ଜାଗୋ ମହୋତ୍ସବ ଯୁବଯାତ୍ରା ୨୫ ଡିସେମ୍ବରରେ

ଭବାନୀପାଟଣା: ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଭୁବନେଶ୍ୱର ବ୍ରାଞ୍ଚ୍ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ସନେ୍ଦଶ ପ୍ରଚାର ପ୍ରସାର କରିବା ନିମନ୍ତେ ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା ସ୍ଥିରକୃତ ହୋଇଛି । ଉକ୍ତ ରଥ ୨୫ ଡିସେମ୍ବର ପୁରୀଧାମରୁ ବାହାରି ବିଭିନ୍ନ ଜିଲ୍ଲା ଓ ସହର ମଧ୍ୟ ଦେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆସନ୍ତା ଜାନୁୟାରୀ ୧୧ ତାରିଖ ୨୦୨୩ରେ ପ୍ରବେଶ କରିବା ପରେ ଭବ୍ୟ ସ୍ୱାଗତ କରାଯିବ । ଏଥିନିମନ୍ତେ ସ୍ଥାନୀୟ ବିବେକ କନ୍ଫରେନ୍ସ ହଲ୍ଠାରେ ସହରର ସବୁବର୍ଗର ଏକ ସ୍ୱାଗତ ସମିତି ଗଠନ କରାଯାଇଛି । ସଭାପତି ଭାବେ ହେମନ୍ତ କୁମାର ମୁଣ୍ଡ, ଉପସଭାପତି ପ୍ରଦୀପ କୁମାର ସାହୁ, ରବି କାନୁନଗୋ, ଭାଗୀରଥୀ ବେହେରା, ସମ୍ପାଦକ ରୂପେ ଇଂ. ଅଜୟ କୁମାର ପଣ୍ଡା ଏବଂ ଉପଦେଷ୍ଟା ମଣ୍ଡଳୀରେ ସଦଶ୍ୟ ରୂପେ କୈଶଭ ବିହାରୀ, ସ୍ୱାଧୀନ ପାତ୍ର, ଶାନ୍ତନୁ କୁମାର ବେହେରା, ଏମ୍ଡି. ଫିରୋଜ, ଶଙ୍କର ପ୍ରସାଦ ନାୟକ, ଦେବେନ୍ଦ୍ର ବିଶି, ପ୍ରଭାଷ ମିଶ୍ର, ମୁକୁନ୍ଦ ରେଡ୍ଡୀ, ବୃଷଭ ଦାସ, ସୁତ୍ତମ କୁମାର ନାୟକ, ଦୁଷ୍ମନ୍ତ କୁମାର ପ୍ରଧାନଙ୍କୁ ସର୍ବସମ୍ମାତି କ୍ରମେ ଚୟନ କରାଯାଇଛି । ସ୍ୱାଗତ ସମିତିର ସଂଯୋଜକ ଭାବେ ବିବେକସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼. ଶିବରାମ ନାୟକଙ୍କୁ ମନୋନୀତ କରାଯାଇଛି ।

Leave a Reply

Your email address will not be published. Required fields are marked *