Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନୁଶାସନ ମାଧ୍ୟମରେ ଆରଏସ୍ଏସ୍ ଦେଶକୁ ଆଗକୁ ନେଇପାରିବ' - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନୁଶାସନ ମାଧ୍ୟମରେ ଆରଏସ୍ଏସ୍ ଦେଶକୁ ଆଗକୁ ନେଇପାରିବ’

ଅନୁଶାସନ ମାଧ୍ୟମରେ ଆରଏସ୍ଏସ୍ ଦେଶକୁ ଆଗକୁ ନେଇପାରିବ’
କଟକ: କଟକରେ ଆର ଏସ ଏସର ଶାଖାକୁମ୍ଭ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷରେ ସଂଘ କାର୍ଯ୍ୟ ର ବିସ୍ତାର ଦୃଷ୍ଟିରୁ କଟକନଗରରେ ଚାଲୁଥିବା ଶାଖାଗୁଡିକ଼ ୁ ନେଇ କଟକ ବାଲିଯାତ୍ରା ପଡ଼ିଆରେ ଏକ ଶାଖାକୁମ୍ବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଟକନଗରର ୬୭ ବସତିରୁ ୮୦ଟି ଶାଖା ଯୋଗଦେଇଥିଲେ । ଏଥିରେ ଏକ ହଜାରରୁ ଉର୍ଦ୍ଧ ସ୍ୱୟଂସେବକ ଏକତ୍ରିତ ହୋଇ ଏକ ଘଣ୍ଟା ଶାଖା କାର୍ଯ୍ୟର ପ୍ରଦର୍ଶନ କରି ଥିଲେ । ଏହି ଶାଖାଗୁଡ଼ିକରେ ସମାଜର ବିଭିନ୍ନ ବର୍ଗର ଯଥା ହାଇସ୍କୁଲ ବିଦ୍ୟାର୍ଥୀ, ମହାବିଦ୍ୟାଳୟ ବିଦ୍ୟାର୍ଥୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଓକିଲ, ଶ୍ରମିକ, ବ୍ୟବସାୟୀ ଆଦି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ୧୨ବର୍ଷରୁ ଆରମ୍ଭ କରି ୭୫ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱୟଂସେବକମାନେ ଭାଗ ନେଇଥିଲେ । ମୁଖ୍ୟଅତିଥି ଭାବରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଅବସର ପ୍ରାପ୍ତ ପ୍ରଫେସର ଡା: ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ ସଂଘର ସ୍ୱୟଂସେବକମାନଙ୍କର ନିସ୍ୱାର୍ଥପର ସମାଜସେବା କାର୍ଯ୍ୟର ପ୍ରଶଂସା କରିବା ସହିତ ସଂଘ ହିଁ ସମାଜରେ ସଂସ୍କାର, ଶୃଙ୍ଖଳା ଓ ଅନୁଶାସନ ନିର୍ମାଣ କରି ଏଦେଶକୁ ଆଗକୁ ନେଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ସାହୁ ଯୋଗଦେଇ କହିଥିଲେ ୧୯୨୫ ମସିହାରେ ଡାକ୍ତର କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ବୃହତ୍ତମ ସାମାଜିକ ସାଂସ୍କୃତିକ ଆନ୍ଦୋଳନ ରୂପେ ଦୀର୍ଘ ୯୯ବର୍ଷଧରି କାର୍ଯ୍ୟକରି ଗତ ବିଜୟା ଦଶମୀ ଠାରୁ ଶହେବର୍ଷରେ ପଦାର୍ପଣ କରିଛି ଏବଂ ଶତାବ୍ଦୀ ଅବସରରେ ସଂଘ ସମାଜବ୍ୟାପୀ ବିସ୍ତାରଲାଭ କରିବ ା ଏବଂ ସମାଜ ପରିବର୍ତ୍ତନ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଛି । ଏହାର ୧୧ବର୍ଷ ପରେ୨୦୩୬ରେ ଭାଷା ଭିତ୍ତିକ ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବ ଓଡ଼ିଶା । ପରବର୍ତ୍ତି ୧୧ବର୍ଷ ପରେ୨୦୪୭ରେ ସ୍ୱାଧୀନତାର ଶତାବ୍ଦୀ ବର୍ଷ ପାଳନ ହେବ । ଏହି ଅମୃତକାଳରେ ବିକଶିତ ଓଡ଼ିଶା, ବିକଶିତ ଭାରତ ନିର୍ମାଣ ଦ୍ୱାରା ସଶକ୍ତ ଭାରତ, ସମର୍ଥ ଭାରତ, ବିଶ୍ୱରେ ଶାନ୍ତି ପାଇଁ ସଂଘର ସ୍ୱୟଂସେବକ ଅଧିକ ସମୟ ଦେଇ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଆମାମାନଙ୍କର ପୁରୁଷାର୍ଥ ଆଧାରରେ ଭାରତ ବିଶ୍ୱଗୁରୁ ହେବ ।

ଏହି କାର୍ଯ୍ୟକ୍ରମରେ କଟକ ବିଭାଗର ବିଭାଗ ସଂଘଚାଳକ ଶ୍ରୀଯୁକ୍ତ ଗୌତମ ମହାରଣା, ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ ବିପିନ ବିହାରୀ ରାଉତ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନଗର ସଂଘଚାଳକ ଶ୍ରୀଯୁକ୍ତ ଅରୁଣ କୁମାର ପତି ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନଗର କାର୍ଯ୍ୟବାହ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ସହନଗର କାର୍ଯ୍ୟବାହ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ , ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ଚିତ୍ତରଂଜନ ମହାନ୍ତି ଏବଂ ବୌଦ୍ଧିକ ପ୍ରମୁଖ ଯଯାତି କେଶରୀ ରାଉତରାୟ ପରିଚାଳନା କରିଥିଲେ ।

Leave a Reply