Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
June 2025 - Page 11 of 28 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗତ ଦଶନ୍ଧିରେ ରେକର୍ଡ ୨୫ କୋଟି ସଂଖ୍ୟକ ଭାରତୀୟ ଦାରିଦ୍ର୍ୟକୁ ପରାସ୍ତ କରିଛନ୍ତି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସିୱାନକୁ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ପ୍ରେରଣାଦାୟକ ଭୂମି ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମି ଦେଶର ଗଣତନ୍ତ୍ରକୁ ସଶକ୍ତ କରିଛି ଏବଂ ସମ୍ବିଧାନକୁ ସୁଦୃଢ଼ କରିଛି। ସେ ଉଲ୍ଲେଖ କରିଥିଲେ ଯେ ସିୱାନ ଦେଶକୁ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ରୂପରେ ଏକ ମହାନ ସନ୍ତାନ ଦେଇଥିଲା, ଯିଏ ସମ୍ବିଧାନ ପ୍ରଣୟନ ଏବଂ ଦେଶକୁ ଦିଗଦର୍ଶନ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ମହାନ ସମାଜ ସଂସ୍କାରକ ବ୍ରଜ କିଶୋର ପ୍ରସାଦଙ୍କ ରୂପରେ ସିୱାନର ଆଉ ଏକ ଅବଦାନକୁ ସ୍ୱୀକାର କରିଥିଲେ, ଯିଏ ମହିଳା ସଶକ୍ତିକରଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦୀ ଖୁସି ପ୍ରକାଶ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏପରି ମହାନ ଆତ୍ମାଙ୍କ ଜୀବନର ମିଶନକୁ ଦୃଢ଼ ସଂକଳ୍ପ ସହିତ ଆଗକୁ ନେଉଛନ୍ତି। ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମ ଏହି ନିରନ୍ତର ପ୍ରୟାସର ଏକ ଅଂଶ। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଗୋଟିଏ ମଞ୍ଚରୁ କରାଯାଇଛି ଓ ଏହି ବିକାଶମୂଳକ ପଦକ୍ଷେପଗୁଡ଼ିକ ବିହାରକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେଇଯିବ ଏବଂ ଏକ ସମୃଦ୍ଧ ରାଜ୍ୟ ଗଠନରେ ଯୋଗଦାନ ଦେବ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ସିୱାନ, ସାସାରାମ, ବକ୍ସର, ମୋତିହାରୀ, ବେଟିଆ ଏବଂ ଆରାହ ଭଳି ଅଞ୍ଚଳର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପଦକ୍ଷେପ ଗରିବ, ଅବହେଳିତ, ଦଳିତ, ମହାଦଳିତ, ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟର ଜୀବନକୁ ସହଜ କରିବ। ସେ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବିହାରର ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ। ନିଜର ସଦ୍ୟ ସମାପ୍ତ ବିଦେଶ ଗସ୍ତ କଥା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଗସ୍ତ ସମୟରେ ସେ ବିଶ୍ୱର କିଛି ବିକଶିତ ଦେଶର ନେତାମାନଙ୍କ ସହିତ ଆଲୋଚନା କରିଥିଲେ। ବିଶ୍ୱ ନେତାମାନେ ଭାରତର ଦ୍ରୁତ ବିକାଶ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଏହି ନେତାମାନେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେଉଥିବା ଦେଖୁଛନ୍ତି ଏବଂ ଏହି ପରିବର୍ତ୍ତନରେ ବିହାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶ୍ୱାସନା ଦେଇଛନ୍ତି। “ଏକ ସମୃଦ୍ଧ ବିହାର ଦେଶର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓ ଏଥିଲାଗି ସେ ବିହାରର ଲୋକଙ୍କ ଶକ୍ତି ଏବଂ ଦକ୍ଷତା ପ୍ରତି ଆତ୍ମବିଶ୍ୱାସକୁ ଶ୍ରେୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ରାଜ୍ୟରେ ଅରାଜକତାର ଯୁଗକୁ ଦୂର କରିବା ପାଇଁ ଲୋକଙ୍କ ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଆଜିର ବିହାରର ଯୁବପିଢ଼ି ଦୁଇ ଦଶନ୍ଧି ପୂର୍ବେ କେବଳ ଲୋକକଥା ଓ କାହାଣୀ ମାଧ୍ୟମରେ ରାଜ୍ୟର ଅବସ୍ଥା ଜାଣନ୍ତି। ତେବେ କୁଶାସନର ସେହି ସମୟ ମଧ୍ୟରେ ଘଟିଥିବା ଅବନତିର ପରିମାଣକୁ ସେମାନେ ସମ୍ପୂର୍ଣ୍ଣ ଭାବରେ ବୁଝି ନାହାଁନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଶତାବ୍ଦୀ ଧରି ଭାରତର ପ୍ରଗତିକୁ ଆଗେଇ ନେଇଥିବା ବିହାର, ପୂର୍ବ ଶାସନର କବଳରୁ ବାଧ୍ୟତାମୂଳକ ପ୍ରବାସନର ପ୍ରତୀକ ପାଲଟିଥିଲା। ବିହାରର ପ୍ରତ୍ୟେକ ବାସିନ୍ଦାଙ୍କ ପାଇଁ ଆତ୍ମସମ୍ମାନ ସର୍ବୋପରି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୋର ବିହାରୀ ଭାଇଭଉଣୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମଧ୍ୟ ସଫଳ ହୋଇ ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ସେମାନେ କେବେବି ନିଜର ଆତ୍ମସମ୍ମାନ ସହିତ ସାଲିସ କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପୂର୍ବ ସରକାରଗୁଡ଼ିକ ବିହାରର ଅସ୍ମିତାକୁ ପ୍ରଚୁର କ୍ଷତି ପହଞ୍ଚାଇଥିଲେ। ସେ ଏହି ବ୍ୟାପକ ଦୁର୍ନୀତିର ଶାସନକୁ ସମାଲୋଚନା କରିଥିଲେ, ଯାହା ଦାରିଦ୍ର୍ୟକୁ ବିହାରର ଦୁର୍ଭାଗ୍ୟରେ ପରିଣତ କରିଥିଲା। ସେ କହିଥିଲେ ଯେ ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ, ଶ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ବର୍ତ୍ତମାନର ସରକାର ବିହାରକୁ ବିକାଶ ପଥରେ ଫେରାଇ ଆଣିଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ୧୦-୧୧ ବର୍ଷ ମଧ୍ୟରେ ବିହାରରେ ପ୍ରାୟ ୫୫୦୦୦ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ୧.୫ କୋଟିରୁ ଅଧିକ ପରିବାରକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି ଓ ପ୍ରାୟ ୧.୫ କୋଟି ପରିବାରକୁ ଜଳ ସଂଯୋଗ ଦିଆଯାଇଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ରାଜ୍ୟ ସାରା ୪୫୦୦୦ ରୁ ଅଧିକ ସାଧାରଣ ସେବା କେନ୍ଦ୍ର ସ୍ଥାପନ କରାଯାଇଛି, ଯାହା ସୂଚାଇଥାଏ ଯେ ବିହାରର ଛୋଟ ସହରଗୁଡ଼ିକରେ ବର୍ତ୍ତମାନ ନୂତନ ଷ୍ଟାର୍ଟ-ଅପ୍ ସୃଷ୍ଟି ହେଉଛି। ବିହାରରେ ବିକାଶର କ୍ରମାଗତ ବୃଦ୍ଧି ପାଉଥିବା ଗତିକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ ସତର୍କ କରାଇ ଦେଇଥିଲେ ଯେ ପୂର୍ବ ଅରାଜକତା ପାଇଁ ଦାୟୀ ଲୋକମାନେ ଏବେ ବିହାରର ସରକାର ଏବଂ ଆର୍ଥିକ ସମ୍ବଳ ଉପରେ ନିୟନ୍ତ୍ରଣ ହାସଲ କରିବାର ସୁଯୋଗ ଖୋଜୁଛନ୍ତି। ଏହି ଗୋଷ୍ଠୀଗୁଡ଼ିକ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ରଣନୀତି ଆପଣାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ବିହାରର ଲୋକମାନଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ସମୃଦ୍ଧ ବିହାର ଆଡ଼କୁ ଯାତ୍ରାକୁ ପଥଭ୍ରଷ୍ଟ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଦୂରେଇ ରଖିବାର ସମୟ ଆସିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ ବହୁ ଦିନ ଧରି ଦାରିଦ୍ର୍ୟ ଦୂରୀକରଣର ସ୍ଲୋଗାନ ଶୁଣାଯାଉଥଲା, କିନ୍ତୁ ତାଙ୍କ ସରକାର ପ୍ରମାଣ କରିଛି ଯେ ପ୍ରକୃତରେ ଦାରିଦ୍ର୍ୟ ହ୍ରାସ କରାଯାଇପାରିବ। ଗତ ଦଶନ୍ଧିରେ, ରେକର୍ଡ ୨୫ କୋଟି ଭାରତୀୟଙ୍କ ଦାରିଦ୍ର୍ୟ ଦୂର ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ବ୍ୟାଙ୍କ ଭଳି ବିଶ୍ୱ ପ୍ରସିଦ୍ଧ ସଂସ୍ଥା ଭାରତର ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ବିହାର ଏବଂ ବିଶେଷକରି ଶ୍ରୀ ନୀତିଶ କୁମାରଙ୍କ ସରକାର ଏହି ଜାତୀୟ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିହାରର ଅଧାରୁ ଅଧିକ ଜନସଂଖ୍ୟା ଅତ୍ୟନ୍ତ ଦାରିଦ୍ର୍ୟ ବର୍ଗରେ ଥିଲେ। ତଥାପି, ଗତ ଦଶ ବର୍ଷରେ ବିହାରର ପ୍ରାୟ ଚାରି କୋଟି ଲୋକଙ୍କୁ ଦାରିଦ୍ର୍ୟ ଦୂର ହୋଇଛି। ଶ୍ରୀ ମୋଦୀ କହିଥିଲେ ଯେ ସ୍ୱାଧୀନତାର ଦଶନ୍ଧି ପରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ଗରିବ ରହିଥିଲେ, ଉଦ୍ୟମର ଅଭାବ ଯୋଗୁଁ ନୁହେଁ, ବରଂ ସେମାନଙ୍କ ପାଖରେ ଉପରକୁ ଉଠିବାର କୌଣସି ଉପାୟ ନଥିଲା। ସେ ଏହାର କାରଣ ପୂର୍ବ ସରକାରଙ୍କ ଅଧୀନରେ ଦୀର୍ଘକାଳୀନ ଲାଇସେନ୍ସ ରାଜ, ଯାହା ଦେଶକୁ ଗରିବ କରି ରଖିଥିଲା। ସେ କହିଥିଲେ ଯେ ପ୍ରତ୍ୟେକ ସେବା ଏବଂ ସୁଯୋଗ ସେତେବେଳେ ଏକ କଠୋର କୋଟା-ପରମିଟ୍ ବ୍ୟବସ୍ଥା ଦ୍ୱାରା ଆବଦ୍ଧ ଥିଲା, ଯାହା ପାଇଁ ଛୋଟ ଛୋଟ କାମ ପାଇଁ ମଧ୍ୟ ଅନୁମୋଦନ ଆବଶ୍ୟକ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଙ୍କ ଶାସନରେ, ଗରିବମାନଙ୍କୁ ବାସସ୍ଥାନ ପ୍ରଦାନ କରିବାରୁ ବଞ୍ଚିତ କରାଯାଇଥିଲା, ଯେତେବେଳେ ମଧ୍ୟସ୍ଥିମାନେ ରାସନ ଯୋଗାଣରେ ବାଧା ସୃଷ୍ଟି କରୁଥିଲେ। ସ୍ୱାସ୍ଥ୍ୟସେବା ଗରିବଙ୍କ ପହଁଚ ବାହାରେ ଥିଲା ଏବଂ ଶିକ୍ଷା ଏବଂ ନିଯୁକ୍ତି ଏକ ନିରନ୍ତର ସଂଘର୍ଷ ଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାଗରିକମାନଙ୍କୁ ବିଦ୍ୟୁତ୍ କିମ୍ବା ପାଣି ସଂଯୋଗ ପାଇବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଚକର କାଟିବାକୁ ପଡୁଥିଲା। ସେ କହିଥିଲେ ଯେ ଗ୍ୟାସ୍ ସଂଯୋଗ ପାଇବା ପାଇଁ ଜଣେ ସାଂସଦଙ୍କ ସୁପାରିଶ ଆବଶ୍ୟକ ଥିଲା ଏବଂ ଲାଞ୍ଚ କିମ୍ବା ପ୍ରଭାବ ବିନା ଚାକିରି ପାଇବା ଅସମ୍ଭବ। ସେ କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ସର୍ବାଧିକ ପ୍ରଭାବିତ ଲୋକମାନେ ମୁଖ୍ୟତଃ ଦଳିତ, ମହାଦଳିତ, ପଛୁଆ ଏବଂ ଅତ୍ୟନ୍ତ ପଛୁଆ ସମ୍ପ୍ରଦାୟର ଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଏହି ବର୍ଗମାନଙ୍କୁ ଦାରିଦ୍ର୍ୟ ଦୂରୀକରଣର ସ୍ୱପ୍ନ ଦେଖାଯାଇଥିଲା, କିନ୍ତୁ ଏହି ପ୍ରକ୍ରିୟାରେ କିଛି ମୁଷ୍ଟିମେୟ ପରିବାର ଲକ୍ଷପତି ଏବଂ କୋଟିପତି ହୋଇଗଲେ। “ଗତ ୧୧ ବର୍ଷ ମଧ୍ୟରେ, ଆମ ସରକାର ଗରିବଙ୍କ ରାସ୍ତାରୁ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ ପ୍ରତିବଦ୍ଧ। ଫଳସ୍ୱରୂପ, ଏକ ସ୍ପଷ୍ଟ ଏବଂ ପ୍ରଭାବଶାଳୀ ଫଳାଫଳ ଏବେ ଦୃଶ୍ୟମାନ ହେଉଛି,” ଶ୍ରୀ ମୋଦୀ କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଗତ ଦଶନ୍ଧିରେ, ସରକାରୀ ଯୋଜନା ଅଧୀନରେ ଦେଶବ୍ୟାପୀ ୪ କୋଟିରୁ ଅଧିକ ଗରିବ ପରିବାର ପକ୍କା ଘର ପାଇଛନ୍ତି ଏବଂ ଆଗାମୀ ବର୍ଷଗୁଡ଼ିକରେ ଅତିରିକ୍ତ ୩ କୋଟି ଘର ନିର୍ମାଣ ହେବାକୁ ଯାଉଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ବିକାଶ ବିହାରର ଗରିବ, ଦଳିତ, ମହାଦଳିତ, ପଛୁଆ ବର୍ଗ ଏବଂ ଅତ୍ୟନ୍ତ ପଛୁଆ ପରିବାରକୁ ବହୁତ ଲାଭ ଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, କେବଳ ବିହାରରେ ୫୭ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସିୱାନ ଜିଲ୍ଲାରେ ଗରିବଙ୍କ ପାଇଁ ୧.୧୦ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଛି ଏବଂ ଏହି କାମ ବିନା କୌଣସି ବାଧାରେ ଚାଲିଛି। ସେ କହିଛନ୍ତି ଯେ ଆଜି ବିହାରରେ ୫୦,୦୦୦ରୁ ଅଧିକ ପରିବାରକୁ ଗୃହ କିସ୍ତି ବଣ୍ଟନ କରାଯାଇଛି। ଶ୍ରୀ ମୋଦୀ ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ ଯେ ଏହି ଘରଗୁଡ଼ିକ ମଧ୍ୟରୁ ଅଧିକାଂଶ ମା’ ଏବଂ ଭଉଣୀମାନଙ୍କ ନାମରେ ପଞ୍ଜିକୃତ ହୋଇଛି। ସେ ଗର୍ବର ସହିତ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ମହିଳାମାନଙ୍କ ନାଁରେ କୌଣସି ଘର ବା ସମ୍ପତ୍ତି ରହୁନଥିବାବେଳେ ଏବେ ସେମାନେ ଗର୍ବର ସହିତ ଜଣେ ଜଣେ ଘରମାଲିକ ହୋଇପାରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଗରିବ ଲୋକଙ୍କୁ କେବଳ ବାସଗୃହ ଯୋଗାଇ ଦେଉନାହିଁ ବରଂ ମାଗଣା ରାସନ, ବିଦ୍ୟୁତ୍ ଏବଂ ପାଣି ସୁବିଧା ମଧ୍ୟ ଯୋଗାଇ ଦେଉଛି। ସେ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ୧୨ କୋଟିରୁ ଅଧିକ ନୂତନ ପରିବାରକୁ ଟ୍ୟାପ୍ ସଂଯୋଗ ଦିଆଯାଇଛି ଓ କେବଳ ସିୱାନ ଜିଲ୍ଲାରେ, ୪.୫ ଲକ୍ଷରୁ ଅଧିକ ପରିବାର ପ୍ରଥମ ଥର ପାଇଁ ଟ୍ୟାପ୍ ପାଣି ପାଇଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ସରକାର ପ୍ରତ୍ୟେକ ଗ୍ରାମୀଣ ଘରେ ଟ୍ୟାପ୍ ସଂଯୋଗ ଏବଂ ସହରାଞ୍ଚଳରେ ପର୍ଯ୍ୟାପ୍ତ ପାନୀୟ ଜଳ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି। ସେ ସୂଚନା ଦେଇଥିଲେ ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିହାରର ବିଭିନ୍ନ ସହରରେ ଅନେକ ପାଇପ୍ ଲାଇନ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ସେ କହିଥିଲେ ଯେ ବର୍ତ୍ତମାନ ଡଜନ ଡଜନ ନୂତନ ସହର ପାଇଁ ନୂତନ ପାଇପ୍ ଲାଇନ ଏବଂ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ମଞ୍ଜୁର କରାଯାଇଛି। ଏହି ସମସ୍ତ ପ୍ରକଳ୍ପ ଗରିବ ଏବଂ ମଧ୍ୟବିତ୍ତ ପରିବାରଙ୍କ ଜୀବନର ଗୁଣବତ୍ତା ଉଲ୍ଲେଖନୀୟ ଭାବରେ ଉନ୍ନତ କରିବ । ପୂର୍ବ ସରକାରଙ୍କ ଟ୍ରାକ୍ ରେକର୍ଡକୁ କଡ଼ା ସମାଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ସେମାନଙ୍କର କାର୍ଯ୍ୟ ସର୍ବଦା ବିହାର ବିରୋଧୀ ଏବଂ ନିବେଶ ବିରୋଧୀ ଥିଲା। ଯେତେବେଳେ ଏହି ଦଳଗୁଡ଼ିକ ବିକାଶର କଥା କୁହନ୍ତି, ଲୋକମାନେ ବନ୍ଦ ଦୋକାନ, ଠପ୍ ବ୍ୟବସାୟ ଏବଂ ବନ୍ଦ ଶିଳ୍ପକୁ ମନେ ପକାନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଣରୁ ଏପରି ଦଳଗୁଡ଼ିକ କେବେବି ବିହାରର ଯୁବକମାନଙ୍କ ବିଶ୍ୱାସ ଜିତିପାରି ନାହାନ୍ତି। ସେ କହିଥିଲେ ଯେ ଏହି ଦଳଗୁଡ଼ିକ ସର୍ବଦା କ୍ଷୟକ୍ଷତି ଭିତ୍ତିଭୂମି, ମାଫିଆ ଶାସନ, ଅରାଜକତା ଏବଂ ଦୁର୍ନୀତିକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରର ପ୍ରତିଭାବାନ ଯୁବକମାନେ ବାସ୍ତବରେ ହେଉଥିବା କାର୍ଯ୍ୟକୁ ନିକଟରୁ ନିରୀକ୍ଷଣ ଏବଂ ମୂଲ୍ୟାଙ୍କନ କରୁଛନ୍ତି। ସେ ମାରହୋୱା ଲୋକୋମୋଟିଭ୍ କାରଖାନାକୁ ବିହାରରେ ଏନଡିଏର ବିକାଶ ମଡେଲର ଏକ ପ୍ରମୁଖ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ ସୂଚନା ଦେଇଥିଲେ ଯେ ମାରହୋୱା କାରଖାନାରେ ନିର୍ମିତ ପ୍ରଥମ ଇଞ୍ଜିନ ଆଫ୍ରିକାକୁ ରପ୍ତାନି କରାଯାଉଛି, ଯାହା ଏକ ଐତିହାସିକ ସଫଳତା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଖାନା ସାରଣ ଜିଲ୍ଲାରେ ଅଛି, ଯାହାକୁ ପୂର୍ବ ସରକାର ଥରେ ପଛୁଆ ବୋଲି କହିଥିଲେ। ସେ କହିଥିଲେ ଯେ ଆଜି ଏହି ଜିଲ୍ଲାଟି ବିଶ୍ୱ ଉତ୍ପାଦନ ଏବଂ ରପ୍ତାନି ମାନଚିତ୍ରରେ ସ୍ଥାନ ପାଇଛି। ପ୍ରଧାନମନ୍ତ୍ରୀ ବିହାରର ବିକାଶ ଇଞ୍ଜିନକୁ ବନ୍ଦ କରିବା ପାଇଁ ପୂର୍ବ ସରକାରଗୁଡ଼ିକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ବିହାରରେ ତିଆରି ଇଞ୍ଜିନ ଏବେ ଆଫ୍ରିକାରେ ଟ୍ରେନଗୁଡ଼ିକୁ ଶକ୍ତି ପ୍ରଦାନ କରିବ। ସେ ଏହାକୁ ଏକ ମହାନ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସର ସହିତ କହିଥିଲେ ଯେ ବିହାର ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ। ସେ କହିଥିଲେ ଯେ କେବଳ ମାଖାନା, ଫଳ ଏବଂ ପନିପରିବା ଭଳି ସ୍ଥାନୀୟ ଉତ୍ପାଦଗୁଡ଼ିକ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିବ ନାହିଁ, ବରଂ ବିହାରର କାରଖାନାଗୁଡ଼ିକରେ ଉତ୍ପାଦିତ ସାମଗ୍ରୀର ସାରା ବିଶ୍ୱରେ ଚାହିଦା ମଧ୍ୟ ରହିବ। “ବିହାରର ଯୁବକମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ଏକ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ସୁଦୃଢ଼ କରିବ”, ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିହାରରେ ବିକଶିତ ହେଉଥିବା ଆଧୁନିକ ଭିତ୍ତିଭୂମି ବିହାରର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି ଯେ ବିହାରରେ ରାସ୍ତା, ରେଳ, ବିମାନ ଯାତ୍ରା ଏବଂ ଜଳପଥରେ ଅଭୂତପୂର୍ବ ନିବେଶ କରାଯାଉଛି। ସେ କହିଛନ୍ତି ଯେ ବିହାରରେ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ ସମେତ ନିରନ୍ତର ନୂତନ ଟ୍ରେନ ଆସୁଛି। ଏକ ପ୍ରମୁଖ ସଫଳତା ଘୋଷଣା କରି ଶ୍ରୀ ମୋଦୀ କହିଛନ୍ତି ଯେ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ, ବାବା ହରିହରନାଥଙ୍କ ଭୂମି ବର୍ତ୍ତମାନ ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ମାଧ୍ୟମରେ ବାବା ଗୋରଖନାଥଙ୍କ ଭୂମି ସହିତ ସଂଯୁକ୍ତ। ସେ କହିଛନ୍ତି ଯେ ନୂତନ ପାଟନା-ଗୋରଖପୁର ବନ୍ଦେ ଭାରତ ଟ୍ରେନ ପୂର୍ବାଞ୍ଚଳରେ ଭଗବାନ ଶିବଙ୍କ ଭକ୍ତମାନଙ୍କୁ ଏକ ଆଧୁନିକ ଯାତ୍ରା ବିକଳ୍ପ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ଟ୍ରେନ ଭଗବାନ ବୁଦ୍ଧଙ୍କ ତପସ୍ଥଳୀ ଏବଂ ତାଙ୍କ ମହାପରିନିର୍ବାଣ ସ୍ଥାନ କୁଶୀନଗର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ପ୍ରୟାସ ବିହାରରେ କେବଳ ଶିଳ୍ପ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ ନାହିଁ, ବରଂ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ବହୁଳ ଭାବରେ ଲାଭ ଦେବ। ସେ କହିଛନ୍ତି ଯେ ଏପରି ବିକାଶ ବିହାରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଅଧିକ ପ୍ରମୁଖ ଭାବରେ ଉଭା ହେବାରେ ସାହାଯ୍ୟ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ବିହାରର ଯୁବକମାନଙ୍କ ପାଇଁ ଅଗଣିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ – “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ର ବିଷୟବସ୍ତୁ – “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଭାରତର ବୈଶ୍ୱିକ ଦୃଷ୍ଟିକୋଣକୁ ପ୍ରତିଫଳିତ…

ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ପୁଣିଥରେ ସ୍ୱୀକାର କଲା ପାକିସ୍ତାନ।

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ପୁଣିଥରେ ସ୍ୱୀକାର କଲା ପାକିସ୍ତାନ। ଭାରତୀୟ ସେନା ପାକିସ୍ତାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା…

ପୁଣି ଥରେ ସ୍ଥଗିତ ରଖାଯାଇଛି ଆକ୍ସିଅମ୍ ମିଶନ-୪

ନୂଆଦିଲ୍ଲୀ ୨୦।୦୬; ଆକ୍ସିଅମ୍ ମିଶନ-୪ର ପୁଣି ଥରେ ସ୍ଥଗିତ ରଖାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଗାତାର ସ୍ଥଗିତ ରଖାଯାଇଥିବା ଏହି ମିଶନ୍ ଜୁନ୍…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ

ଭୁବନେଶ୍ୱର : ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ ।…

ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ୬୭ ବର୍ଷରେ ପାଦ ଥାପିଛନ୍ତି ଦେଶର ପ୍ରଥମ ନାଗରିକ ତଥା ପ୍ରିୟ…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଏୟାର ଇଣ୍ଡିଆ ସିଏମଡି; ଚାଳନା ନିରନ୍ତରତା ବଜାୟ ରଖିବା, ସ୍ୱଚ୍ଛ ଯୋଗାଯୋଗକୁ ସମର୍ଥନ କରିବା ଏବଂ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଉପରେ ଆଲୋଚନା

ନିକଟରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ସହିତ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣାକୁ ଦୃଷ୍ଟିରେ ରଖି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ସେବା କ୍ଷେତ୍ରର ସୁରକ୍ଷା, ଯାତ୍ରୀ ସୁବିଧା ଏବଂ ବିମାନ ସେବାର କାର୍ଯ୍ୟଦକ୍ଷତାର ଏକ ବ୍ୟାପକ ସମୀକ୍ଷା କରିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡୁ କିଞ୍ଜାରପୁ ଦେଶର ସମସ୍ତ ବିମାନବନ୍ଦର ନିର୍ଦ୍ଦେଶକମାନଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରି ଭୂମିସ୍ତରୀୟ ପ୍ରସ୍ତୁତି ଏବଂ ଯାତ୍ରୀ ସହାୟତା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଦୁର୍ଘଟଣା ପରବର୍ତ୍ତୀ ଯାଞ୍ଚ, ପାଣିପାଗ ପରିବର୍ତ୍ତନ, ଭୂରାଜନୈତିକ ଉତ୍ତେଜନା ଯୋଗୁଁ କିଛି ନିର୍ଦ୍ଦିଷ୍ଟ ଆକାଶପଥ ବନ୍ଦ ହେବା ଇତ୍ୟାଦି କାରଣରୁ ହେଉଥିବା ବିମାନ ଯାତ୍ରାର ପୁନଃନିର୍ଦ୍ଧାରଣକୁ ଦୃଷ୍ଟିରେ ରଖି ଏହି ସମୀକ୍ଷା କରାଯାଇଥିଲା । ବୈଠକ ପରେ ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରାଯାଇଥିଲା .. • ଯାତ୍ରୀମାନଙ୍କ ସମସ୍ୟାର ତୁରନ୍ତ ଓ ଠିକ ସ୍ଥାନରେ ସମାଧାନ ସୁନିଶ୍ଚିତ କରିବା ପାଇଁ ବିମାନସେବା କମ୍ପାନୀଗୁଡ଼ିକ ସହିତ ନିରବଚ୍ଛିନ୍ନ ଯୋଗାଯୋଗ ଉପରେ ଗୁରୁତ୍ବ ଦିଆଯିବ। • ଟର୍ମିନାଲଗୁଡ଼ିକରେ, ବିଶେଷକରି ଉଡ଼ାଣ ବିଳମ୍ବ କିମ୍ବା ଭିଡ଼ ସମୟରେ, ଖାଦ୍ୟ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଆସନ ସୁବିଧାର ଉପଲବ୍ଧତା ସୁନିଶ୍ଚିତ କରାଯିବ। • ଯାତ୍ରୀଙ୍କ ଅଭିଯୋଗର ସକ୍ରିୟ ସମାଧାନ ପାଇଁ ପ୍ରମୁଖ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ କରାଯିବ। •ଚାଳନାଗତ ସମସ୍ୟାର ସମ୍ମୁଖୀନ ହେଉଥିବା ବିମାନ କମ୍ପାନୀଗୁଡ଼ିକୁ ଗେଟ ପୁନଃନିଯୁକ୍ତି ଏବଂ ଲଜିଷ୍ଟିକ୍ ସହାୟତା ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ବିମାନବନ୍ଦର ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି। • ଏକ ନିରାପଦ ଏବଂ ସୁରକ୍ଷିତ ବିମାନବନ୍ଦର ପରିବେଶ ବଜାୟ ରଖିବା ପାଇଁ, ପକ୍ଷୀ ଏବଂ ବୁଲାପଶୁମାନଙ୍କୁ ରୋକିବା ସମେତ ବନ୍ୟପ୍ରାଣୀ ବିପଦ ପରିଚାଳନାକୁ ସୁଦୃଢ଼ କରିବାକୁ ବିମାନବନ୍ଦର ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଥିଲା । ସେଗୁଡ଼ିକ ହେଉଛି ଚାଳନା ନିରନ୍ତରତା ବଜାୟ ରଖିବା, ଜନସାଧାରଣଙ୍କ ସହିତ ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ଯୋଗାଯୋଗ ସୁନିଶ୍ଚିତ କରିବା ଏବଂ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ସୁନିଶ୍ଚିତ କରିବା । ଏହି ବୈଠକରେ ଉଲ୍ଲେଖ କରାଯାଇଥିଲା ଯେ ମଧ୍ୟପ୍ରାଚ୍ୟର ପରିସ୍ଥିତି, ବର୍ଦ୍ଧିତ ସୁରକ୍ଷା ଯାଞ୍ଚ ଏବଂ ୟୁରୋପରେ ରାତି ଉଡ଼ାଣ ପ୍ରତିବନ୍ଧକ ଯୋଗୁଁ ଏୟାର ଇଣ୍ଡିଆ ବିମାନ ଉପଲବ୍ଧତା ଅଭାବର ସମ୍ମୁଖୀନ ହେଉଛି। ଫଳସ୍ୱରୂପ, ସାମୟିକ ଭାବରେ ବିମାନ ଚାଳନା ହ୍ରାସ କରାଯିବ, ଫ୍ଲାଇଟ ଗୁଡ଼ିକରେ ପରିବର୍ତ୍ତନ କରାଯିବ ଏବଂ ଏସବୁ ପରିବର୍ତ୍ତନଗୁଡ଼ିକ ଗଣମାଧ୍ୟମ ମାଧ୍ୟମରେ ଘୋଷଣା କରାଯିବ। ପ୍ରଭାବିତ ଯାତ୍ରୀମାନଙ୍କ ଟିକେଟ୍ ପୁଣି ବୁକ୍ କରାଯିବ କିମ୍ବା ପୂର୍ଣ୍ଣ ଅର୍ଥ ଫେରସ୍ତ ଦିଆଯିବ। ଏୟାର ଇଣ୍ଡିଆକୁ ବିମାନବନ୍ଦରରେ ଏହାର ଭୂମି ସ୍ତରୀୟ ସମନ୍ୱୟକୁ ମଜବୁତ କରିବା, ବାତିଲ/ବିଳମ୍ବ ସମ୍ପର୍କରେ ଯାତ୍ରୀଙ୍କ ସହିତ ଯୋଗାଯୋଗ ଉନ୍ନତ କରିବା ଏବଂ ଗ୍ରାହକ ସେବା ଦଳଗୁଡ଼ିକ ପ୍ରତିକ୍ରିୟାଶୀଳ ଏବଂ ସହାନୁଭୂତି ଏବଂ ସ୍ପଷ୍ଟତାର ସହିତ ବର୍ଦ୍ଧିତ ଯାତ୍ରୀଙ୍କ ଚିନ୍ତାକୁ ପରିଚାଳନା କରିବାକୁ ପ୍ରସ୍ତୁତ ରହିବାକୁ ଏହି ଅବସରରେ ଅନୁରୋଧ କରାଯାଇଥିଲା। ସ୍ପାଇସ୍ ଜେଟ୍, ଇଣ୍ଡିଗୋ ଏବଂ ଆକାଶର ବରିଷ୍ଠ ପରିଚାଳନା ସହିତ ମଧ୍ୟ ୧୮ ଏବଂ ୧୯ ଜୁନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ମାନ୍ୟବର ମନ୍ତ୍ରୀ ଫ୍ଲିଟ୍ କାର୍ଯ୍ୟଦକ୍ଷତା, ସୁରକ୍ଷା ଯାଞ୍ଚ, ଯାତ୍ରୀ ଅଭିଜ୍ଞତା ଏବଂ ସୁବିଧା ଏବଂ ବିମାନ ଯୋଗାଯୋଗ ରଣନୀତି ସମୀକ୍ଷା କରିଥିଲେ। ଉତ୍ତମ ତଦାରଖ ଏବଂ ସମନ୍ୱୟ ପାଇଁ ବିମାନ କମ୍ପାନୀଗୁଡ଼ିକ ସହିତ କାର୍ଯ୍ୟକ୍ଷମ ବିଷୟଗୁଡ଼ିକରେ ସାମୟିକ ସମୀକ୍ଷା ପ୍ରକ୍ରିୟାକୁ ଆନୁଷ୍ଠାନିକ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଏଏଆଇବି ତଦନ୍ତ ସମ୍ପର୍କରେ ସର୍ବଶେଷ ସୂଚନା ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଛି। ଏଏଆଇବିର ଏକ ବିଭିନ୍ନ ବିଷୟରେ ବିଶେଷଜ୍ଞ ଦଳ ୧୨ ଜୁନ୍ ୨୦୨୫ରୁ ତଦନ୍ତ ଆରମ୍ଭ କରିଛି। ଏଏଆଇବିର ମହାନିର୍ଦ୍ଦେଶକଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଇସିଏଓ ପ୍ରୋଟୋକଲ୍ ଅନୁଯାୟୀ ଏମଟିଏସବି ଏବଂ ଓଇଏମ ଦଳ ଏଏଆଇବିକୁ ସହାୟତା କରିବା ପାଇଁ ପହଞ୍ଚିଛନ୍ତି। ୧୩ ଜୁନ୍ ୨୦୨୫ରେ ଦୁର୍ଘଟଣାସ୍ଥଳରୁ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର୍ ଏବଂ କକପିଟ୍ ଭଏସ୍ ରେକର୍ଡର୍ (ସିଭିଆର) ଉଦ୍ଧାର କରାଯାଇଛି ଏବଂ ୧୬ ଜୁନ୍ ରେ ଦ୍ୱିତୀୟ ସେଟ୍ ମିଳିଛି। ବିମାନର ଏହି ମଡେଲ୍ରେ ଦୁଇଟି ବ୍ଲାକବକ୍ସ ସେଟ୍ ଥିଲା। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକଙ୍କଠାରୁ ସମସ୍ତ ଆବଶ୍ୟକ ସହାୟତା ସହିତ ଏଏଆଇବି ତଦନ୍ତ ଭଲଭାବରେ ଅଗ୍ରଗତି କରୁଛି। ସ୍ଥାନ ଡକ୍ୟୁମେଣ୍ଟେସନ୍ ଏବଂ ପ୍ରମାଣ ସଂଗ୍ରହ ସମେତ ପ୍ରମୁଖ ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଛି ଏବଂ ବର୍ତ୍ତମାନ ଅଧିକ ବିଶ୍ଳେଷଣ ଚାଲିଛି।…

ବୈଶ୍ବିକ ରାଜନୀତିରେ ଭାରତର ପଦଚିହ୍ନ

ଆନ୍ତର୍ଜାତିକ ରାଜନୀତିରେ ଭାରତର ବଦଳୁଥିବା ପ୍ରତିଚ୍ଛବି ଏହାକୁ ବିଶ୍ୱଗୁରୁ ଭାବେ ଉତ୍‍ଥାପନ କରିଛି। ‘ଭାରତ ପ୍ରଥମ’ ନୀତିକୁ ସ୍ପଷ୍ଟ କରିବା ସହ…

ସାରା ଭାରତରେ ୧୦୦ଟି ପ୍ରତୀକାତ୍ମକ ପର୍ଯ୍ୟଟନ ସ୍ଥଳ ଏବଂ ୫୦ଟି ସାଂସ୍କୃତିକ ସ୍ଥଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବ ସଂସ୍କୃତି ମନ୍ତ୍ରଣାଳୟ

ସଂସ୍କୃତି ମନ୍ତ୍ରଣାଳୟ ସାରା ଦେଶରେ ୧୦୦ଟି ପର୍ଯ୍ୟଟନ ଭିତ୍ତିକ ପ୍ରତୀକାତ୍ମକ ସ୍ଥାନ ଏବଂ ୫୦ଟି ସାଂସ୍କୃତିକ ସ୍ଥାନରେ ଯୋଗ ଅଧିବେଶନ ଆୟୋଜନ କରି ୧୧ତମ ଅନ୍ତର୍ଜାତୀୟ…

ଯଦି ତାଙ୍କୁ ଫସାଇବା ପାଇଁ ତାଙ୍କ ଘରେ ଟଙ୍କା ବସ୍ତା ଫୋପାଡ଼ି କେହି ଷଡ଼୍‌ଯନ୍ତ୍ର କରିଥିଲା, ତେବେ ସେ କାହିଁକି ଅଭିଯୋଗ ଦାଖଲ କଲେ ନାହିଁ 

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଦାୟିତ୍ବରେ ଥିବା ବେଳେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଆଉଟ୍‌ହାଉସ୍ ଭିତରେ ଏକାଧିକ ସାକ୍ଷୀ ନୋଟ୍‌ର…