କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆନୁକୁଲ୍ୟରେ ଏକ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀ ରେ ମୟୁରଭଞ୍ଜ ବିଭାଗ ର ମାନନୀୟ ବିଭାଗ ସଂଘଚାଳକ ରତିକାନ୍ତ ବୈଦ୍ୟ ଓ ରାଇରଙ୍ଗପୁର (ସାଙ୍ଗଠନିକ) ଜିଲ୍ଲା ର ମାନନୀୟ ଜିଲ୍ଲ୍ଲା ସଂଘଚାଳକ ଜଗବନ୍ଧୁ ମହାନ୍ତ ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଏଥିରେ ଠାକୁରମୁଣ୍ଡା, ଶୁକୃଳି ଓ କରଞ୍ଜିଆ ବ୍ଲକର ୧୮ ବର୍ଷରୁ ୪୦ ବର୍ଷ ବୟସ ର ଯୁବକ ମାନେ ଉପସ୍ଥିତ ରହିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମ ପରେ ସମ୍ମିଳନୀ ର ପ୍ରଥମ ସତ୍ରରେ ମୟୂରଭଞ୍ଜ ବିଭାଗ ସେବା ପ୍ରମୁଖୁ ଆଦରଣୀୟ ଖଗେଶ୍ଵର ମହାନ୍ତ ଙ୍କ ମାର୍ଗଦର୍ଶନ ସମସ୍ତଙ୍କୁ ପ୍ରାପ୍ତ ହୋଇଥିଲା ।ସେ ଭାରତର ଅତୀତ, ବର୍ତମାନ ଓ ଭବିଶ୍ୟତ ରେ ଯୁବକ ମାନଙ୍କର ଭୂମିକା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ସେ ଆଜିର ଯୁବପିଢି ଙ୍କୁ ଉଚ୍ଚ ଶିକ୍ଷାପ୍ରାପ୍ତ କରି ଆମର ପ୍ରକୃତ ଇତିହାସ କୁ ଜାଣିବା ସହିତ ସ୍ୱାବଲମ୍ବି ହେବାପାଇଁ ମାଗଦର୍ଶନ ପ୍ରଦାନ କରିଥିଲେ ।
ଦ୍ୱିତୀୟ ସତ୍ରରେ ଓଡ଼ିଶା ପୂର୍ବର ସହପ୍ରାନ୍ତ ପ୍ରଚାର ପ୍ରମୁଖ ଆଦରଣୀୟ ମନୀନ୍ଦ୍ର ସୁନ୍ଦର ଦାସ ଯୁବବର୍ଗ ଙ୍କୁ ସ୍ୱାଧିନତାରୁ ସ୍ଵତନ୍ତ୍ରତା ବିଷୟରେ ସମାରୋପ ବୌଦ୍ଧିକ ପ୍ରଦାନ କରିଥିଲେ ।
ଶେଷରେ ଯୁବ ବାଲୁକା ଶିଳ୍ପୀ ଶ୍ରୀମାନ ତାନୁ ବେଶ୍ରା ଓ ଯୁବ କ୍ରିକେଟର ଅମ୍ରିତ କୁମାର ଦାସ ଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା ।