ଅହମଦାବାଦରେ ଜୁନ୍ ୧୨ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍‌ ବିମାନର ‘ବ୍ଲାକ୍ ବକ୍ସ’ ମିଳିଛି କିନ୍ତୁ ଏହା କ୍ଷତିଗ୍ରସ୍ତ 

ଅହମଦାବାଦ: ଅହମଦାବାଦରେ ଜୁନ୍ ୧୨ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର୍ ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର୍‌ ବିମାନର ‘ବ୍ଲାକ୍ ବକ୍ସ’ ମିଳିଛି। କିନ୍ତୁ ଏହା କ୍ଷତିଗ୍ରସ୍ତ ହୋଇଥିବାରୁ ଏଥିରୁ ଡାଟା ବାହାର କରିବା ପାଇଁ ଏହାକୁ ଆମେରିକା ପଠାଇବାକୁ ପଡ଼ିପାରେ ବୋଲି ଜଣାପଡ଼ିଛି।

‘ବ୍ଲାକ୍ ବକ୍ସ’ ବାସ୍ତବରେ ଦୁଇଟି ଡିଭାଇସ୍ – କକ୍‌ପିଟ୍ ଭଏସ୍ ରେକର୍ଡର୍ ବା ସିଭିଆର୍ ଏବଂ ଫ୍ଲାଇଟ୍ ଡାଟା ରେକର୍ଡର୍ ବା ଏଫ୍‌ଡିଆର୍। ଦୁର୍ଘଟଣାଗ୍ରସ୍ତ ଏୟାର୍ ଇଣ୍ଡିଆ ବିମାନରୁ ମିଳିଥିବା ‘ବ୍ଲାକ୍ ବକ୍ସ’କୁ ଯାଞ୍ଚ କରିବା ପାଇଁ ୱାସିଂଟନ-ସ୍ଥିତ ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡକୁ ପଠାଯାଇପାରେ। ଯଦି ‘ବ୍ଲାକ୍ ବକ୍ସ’କୁ ଆମେରିକା ପଠାଯାଏ, ତେବେ ପ୍ରୋଟୋକଲ୍ ଅନୁଯାୟୀ ଏହା ସହ ଭାରତୀୟ ଅଧିକାରୀଙ୍କ ଏକ ଦଳ ମଧ୍ୟ ଆମେରିକା ଯିବେ। ତେବେ ପ୍ରଥମେ ଦିଲ୍ଲୀରେ  ଥିବା ‘ବ୍ଲାକ୍ ବକ୍ସ ଲ୍ୟାବ୍’ରେ କ୍ଷତିଗ୍ରସ୍ତ ବ୍ଲାକ୍‌ ବକ୍ସକୁ ଯାଞ୍ଚ କରିବା ପାଇଁ ସମସ୍ତ ପ୍ରୟାସ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *