କିଟ୍ ବିଶ୍ୱବିଦ୍ୟାଳୟ ଘଟଣାକୁ ନେଇ ରାଜନଗର ଏବିଭିପିର ବିକ୍ଷୋଭ


ରାଜନଗର: ଭୁବନେଶ୍ଵର ସ୍ଥିତ କିଟ୍ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ଓ ଏହି ଘଟଣାକୁ ନେଇ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ମାରି ବିଶ୍ବବିଦ୍ୟାଳୟ ପରିସରରୁ ବାହାର କରିଦିଆଯିବା ରୁ ସାରା ରାଜ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି )ବିକ୍ଷୋଭ ପ୍ରଦର୍ଶନ କରୁଛି ା ଏବିଭିପି ରାଜନଗର ବ୍ଲକ ନଗର ଶାଖା ପକ୍ଷରୁ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶପୁତ୍ତଳିକା ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାର ଉଚିତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ନଗର ସମ୍ପାଦକ ଶ୍ରୀକାନ୍ତ ଦାସ, ସହ ସମ୍ପାଦିକା ବନିତା ରାଉତ, ସଚ୍ଚିନନ୍ଦନ ପରିଡା, ଚନ୍ଦନ ସାହାଣୀ, କଲ୍ୟାଣୀ ବେହେରା, ମନୋଜ ମଲ୍ଲିକ, କାଜଲ ସାହାଣୀଙ୍କ ସହ ବିଦ୍ୟାର୍ଥୀ ପରିଷଦର ଅନେକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *