ଯଦି ତାଙ୍କୁ ଫସାଇବା ପାଇଁ ତାଙ୍କ ଘରେ ଟଙ୍କା ବସ୍ତା ଫୋପାଡ଼ି କେହି ଷଡ଼୍‌ଯନ୍ତ୍ର କରିଥିଲା, ତେବେ ସେ କାହିଁକି ଅଭିଯୋଗ ଦାଖଲ କଲେ ନାହିଁ 

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବେ ଦାୟିତ୍ବରେ ଥିବା ବେଳେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଆଉଟ୍‌ହାଉସ୍ ଭିତରେ ଏକାଧିକ ସାକ୍ଷୀ ନୋଟ୍‌ର ଏକ ବଡ଼ ଗଦା ଦେଖିଥିଲେ। ସେଥିରୁ କିଛି ଟଙ୍କା ଅଧା ପୋଡ଼ିଯାଇଥିଲା। ଜଷ୍ଟିସ୍ ବର୍ମା ଏହା ତାଙ୍କ ବିରୋଧରେ ଷଡ଼୍‌ଯନ୍ତ୍ର ବୋଲି କହୁଥିବା‌ ବେଳେ ଏ ନେଇ କେବେହେଲେ ପୁଲିସରେ ଅଭିଯୋଗ କରି ନ ଥିଲେ କିମ୍ବା ନ୍ୟାୟିକ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିଲେ। ବିଚାରପତିଙ୍କ ବିରୋଧରେ ବେଆଇନ ଟଙ୍କା ଠୁଳ ଅଭିଯୋଗ ସତ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ଜାଣିବାକୁ ପାଇଛି। ଏବେ ଆହ୍ଲାବାଦ ହାଇକୋର୍ଟରେ ଅବସ୍ଥାପିତ ଏହି ବିଚାରପତିଙ୍କ ଆଚରଣକୁ ଅସ୍ବାଭାବିକ ବୋଲି କହି ତାଙ୍କୁ ହଟାଇବାକୁ କମିଟି ସୁପାରିସ କରିଛି।

Leave a Reply

Your email address will not be published. Required fields are marked *