ବିପଦ ବେଳେ ସାହାଯ୍ୟ କରିବା ହିଁ ମାନବିକତା

ସିଏ ଶତ୍ରୁ ହେଉ ଅବା ମିତ୍ର। ପାକିସ୍ତାନକୁ ବିପଦ ବେଳର ସୂଚନା ଦେଇ ମାନବିକାତାର ମୂଲ୍ୟବୋଧକୁ ଦେଖାଇଛି ଭାରତ। ପାକିସ୍ତାନରେ ବନ୍ୟା ଯୋଗୁଁ ପ୍ରବଳ କ୍ଷୟକ୍ଷତି ହେଉଛି। ଏହି ସମୟରେ ଭାରତ ପକ୍ଷରୁ ପାକିସ୍ତାନ ଅଧିକାରୀମାନଙ୍କୁ ବନ୍ୟା ବିଷୟରେ ସୂଚନା ଦିଆଯାଇଛି। ପାକିସ୍ତାନର ଗଣମାଧ୍ୟମ କହିଛି ଯେ ମେ ମାସରେ ସାମରିକ ସଂଘର୍ଷ ପରେ ଏହା ପ୍ରଥମ ଥର ପାଇଁ ଭାରତ ଏବଂ ପାକିସ୍ତାନ ପରସ୍ପର ସହିତ ଯୋଗାଯୋଗ କରିଛନ୍ତି। ସମ୍ଭାବ୍ୟ ବନ୍ୟାର ବିପଦ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛି।

ଭାରତ ତାୱି ନଦୀରେ ସମ୍ଭାବ୍ୟ ଭୟଙ୍କର ବନ୍ୟା ବିଷୟରେ ପାକିସ୍ତାନକୁ ସତର୍କ କରାଇଛି। ଏହି ନଦୀ ଜମ୍ମୁରୁ ପାକିସ୍ତାନର ପଞ୍ଜାବରେ ପ୍ରବେଶ କରେ। ଇସଲାମାବାଦରେ ଥିବା ଭାରତୀୟ ହାଇକମିଶନ ଅଗଷ୍ଟ ୨୪ରେ ଏହି ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ, ପାକିସ୍ତାନୀ ଅଧିକାରୀମାନେ ସେମାନଙ୍କ ଲୋକଙ୍କୁ ବନ୍ୟା ଚେତାବନୀ ଜାରି କରିଥିଲେ। ମେ ମାସରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାରି ଦିନିଆ ଭୟଙ୍କର ସାମରିକ ସଂଘର୍ଷ ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ବଡ଼ ଯୋଗାଯୋଗ।

ଚଳିତ ବର୍ଷ ଏପ୍ରିଲ ୨୨ରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅନେକ କଠୋର ପଦକ୍ଷେପ ନେଇଥିଲା। ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା। ଏହା ପରେ ଭାରତ ଆରମ୍ଭ କରିଥିଲା ଅପରେସନ ସିନ୍ଦୁର। ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ଏହା ପରେ, ମେ 7-10 ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା।

୧୦ ମେ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ପ୍ରବଳ ବର୍ଷା ଏବଂ ବାଦଲ ଫଟା ଭଳି ଘଟଣା ଭାରତ ଏବଂ ପାକିସ୍ତାନର ଅନେକ ଅଂଶକୁ ପ୍ରଭାବିତ କରିଛି। ଏହାର ଗମ୍ଭୀରତାକୁ ଦେଖି ପାକିସ୍ତାନୀ ଅଧିକାରୀମାନଙ୍କୁ ବନ୍ୟା ବିଷୟରେ ଅବଗତ କରିଛନ୍ତି ଭାରତ ସରକାର। ତଥାପି ଏହାର ସିନ୍ଧୁ ଜଳ ଚୁକ୍ତିନାମା ସହିତ କୌଣସି ସମ୍ପର୍କ ନାହିଁ କୁହାଯାଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସିନ୍ଧୁ ଜଳ ଚୁକ୍ତିନାମା (IWT) ବହୁତ ଆଲୋଚନାରେ ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ନଦୀର ଜଳକୁ ବିଭାଜିତ କରୁଥିବା ଏହି ଚୁକ୍ତିନାମା 1960 ମସିହାରେ ସ୍ୱାକ୍ଷରିତ ହୋଇଥିଲା। ପହଲଗାମ ଆକ୍ରମଣ ପରେ, ଭାରତ ଏହି ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ଘୋଷଣା କରିଛି। ଭାରତ ପାକିସ୍ତାନକୁ ଯାଉଥିବା ପାଣି ବନ୍ଦ କରିବା ବିଷୟରେ କଥା ହୋଇଛି।

Leave a Reply

Your email address will not be published. Required fields are marked *