ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି

ୱାସିଂଟନ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍‌ ସିନ୍ଦୂର ପରବର୍ତ୍ତୀ ସଂଘର୍ଷରେ ଶୋଚନୀୟ ପରାଜୟ ବରଣ କରିବା ପରେ ପାକିସ୍ତାନ ଏବେ ଆମେରିକାର ଶରଣ ପଶିଛି। ଚୀନ୍ ଅସ୍ତ୍ରଶସ୍ତ୍ର ଭାରତର ସାମର୍ଥ୍ୟ ଆଗରେ ବିଫଳ ସାବ୍ୟସ୍ତ ହେବା ପରେ ଟ୍ରମ୍ପଙ୍କୁ ସାହାଯ୍ୟ ମାଗିଛନ୍ତି ପାକିସ୍ତାନର ସେନାମୁଖ୍ୟ ଫିଲ୍‌ଡ ମାର୍ଶାଲ ଅସୀମ ମୁନିର। କିନ୍ତୁ ମାଗଣାରେ କାହାକୁ କିଛି ଦେଉ ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଟ୍, ସହାୟତା ଓ ସୁରକ୍ଷା ଚୁକ୍ତି ବଦଳରେ ପାକିସ୍ତାନକୁ ତା’ର ସାମରିକ ଘାଟି ମାଗିଥିବା ଜଣାପଡ଼ିଛି। ଏହି ଘାଟିକୁ ପ୍ରବେଶ ମିଳିଲେ ଆମେରିକା ସହଜରେ ଇରାନର ସମ୍ଭାବ୍ୟ ମୁକାବିଲା କରିପାରିବ। ବର୍ତ୍ତମାନ ଚାଲିଥିବା ଇରାନ-ଇସ୍ରାଏଲ‌ ଯୁଦ୍ଧରେ ସାମିଲ ହୋଇ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଚାହୁଛି।

Leave a Reply

Your email address will not be published. Required fields are marked *