Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମା'ର ସ୍ନେହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମା’ର ସ୍ନେହ



-ସୌମ୍ୟସାଇ ସିଦ୍ଧାର୍ଥ ଭୂୟାଁ

ଆମ୍ଭ ମାନଙ୍କର ନିତି ଦିନିଆ ଜୀବନରେ ଆମେ ମାଆର ସ୍ନେହକୁ ଅନେକ ବୁଝି ପାରିନଥାଉ କିନ୍ତୁ ପରବର୍ତୀ ସମୟରେ ବୁଝିଲା ବେଳକୁ ବହୁତ ଡ଼େରି ହୋଇଯାଇଥାଏ । ସେଥିପାଇଁ କୁହାଯାଏ ମାଆର ପଣତ କାନି ହେଉଛି ଗୋଟିଏ ପିଲା ପାଇଁ ଅଭେଦ୍ୟ ସୁରକ୍ଷା କବଚ । ଏହି ମର୍ମରେ ମନେପଡ଼ୁଛି କିଛି ଦିନ ତଳେ ପଢ଼ିଥିବା ଏକ ଆଧ୍ୟାତ୍ମିକ ପୁସ୍ତକର କିଛି ଅଂଶ । ଯାହାକି ଆମ୍ଭମାନଙ୍କୁ ମାଆର ସ୍ନେହ ସମ୍ବନ୍ଧରେ ବୁଝାଇବା ପାଇଁ ଯଥେଷ୍ଟ । ଦିନେ ଆଶ୍ରମରେ ଶିଷ୍ୟମାନଙ୍କୁ ଗୁରୁ ବୁଝାଉଥିଲେ ପିତା-ମାତାଙ୍କ ମହାନତା କେତେ । ସନ୍ତାନ ପ୍ରତି ମା’ର ନିଃସର୍ତ ପ୍ରେମ ଅନ୍ୟ କେଉଁଠି ଦେଖିବାକୁ ମିଳେନା । ଶିଷ୍ୟଗଣଙ୍କ ଉତ୍ସୁକ ନୟନକୁ ଦେଖି ଏହି ଅବସରରେ ଗୁରୁ ଏକ ସତ୍ୟ ଘଟଣାର ଅବତାରଣା କରିବାକୁ ଯାଇ କହିଚାଲିଲେ ଛୋଟ ସହରରେ ଏକ ଦମ୍ପତି ରହୁଥାନ୍ତି । ସେମାନଙ୍କର ଏକମାତ୍ର ପୁଅଟି ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥାଏ । ବାପାଙ୍କ ଆକସ୍ମିକ ମୃତୁ୍ୟ ହୋଇଗଲା । ଆର୍ଥିକ ଅବସ୍ଥା ଭଲ ନଥାଏ । ପୁଅର ସ୍କୁଲ ହଷ୍ଟେଲରେ ମା’ ରୋଷେଇ କରି କିଛି ରୋଜଗାର କରୁଥିଲେ ଏବଂ ପିଲାଟିକୁ ପାଠ ପଢ଼ାଉଥିଲେ । ପୁଅଟି ଭଲ ପାଠ ପଢ଼ୁଥାଏ । ଦିନେ ପୁଅର ଜଣେ ସାଙ୍ଗ ଥଟ୍ଟା କରି କହିଲା ଏଃ, ତୋ ମା କାଣୀ । ଅର୍ଥାତ୍ ମା’ର ଗୋଟିଏ ଆଖି ନାହିଁ । ପୁଅକୁ ଖରାପ ଲାଗିଲା । ଏମିତି ଭିନ୍ନ ଭିନ୍ନ ସମୟରେ ସେ ମନ୍ତବ୍ୟ ଶୁଣିଲା ଯେ ତାର ପରିଚୟ ହେଉଛି କାଣୀ ରୋଷେୟାଙ୍କ ପୁଅ ବୋଲି । ସେ ମନେ ମନେ ସ୍ଥିର କଲା ସହର ଛାଡ଼ି ବହୁ ଦୂରକୁ ଚାଲିଯିବ । ମା’ର ପରିଚୟ ଠାରୁ ଦୂରେଇ ଯିବ । ଭଲ ପାଠ ପଢ଼ୁଥିଲା, ବଡ଼ ସହରକୁ ଚାଲିଗଲା । ମା’ପାଖକୁ ଫେରିଲାନି, ଭାବିଲା ମା’ ତା ପାଇଁ ଅଭିଶାପ । ପୁଅଠୁ ଅଲଗା ରହିବାର କଷ୍ଟ ସହି ମା’ ଗାଁରେ ପଡ଼ି ରହିଲା । ପୁଅ ବଡ଼ ଅଫିସର, ବାହାସାହା ହୋଇ ସହରରେ ରହୁଛି । ଦିନେ ମା’ର ଇଛା ହେଲା ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଟିକିଏ ଦେଖନ୍ତା । ପଚାରି ପଚାରି ଗଲା । ପିଲାମାନଙ୍କୁ ଘର ବାହାରେ ଠିଆ ହୋଇ ଦେଖିଲା । କିନ୍ତୁ ପୁଅ ଯେତେବେଳେ ମା’କୁ ଦେଖିଲା ଗାଳି କରି ତଡ଼ିଦେଲା । କହିଲା କାଣୀ ମା’ର ପୁଅ ବୋଲି ମୋତେ ଲାଜ ଲାଗୁଛି । ଏ ଭିତରେ କିଛି ମାସ ଚାଲିଗଲା । ଏକ ସରକାରୀ କାମରେ ପୁଅ ସେଇ ଗାଁକୁ ଆସିଥାଏ । କ’ଣ ମନ ହେଲା କେଜାଣି ଭାବିଲା ଜନ୍ମସ୍ଥାନ ଟିକିଏ ଦେଖିଯିବି । ଘରେ ପହଞ୍ଚôଲା ବେଳକୁ ଜାଣିବାକୁ ପାଇଲା ମାସକ ଆଗରୁ ମା’ ମରିଯାଇଛି । ପଡ଼ୋଶୀ ମହିଳା ପୁଅ ନାଁରେ ଲେଖାଥିବା ଚିଠିଟିଏ ଆଣି ଦେଲେ । ସେଥିରେ ଲେଖାଥିଲା – ପୁଅ, ତୁ ଖୁସିରେ ଅଛୁ ଜାଣିଲି, ଯାହାହେଉ ତୋ ଜରିଆରେ ମୁଁ ଦୁନିଆକୁ ଦେଖାପାରୁଛି ସେଥିଲାଗି ମୁଁ ବହୁତ ଖୁସି । ଛୋଟ ବେଳେ ତୋ ଆଖି ଖରାପ ଥିଲା । ଦେଖି ପାରୁନଥିଲୁ । ସେଥିଲାଗି ମୋ ଆଖି କାଢ଼ି ତୋ ଆଖିରେ ଡାକ୍ତର ଲଗାଇଥିଲେ । ଯଦି କେତେବେଳେ ତୋର ଜନ୍ମମାଟିକୁ ଦେଖିବାକୁ ମନେ ହୁଏ ସେତେ ବେଳକୁ ମୋର ଦୁର୍ଭାଗ୍ୟ ଯେ ତୋ ସହିତ ଆଉ ଭେଟ ହୋଇ ପାରିବ ନାହିଁ ।

Leave a Reply