Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏମିତି କେମିତି ହେଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏମିତି କେମିତି ହେଲା


ସମସ୍ତେ କହୁଥିଲେ ବିଜେପି ଏକ ହିନ୍ଦୁତ୍ୱବାଦୀ ଦଳ ଏବଂ ମୁସଲମାନ ବିରୋଧି । ଏମାନେ କ୍ଷମତାକୁ ଆସିଲେ ମୁସଲମାନ ଦେଶମାନେ ଭାରତକୁ ତେଲ ଦେବେ ନାହିଁ । ତା’ଛଡା ରୁଷିୟା ଏକ କମୁ୍ୟନିଷ୍ଟ ଦଳ ଏବଂ ବିଜେପି କମୁ୍ୟନିଷ୍ଟ ବିରୋଧି । ତେଣୁ ରୁଷିୟା ମଧ୍ୟ ତେଲ ଦେବନାହିଁ । ସେତେ ବେଳେ ଏପରି କହୁଥିବା ଲୋକ ବର୍ତମାନର ପରିସ୍ଥିତି ଦେଖି ବିଶ୍ୱାସ କରି ପାରୁନାହାଁନ୍ତି ଏପରି କେମିତି ହେଲା । ତୈଳ
ଉତ୍ପାଦନକାରୀ ଅଧିକାଂଶ ଦେଶମାନଙ୍କ ସହ ବର୍ତମାନ ଭାରତର ସମ୍ପର୍କ ଭଲ ଓ ସାଉଦି ଆରବ, ୟୁଏଇ, ଓମାନ ଓ ସୋଭିଏତ୍ ରୁଷିଆ ନିଜ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ବିଜେପି ଦଳ ତରଫରୁ ହୋଇଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଳଙ୍କୃତ କରିସାରିଛନ୍ତି ।
ଭାରତର ବୈଦେଶିକ ନୀତି ପାଇଁ ଋଷ ୟୁକ୍ରେନ୍ ଯୁଦ୍ଧ ଏକ ଅଗ୍ନୀ ପରିକ୍ଷା ଥିଲା । ଗୋଟିଏ ପଟେପୁରୁଷା ବନ୍ଧୁ ଋଷ ଏବଂ ଅନ୍ୟପଟେ ବିଶ୍ୱର ଅଧିକାଂଶ ଦେଶ । ଏଭଳି ପରିସ୍ଥିତିରେ ଭାରତ ନିରପେକ୍ଷ ରହି ନିରାପତା ପରିଷଦରେ ଋଷ ବିରୋଧରେ ନିନ୍ଦା ପ୍ରସ୍ତାବ ସପକ୍ଷରେ ଭୋଟ୍ ନଦେଇ ଅନୁପସ୍ଥିତ ରହିଥିଲା । ଅପରନ୍ତୁ ଘୋର ଆର୍ଥିକ ଦୁର୍ଦ୍ଦିନରେ ପଡିଥିବା ଋଷ ସହିତ ବନ୍ଧୁତ୍ୱର ଧର୍ମ ନିଭାଇ ତୈଳ,ଗ୍ୟାସ, ରାସୟନିକ ସାର, କୋଇଲା ଇତ୍ୟାଦି ଆମଦାନୀ କରିବା ଫଳରେ ଋଷର ଅର୍ଥନୀତି ରସାତଳଗାମୀ ନହୋଇ ରକ୍ଷା ପାଇଗଲା । ଖାଲି ସେତିକି ନୁହେଁ ଏହି ଯୁଦ୍ଧ ସମୟରେ ଆମେରିକା, ଋଷ ସହିତ ବାଣିଜ୍ୟକୁ ନିଜ ସହ ଶତ୍ରୁତା ଭଳି ଚିନ୍ତା କରୁଥିଲେ ମଧ୍ୟ ଭାରତ ସହ ସେପରି କିଛି ନକରି