Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୟୂରଭଞ୍ଜ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୟୂରଭଞ୍ଜ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ସରସ୍ୱତୀ ଶିଶୁ ମନ୍ଦିର ଜାମଦାରେ ଅଷ୍ଟ ବିଂଶତି ବାର୍ଷିକ ଉତ୍ସବ ଓ ଉକôଳ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥୀ ଚିତ୍ତ ରଂଜନ ମହାନ୍ତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆସନ ଗ୍ରହଣ କରିଥିଲେ । ଶିଶୁ ମନ୍ଦିରର ସହସମ୍ପାଦକ ଭାସ୍କର ଚନ୍ଦ୍ର ପାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଶିକ୍ଷା ଓ ସଂସ୍କାର, ବିଦ୍ୟା ଭାରତୀର ଉତ୍ପତ୍ତି ବିଷୟରେ, ଶିଶୁର ବିକାଶ ଓ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥୀ ହେସେଲପାଟା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ମହାପାତ୍ର ଯୋଗ ଦେଇ କହିଥିଲେ ଯେ, ଶିକ୍ଷା ବିକାଶ ସମିତି ଦ୍ୱାରା ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କିପରି କରାଯାଇପାରିବ, ଶିଶୁର ବୌଦ୍ଧିକ ବିକାଶ କିପିରି ହୋଇପାରିବ, ଉତ୍ତମ ସଂସ୍କାର, ଚରିତ୍ର ଗଠନରେ ଶିଶୁ ମନ୍ଦିର ଭୂମିକା କଣ ତାହାରି ଉପରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ନିମନ୍ତ୍ରୀତ ଅତିଥୀ ସମାଜସେବୀ ବିଜୁ ଗୋପାଲ ଗୋପ ଉପସ୍ଥିତ ରହି ଶିଶୁ ମନ୍ଦିରର ସଂସ୍କାର ତଥା ଗୁରୁଜୀ-ଗୁରୁମାଙ୍କର ଅପ୍ରମିତ ଭୂମିକା କିପରି ରହିଥାଏ ଓ ବିଦ୍ୟାର୍ଥୀଙ୍କ ସହ କେଉଁପରି ସମ୍ପର୍କ ରହିଥାଏ ତାହା ଅବଗତ କରାଇଥିଲେ । ମୁଖ୍ୟବକ୍ତା ପ୍ରଶାନ୍ତ କୁମାର ବାରିକ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ସୁଶ୍ରୀ ସସ୍ମିତା ଟୁଡୁ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଦୀପକ ଗୁରୁଜୀ ଉପସ୍ଥିତ ଥିବା ଅତିଥିଗଣଙ୍କୁ, ଅଭିଭାବକ ଅଭିଭାବିକାଙ୍କୁ, ବିଦ୍ୟାର୍ଥୀଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ବାର୍ଷିକ ଉତ୍ସବ ପ୍ରାରମ୍ଭ ନ ହେବା ପୂର୍ବରୁ ପ୍ରଧାନ ଆଚାର୍ଯ୍ୟାଙ୍କ ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ସମାଜସେବୀ ଲକ୍ଷ୍ମଣ ଟୁଡୁ, ଦେବ କିଶୋର କାଳନ୍ଦୀ, ଓଡ଼ିଶା ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ, ସାମ୍ବାଦିକ ଶ୍ୟାମ ସୁନ୍ଦର ସାମଲ, ରାଜେନ୍ଦ୍ର ଗୁରୁଜୀ, ଯଶୋବନ୍ତ ଗୁରୁଜୀ ଉକôଳ ଦିବସ ଉପଲକ୍ଷେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏପ୍ରିଲ ପହିଲା ଉକôଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି ଆମ ରାଜ୍ୟବାସୀ । ସ୍ୱତନ୍ତ୍ର ଉକôଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ । ଉକôଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ, ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉକôଳ ଦିବସ ଗଠନରେ ଅପ୍ରମିତ ଅବଦାନ ରହିଛି ଏବଂ ଭାଷା ହେଉଛି ଯେକୌଣସି ଜାତିର ପ୍ରାଣସ୍ପନ୍ଦନ, ତା’ର ଜୀବନ ଶକ୍ତି, ସକଳ ଜୀବନଚର୍ଯ୍ୟା ଓ ସମାଜ ଚର୍ଯ୍ୟାର ସାମଗ୍ରିକ ସ୍ୱର ଓ ସ୍ୱାକ୍ଷର । ଆସନ୍ତୁ ପ୍ରାୟ ୯ ଦଶନ୍ଧିର ଭାଷା ଭିତ୍ତିକ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶୁଭ ଲଗ୍ନରେ ଆମେ ଆମର ଉତ୍ତରଦାୟିତ୍ୱକୁ ପବିତ୍ର ଉକôଳ ଦିବସରେ ସ୍ୱୀକାର କରିବା ଏବଂ ମହାଭାରତୀୟ ମର୍ଯ୍ୟାଦାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡିଆ ଭାଷାକୁ ଭାଷା ସଙ୍କଟରୁ ଉଦ୍ଧାର କରିବାକୁ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇଥିଲେ । ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀର ବିଦ୍ୟାର୍ଥୀଗଣ ଗୀତ, ନୃତ୍ୟ ପରିବେଷଣ କରି ଦର୍ଶକ ଦର୍ଶିକାଙ୍କର ମନକୁ ପ୍ରଫୁଲ୍ଲିତ କରିଥିଲେ । ପଲ୍ଲବୀ ଗୁରୁମା ଅତିଥୀଗଣଙ୍କର ପରିଚୟ ପ୍ରଦାନ କରିଥିଲାବଳେ ଭଞ୍ଜ କିଶୋର ବିରୁଆ, କାଶୀ ହେମ୍ବ୍ରମ, ପମା ଗୁରୁମା, ଲକ୍ଷ୍ମୀ ଗୁରୁମା, ରାନ ଗୁରୁମା, ଚନ୍ଦନ ଗୁରୁଜୀ, ବିଶେ ଭାଇ ପ୍ରମୁଖ ବାର୍ଷିକ ଉତ୍ସବକୁ ପରିଚାଳନା କରିଥିଲେ ।

Leave a Reply