ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ଆଜି ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ। ୬୭ ବର୍ଷରେ ପାଦ ଥାପିଛନ୍ତି ଦେଶର ପ୍ରଥମ ନାଗରିକ ତଥା ପ୍ରିୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କହିଛନ୍ତି ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, “ରାଷ୍ଟ୍ରପତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କ ଜୀବନ ଏବଂ ନେତୃତ୍ୱ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦିଏ। ଜନସେବା, ସାମାଜିକ ନ୍ୟାୟ ଏବଂ ଦେଶର ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ସମସ୍ତଙ୍କୁ ସାହସ ପ୍ରଦାନ କରେ ଏବଂ ଆଶାର କିରଣ। ସେ ସର୍ବଦା ଗରିବ ଏବଂ ବଞ୍ଚିତଙ୍କୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି। ମୁଁ ତାଙ୍କର ଦୀର୍ଘ ଜୀବନ କାମନା କରୁଛି।”

Leave a Reply

Your email address will not be published. Required fields are marked *