କ୍ୱାର୍ଡରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଥିଲା । ସବୁଠାରୁ ବଡ କଥା ହେଲା ଏହି ଯୁଦ୍ଧ ସମୟରେ ଭାରତ ଋଷ ଠାରୁ ଏସ୪୦୦ କ୍ଷେପଣାସ୍ତ୍ର ବିଧ୍ୱଂସୀ ଯୁଦ୍ଧାସ୍ତ୍ରକୁ କ୍ରୟ କରିଥିଲା । ଋଷ ସହିତ ଅସ୍ତ୍ରଶସ୍ତ୍ର କ୍ରୟ କଲେ ଅନ୍ୟ ଦେଶ ପାଇଁ ‘କାଟସା’ କଟକଣା ଲାଗୁ ହେଉଥିଲେ ମଧ୍ୟ ଭାରତ ପାଇଁ ଆମେରିକାର ସଂସଦରେ ଏକ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯାଇ ଭାରତକୁ ‘କାଟସା’ରୁ ଦୂରରେ ରଖାଗଲା । ଋଷ ଭାରତକୁ ୭୮ ଡଲାରରେ ତେଲ ବିକିବାରୁ ଆମେରିକା ତଥା ୟୁରୋପୀୟ ଦେଶ ଋଷରୁ ଭାରତର ତେଲଆମଦାନୀକୁ ତୀବ୍ର ସମାଲୋଚନା କଲେ । ସେତେବେଳେ ଅତି ଦୃଢ ଭାବେ ଯବାବ ଦେଇ କହିଥିଲାଯେ, ମୋ ଦେଶବାସୀଙ୍କୁ ଯେଉଁଠୁ ଶସ୍ତାରେ ତେଲ ମିଳିବୁ ଆମେ ସେଇଠୁ ତେଲ କିଣିବୁ । ଏହାକୁ ନେଇଭାରତକୁ ଉପଦେଶ ଦେବାର ଅଧିକାରୀ କାହାର ନାହିଁ । ଖାଲି ଏତିକି ନୁହେଁ ଭାରତକୁ ରୋକିବା ପାଇଁ ଜି-୭ର ଦେଶଗୁଡିକ ଋଷ ତେଲ ଉପରେ ଏକ ପ୍ରାଇସ୍ କ୍ୟାପ ଲଗାଇଲେ । ଏହି ଧମକକୁ ବେଖାତିର କରି ଭାରତ-ଋଷ ନିଜର ତୈଳ କାରବାର ଜାରି ରଖିଲେ । ପରିସ୍ଥିତି ଏପରି ହୋଇଛି ଯେ, ଭାରତକୁ ଅସୁବିଧାରେ ପାକାଉଥିବା ଦେଶମାନେ ନିଜେ ଏବେ ତୈଳ ସଂକଟରେ ପଡିଯାଇଛନ୍ତି । ସବୁଠୁ ମଜାର କଥା ହେଲା ଏଥିରୁ ରକ୍ଷା ପାଇବା ପାଇଁ ଏମାନେ ପୁଣି ଭାରତର ଶରଣକୁ ଆସିଛନ୍ତି ଫଳରେ ଭାରତ ପ୍ରାୟ ୩୫ ହଜାର କୋଟିର ସଂଚୟ କରିପାରିଛି । ଆମ ଦେଶରେ ମଧ୍ୟ ଡିଜେଲ, ପେଟ୍ରୋଲ ଇତ୍ୟାଦିର ଦାମ ସ୍ଥିର ରହିବା ସହ ଭାରତ ଏବେ ବିଶ୍ୱର ନଂ୧ ଦୃତ ବିକାଶଶୀଳ ଅର୍ଥନୀତିରେ ପରିଣତ ହୋଇଛି । ବାସ୍ତବ କଥା ହେଲା ସ୍ୱାଧୀନତା ପରଠାରୁ ଭାରତର ବୈଦେଶିକ ନୀତି ବର୍ତମାନ ଭଳି ସ୍ପଷ୍ଟ ଓ ସୁଦୃଢ କେବେ ନଥିଲା । ତେଣୁ ଅପ୍ରିୟ ହେଲେ ବି ପାଶ୍ଚାତ୍ୟ ଜଗତ ଭାରତ ପ୍ରତି ଆହୁରି ଅଧିକ ସମ୍ମାନ ଜଣାଉଛି ।

Leave a Reply