ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ

କଣାସ: କଣାସ ବ୍ଲକ ଅନ୍ତଗର୍ତ ତ୍ରିଲୋଚନପୁର ଗ୍ରାମପଞ୍ଚାୟତରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଉନବିଂଶତମ ବାଷିର୍କ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତିର ସଭାପତି ପ୍ରଫୁଲ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସତ୍ୟବାଦୀ ବିଧାୟକ ଉମକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀମାନେ ଶିଶୁ ମନ୍ଦିରରୁ ଶିକ୍ଷା ଗ୍ରହଣ କରି ସଂସ୍କୃତ ସଂପର୍ଣ୍ଣ ହେବା ସହିତ ଶୃଙ୍ଖଳାର ପ୍ରତୀକ ହୋଇ ପାରୁଥିବା ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବେ ଶିକ୍ଷା ବିକାଶ ସମିତି ପୂର୍ବ ସମ୍ଭାଶର ସଂପାଦକ ପ୍ରଫଲ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଶିଶୁ ମନ୍ଦିରର ସଂସ୍କାରିତ ଛାତ୍ରଛାତ୍ରୀମାନେ ଦେଶ ଗଠନର ବ୍ରତି ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ କଣାସ ବ୍ଲକ ସହ ଶିକ୍ଷା ଅଧିକାରୀ ନାରାୟଣ ପ୍ରଧାନ, ସମାଜସେବୀ ପ୍ରଭାତ କିଶୋର ଦାସ, ଅବସରପ୍ରାପ୍ତ ପ୍ରଧ୍ୟାପିକା ଜ୍ୟୋସ୍ନାରାଣୀ ଦାସ, ବିଦ୍ୟାଳୟର ସଂପାଦିକା ସୈାଦାମିନୀ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ମଧୁସୁଧନ ପାଣି ସଂପାଦିକା ବିବରଣୀ ପାଠ କରିଥିବା ବେଳେ ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷାବିତ ଲେମ୍ବାଧର ବେହେରା । କରୁଣାକର ରାଉତ ଓ ବାବୁ ରାତରାୟଙ୍କ କୋରିଓ ଗ୍ରାଫିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଂସ୍କାତିକ କାର୍ଯ୍ୟକ୍ରମ ପ୍ରଦଶର୍ନ କରିଥିଲେ । ରାଜ୍ୟସ୍ତରରେ କୃତିତ୍ୱ ହାସଲ କରିଥିବା ବିଦ୍ୟାଳୟର ଦୁଇ ଛାତ୍ର ସାଇ ସ୍ୱାଗତ ସୁନ୍ଦରାୟ, ରାଜଦୀପ ଦାସଙ୍କ ସହିତ ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *