ଆମେରିକା ପାକିସ୍ତାନ ସହିତ ତାର ଇତିହାସ ଭୁଲିଯାଉଛି

କଥାରେ ଅଛି ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି। ଏମିତି କିଛି କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତଠୁ ହାରିବା ଭୟରେ ଶେଷରେ ପାକିସ୍ତାନ ସହ ହାତ ମିଶାଇଲେ ଟ୍ରମ୍ପ। ଗୋଟେ ପରେ ଗୋଟେ ଦେଶ ସହ ମିଶି ଭାରତକୁ ହଇରାଣ କରିବାକୁ ଚାହୁଁଛନ୍ତି ଆମେରିକା ରୋେଟ୍ରପତି। ହେଲେ ସବୁଥିରୁ ଫେଲ ମାରୁଛନ୍ତି। ଆଉ ଭାରତ ସିଧା ନିଶାନା କରିଛି। ସବୁ ସତକୁ ଖୋଲି ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

ପାକିସ୍ତାନ ସହିତ ଘନିଷ୍ଠତା ବୃଦ୍ଧି ପାଇଁ ଆତଙ୍କବାଦ ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଆଇନା ଦେଖାଇଥିଲେ ବୈଦେଶିକ ମନ୍ତ୍ରୀ। କେବଳ ସେତିକି ନୁହେଁ, ପୁରୁଣା ଇତିହାସକୁ ମନେପକାଇ ଦେଇଛନ୍ତି ଜୟଶଙ୍କର। କହିଛନ୍ତି, ଯେ ଆମେରିକା ପାକିସ୍ତାନ ସହିତ ତାର ଇତିହାସ ଭୁଲିଯାଉଛି। ସେ ମନେ ପକାଇ ଦେଇଥିଲେ ଯେ ବିଶ୍ୱର ସବୁଠାରୁ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଓସାମା ବିନ ଲାଡେନ ୨୦୧୧ ମସିହାରେ ପାକିସ୍ତାନର ଏକ ସହରରେ ମିଳିଥିଲେ। ଇକୋନୋମିକ ଟାଇମ୍ସ ୱାଲର୍‌ଡ ଲିଡର୍ସ ଫୋରମ ୨୦୨୫ରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଘନିଷ୍ଠତା ବିଷୟରେ ଏକ ପ୍ରଶ୍ନର ଉତ୍ତର ଦେଇ ଏସ ଜୟଶଙ୍କର କହିଛନ୍ତି, ‘ସେମାନଙ୍କର ପରସ୍ପର ସହିତ ଏକ ଇତିହାସ ଅଛି ଏବଂ ସେହି ଇତିହାସକୁ ଅଣଦେଖା କରିବାର ସେମାନଙ୍କର ଆଉ ଏକ ଇତିହାସ ଅଛି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ଆମେ ଏପରି ଜିନିଷ ଦେଖିଛୁ। ଆଜି ଏକ ସେନା ସେଠାରେ କାହାକୁ ପ୍ରମାଣପତ୍ର ଦେଉଛି, ସେହି ସେନା କିଛି ବର୍ଷ ପୂର୍ବରୁ ଆବୋଟାବାଦରେ ପ୍ରବେଶ କରିଥିଲା। ସମସ୍ତେ ଜାଣନ୍ତି ଯେ ସେଠାରେ କିଏ ମିଳିଥିଲା।’

ଅପରେଶନ ସିନ୍ଦୂର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରିବା ପାଇଁ ଟ୍ରମ୍ପଙ୍କ ଦାବିକୁ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛନ୍ତି ଏସ ଜୟଶଙ୍କର। ମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଯୁଦ୍ଧ ହୁଏ, ପ୍ରତ୍ୟେକ ଦେଶ ପରସ୍ପର ସହିତ କଥା ହୁଏ। ସେ କହିଛନ୍ତି ଯେ ପାକିସ୍ତାନୀ ସାମରିକ ଘାଟିଗୁଡ଼ିକୁ ସଠିକ ଟାର୍ଗେଟ କରିବା ପରେ ଇସଲାମାବାଦ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। ସେ କହିଛନ୍ତି, ‘ଏହା ସତ୍ୟ ଯେ ସେହି ସମୟରେ ଫୋନ କଲ କରାଯାଇଥିଲା। ଆମେରିକା ଏବଂ ଅନ୍ୟାନ୍ୟ ଦେଶରୁ ମଧ୍ୟ କଲ କରାଯାଇଥିଲା। ଏହା କୌଣସି ଗୁପ୍ତ କଥା ନୁହେଁ।

ଇସ୍ରାଏଲ-ଇରାନ ଏବଂ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ସମୟରେ ମଧ୍ୟ ମୁଁ କଲ କରିଥିଲି। ଏହା କିଛି ନୂଆ ନୁହେଁ।’ ହେଲେ ଆମେରିକା ଏହାକୁ ଲୁଚାଇଥିଲା। କାହିଁକି ନା ଆମେରିକା ଚାହୁଁଥିଲା ଯେ, ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ ଚାଲିଥାଉ। ଆଉେ ଲୋକେ ହଇରାଣ ହୁଅନ୍ତୁ ଏବଂ ଆମେରିକା ଏହାର ଫାଇଦା ଉଠାଉ। କିନ୍ତୁ ବର୍ତ୍ତମାନ ସେହି ଆମେରିକା ରୁଷ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାର ବାହାନା ଦେଇ ଭାରତ ଉପରେ ଲଗାଇଛି ଟାରିଫ। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଛି ବିବାଦ। ଯେଉଁ ସତ ବର୍ତ୍ତମାନ ସାମ୍ନାକୁ ଆଣିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

Leave a Reply

Your email address will not be published. Required fields are marked *