ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ

ଆଜିଠୁ ଆମେରିକାକୁ ଅସ୍ଥାୟୀ ଭାବେ ଡାକସେବା ବନ୍ଦ। ଟ୍ରମ୍ପଙ୍କ ଟାରିଫ ୱାର ମଧ୍ୟରେ ଭାରତ ସରକାରଙ୍କ ବଡ଼ ପଦକ୍ଷେପ । ଆମେରିକା ସରକାରଙ୍କ ଦ୍ୱାରା ଟାରିଫ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି । ଆମେରିକା ଟାରିଫ ନିର୍ଦ୍ଦେଶ ଅନୁସାରେ ୨୯ ଅଗଷ୍ଟରୁ ୮୦୦ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ଼କୁ ଉଚ୍ଛେଦ କରାଯାଇଛି। ନୂଆ ନିୟମ ଅନୁସାରେ ଏଣିକି ଆମେରିକାକୁ ପଠାଯାଉଥିବା ସମସ୍ତ ଜିନିଷ ଉପରେ କଷ୍ଟମ୍ ଶୁଳ୍କ ଲାଗୁ ହେବ। କିନ୍ତୁ ପୂର୍ବପରି ଶହେ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଏବଂ ଚିଠି ଶୁଳ୍କମୁକ୍ତ ରହିବ ।

ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା ବା CBP ଶୁଳ୍କ ସଂଗ୍ରହକୁ ନେଇ ଏଯାଏ ଚୁଡ଼ାନ୍ତ ନିର୍ଦ୍ଦେଶ ଜାରି କରିନାହିଁ । ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଅଗଷ୍ଟ ୨୫ରୁ ଆମେରିକାକୁ ପାର୍ସଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବାକୁ ମନା କରିଦେଇଥିଲେ । ଗତ କିଛି ଦିନ ଧରି ଆମେରିକା ଭାରତକୁ ହଇରାଣ କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶମାନଙ୍କ ସହ ହାତ ମିଶାଉଛି। ଯାହା ଫଳରେ ଭାରତ ମଧ୍ୟ ଏହାର ଜବାବ ଦେଇଛି। ଭାରତ ଉପରେ ୫୦ ପ୍ରତିଶତ ଟାରିଫକୁ ନେଇ ସବୁଠି ଆଲୋଚନା। ହେଲେ ଆମେରିକା ତାର ପ୍ରକୃତି ବଦଳାଉନାହିଁ।

Leave a Reply

Your email address will not be published. Required fields are marked *