟୁମ କ୍ଲିନର ତିଆରି କରିବାକୁ ଏଆଇଏମ ଟିମ ବି ସହଯୋଗ କରିଥିଲା । ଭାରତର ଶିକ୍ଷା ଓ ଇନୋଭେସନ କ୍ଷେତ୍ରରେ ଏପ୍ରକାର ଅଭିଳଷିତ ଅଭିଯାନ ଏକ ମାଇଲଖୁମ୍ବ । ତୃଣମୂଳସ୍ତରୀୟ ଇନୋଭେସନ ଓ ମିଳିତ ଶିକ୍ଷାକୁ ଏହା ପ୍ରଦର୍ଶନ କରୁଛି । ନିତି ଆୟୋଗର ଅଟଳ ଇନୋଭେସନ ମିଶନ ନିର୍ଦ୍ଦେଶକ ଦୀପକ ବାଗଲା ଏହି ଅବସରରେ କହିଥିଲେ ଯେ ଏହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟର ଏକ ଉପକ୍ରମ । ଜାତୀୟ ରୂପାନ୍ତରୀକରଣ କ୍ଷେତ୍ରରେ ଇନୋଭେସନ ଓ ଯୁବକମାନେ ଗୋଟିଏ ଡ୍ରାଇଭିଂ ଫୋର୍ସ । ତୃଣମୂଳସ୍ତରୀୟ ପ୍ରତିଭା ପ୍ରଦର୍ଶନରେ ମେଗା ଟିଙ୍କରିଂ ଦିବସ ୨୦୨୫ ହେଉଛି ଏକ ମାଇଲଖୁମ୍ବ । ଏହି ଲାଇଭ କାର୍ଯ୍ୟକ୍ରମରେ ଦଶ ହଜାର ଅଟଳ ଟିଙ୍କରିଂ ଲାବ ଏକାଠି ହେବାର ଅବକାଶ ଆସିଥିଲା । ସାରା ଦେଶର ହଜାର ହଜାର ପିଲା ନିଜ ଇନୋଭେସନ ଦେଖାଇବାରେ ସଫଳ ହୋଇଥିଲେ । ସମଗ୍ର ବିଶ୍ୱରେ ସ୍କୁଲର ଇକୋ ସିଷ୍ଟମ ଭିତରେ ଇନୋଭେସନ ପ୍ରଦର୍ଶନ କରିବାରେ ଭାରତ ହେଉଛି ପ୍ରଥମ । ଯୁବ ମସ୍ତିଷ୍କ ସୁଦକ୍ଷ ହେଲେ ଆମ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏହା ହିତକର । ଆଜି କ୍ଲାସରୁମରେ ଆମ ଭବିଷ୍ୟତ ନିର୍ମିତ ହେଉଛି । ପ୍ରତିଷ୍ଠା ହେବା ଦିନଠାରୁ ôସ୍କୁଲଗୁଡିକରେ ପ୍ରାୟ ଦଶ ହଜାର ଏଟିଏଲ ଏଆଇଏମ ସୃଷ୍ଟି କରିଛି । ଥ୍ରୀଡି ପ୍ରିଂଟର୍ସ, ରୋବୋଟିକ୍ସ କିଟସ, ଆଇଓଟି ଯନ୍ତ୍ରପାତି ଓ ଆହୁରି ଅନେକ କିଛି ଏହି ଏଟିଏଲ ଲାବଗୁଡିକରେ ଉପଲବ୍ଧ । ମଧ୍ୟରୁ ଉଚ୍ଚ ପର୍ଯ୍ୟନ୍ତ ସ୍କୁଲ ପିଲାମାନଙ୍କୁ ଏହି ଲାବ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପହଂଚାଇ ବାସ୍ତବ ଦୁନିଆ ସମସ୍ୟା ସମାଧାନ କରିବାର ଦକ୍ଷତା ପ୍ରତିପାଳନ କରୁଛି । ଏହି ମେଗା ଟିଙ୍କରିଂ ଦିବସ କେବଳ ଏକ ପ୍ରକଳ୍ପ ନିର୍ମାଣ ଦିନ ନୁହେଁ । ବରଂ ଏହା ଏକ ଜାତୀୟ ଇନୋଭେସନ ଅଭିଯାନ । ଆଗାମୀ ଶିକ୍ଷାବର୍ଷ ପାଇଁ ବିଭିନ୍ନ ଟିଙ୍କରି କାର୍ଯ୍ୟକ୍ରମ ପାଇଁ ଏହା ଏକ ଲଂଚପ୍ୟାଡ । ସାରା ଦେଶର ଛାତ୍ର, ଶିକ୍ଷକ, ଉଚ୍ଚଶିକ୍ଷା ଅନୁଷ୍ଠାନ, ଶିଳ୍ପ ଅଂଶୀଦାରମାନଙ୍କ ପାଇଁ ଏହା ଏକ ମିଳିତ କାର୍ଯ୍ୟକ୍ରମ । ଏପରି କାର୍ଯ୍ୟକ୍ରମ ଦେଶର ଭବିଷ୍ୟତକୁ ନିର୍ମାଣ କରୁଥିବା ସୃଜନ ଚିନ୍ତକ, ଇନୋଭେଟରସ, ଶିଳ୍ପପତିମାନଙ୍କୁ ଖୋରାକ ଦେଇଛି । ଆଗାମୀ ପିଢି ଦ୍ୱାରା ଏଇଠି ଓ ଏବେ ଭବିଷ୍ୟତ ନିର୍ମାଣ ହେଉଛି ।
