ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କଲେଜପଡ଼ା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଗୋ-ମାଂସ ଜବତ

ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ଗୋ-ମାଂସ ଜବତ
ବାଲିଶଙ୍କରା : ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କଲେଜପଡ଼ା ଅଞ୍ଚଳରେ ଅପ୍ରେଲ ୪ ତାରିଖ ଦିନ ରାତିରେ ଏକ ବୋଲେରୋ ଓ ବାଇକ୍ ମଧ୍ଯରେ ଘଟିଥିଲା ଦୁର୍ଘଟଣା। ଦୁର୍ଘଟଣା ପରେ ଚାଳକ ବୋଲେରୋ ଛାଡ଼ି ପଳାଇଯାଇଥିବା ବେଳେ ଗାଡ଼ିରୁ ପ୍ରାୟ ୨୦ କେଜି ଗୋ-ମାଂସ ଜବତ ହୋଇଛି।
ପୁଲିସ୍ ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ଘୋଘର ଦିଗରୁ ବାଲିଶଙ୍କରାକୁ ଏକ ବୋଲେରୋ (ଓଡି୧୬ଇ ୦୬୯୨) ଦ୍ରୁତଗତିରେ ଆସୁଥିଲା। କଲେଜ ରାସ୍ତାର ସୁଜିତ ହାଉସ ନିକଟରେ ଏକ ବାଇକ୍ (ସିଜି୧୪ଏମ୍ଏମ୍ ୬୬୫୯)କୁ ବୋଲେରୋକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ହାତ ଗୋଡ଼ ଭାଙ୍ଗି ଯିବା ସହ ସେ ଗୁରୁତର ହୋଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ପୁଲିସ୍ ସେଠାକୁ ଯିବା ପୂର୍ବରୁ ବାଇକ୍ ଚାଳକଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲେ। ଦୁର୍ଘଟଣା ସ୍ଥଳରୁ ପ୍ରାୟ ୫ କିମି ଦୂର ରାମପୁର ଠାରେ ବୋଲେରୋକୁ ପୁଲିସ୍ ଠାବ କରିଥିଲା। ମାତ୍ର ଚାଳକ ନ ଥିଲେ। ପୁଲିସ୍ ଗାଡ଼ିକୁ ଯାଞ୍ଚ କରିବା ଏକ ପ୍ଲାଷ୍ଟିକ୍ ବସ୍ତାରେ ପ୍ରାୟ ୨୦ କେଜି ଗୋ-ମାଂସ ଜବତ କରିଥିଲା।  ପୁଲିସ ସାକ୍ଷୀମାନଙ୍କ ଉପସ୍ଥିତିରେ ବୋଲେରା ସହ ଗୋ-ମାଂସ ଜବତ କରିଥିଲା।

Leave a Reply

Your email address will not be published. Required fields are marked *