ଭାରତ ଅନ୍ତର୍ଜାତୀୟ ସହଯୋଗର ଶକ୍ତିରେ ବିଶ୍ୱାସ କରେ ଏବଂ ଏହି ଅଲିମ୍ପିଆଡ୍ ସେହି ଭାବନାକୁ ପ୍ରତିଫଳିତ କରେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ) ଅଲମ୍ପିଆଡକୁ ସମ୍ବୋଧିତ କରିଛନ୍ତି ।…
ବିକ୍ରମ ସାରାଭାଇ
ବିକ୍ରମ ସାରାଭାଇ (୧୨ ଅଗଷ୍ଟ – ୩୦ ଡିସେମ୍ବର ୧୯୭୧) ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ, ମହାନ ବୈଜ୍ଞାନିକ ତାଙ୍କ ଜନ୍ମଜୟନ୍ତୀରେ…
ଭାରତୀୟ ବାୟୁସେନା ଫାଇଟର ସ୍କ୍ୱାର୍ଡନର ଅଭାବ ପୂରଣ କରିବା ପାଇଁ MRFA ପ୍ରକଳ୍ପ ଅଧୀନରେ ଅଧିକ ରାଫେଲ ଦାବି କରିଛି
ଭାରତୀୟ ବାୟୁସେନା ଫାଇଟର ସ୍କ୍ୱାର୍ଡନର ଅଭାବ ପୂରଣ କରିବା ପାଇଁ MRFA ପ୍ରକଳ୍ପ ଅଧୀନରେ ଅଧିକ ରାଫେଲ ଦାବି କରିଛି। ଭାରତୀୟ…
କୃଷକମାନଙ୍କ ପାଇଁ ବଡ ଉପହାର- ସିଧା ସଳଖ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି
ରାଜସ୍ଥାନର ଝୁନଝୁନୁରୁ କୃଷକମାନଙ୍କ ଆକାଉଣ୍ଟକୁ ଡିଜିଟାଲ୍ ଭାବେ ବୀମା ରାଶି ହସ୍ତାନ୍ତର କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ…
ସିଇଏ ମାର୍ଚ୍ଚ ୨୦୨୪ ଠାରୁ ଏପର୍ଯ୍ୟନ୍ତ ୧୫୯ଟି ନିର୍ବାଚନ ପରିଚାଳନା କରିଛନ୍ତି
ସମବାୟ ନିର୍ବାଚନ ପ୍ରାଧିକରଣ (ସିଇଏ) ଆଜି ନୂଆଦିଲ୍ଲୀରେ ରାଜ୍ୟ ସମବାୟ ନିର୍ବାଚନ ପ୍ରାଧିକରଣମାନଙ୍କ ସହିତ ପ୍ରଥମ ପରାମର୍ଶମୂଳକ ବୈଠକ କରିଛନ୍ତି। ଏହି…
ତିରଙ୍ଗା ଅଭିଯାନ ପାଇଁ 5 ଲକ୍ଷରୁ ଅଧିକ ଯୁବକ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କରାଇଛନ୍ତି
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସାରା ଦେଶର ନାଗରିକମାନଙ୍କୁ ଭାରତୀୟ ଜାତୀୟ ପତାକା – ତିରଙ୍ଗା – ସେମାନଙ୍କ ଘର ଏବଂ ହୃଦୟରେ…
ଶହୀଦ ବୀର ସାଭରକର ଚଳଚ୍ଚିତ୍ର ସହ ମହୋତ୍ସବର ଶୁଭାରମ୍ଭ
ଆଜିଠାରୁ ଦେଶବ୍ୟାପୀ ‘ଘରେ ଘରେ ତିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବ’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମହୋତ୍ସବକୁ ଉତ୍ସାହଜନକ ପ୍ରତିକ୍ରିୟା…