କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଏବିଭିପିର ବିକ୍ଷୋଭ


ବ୍ରହ୍ମପୁର: ଭୁବନେଶ୍ବର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟର ନେପାଳୀ ଛାତ୍ରୀ ଆତ୍ମହତ୍ଯା ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଘଟଣାକୁ ନେଇ ଛାତ୍ରମାନେ ବିରୋଧ କରିବାରୁ ସେମାନଙ୍କୁ ମାଡ଼ମାରି ବିଶ୍ଵବିଦ୍ୟାଳୟ ପରିସରରୁ ବାହାର କରିବା ସହ ରେଳଷ୍ଟେସନ୍‌ରେ ଛାଡ଼ିବା ଘଟଣାକୁ ବି ନିନ୍ଦା କରାଯାଇଛି । ଏହି ସମ୍ବେଦନଶୀଳ ଘଟଣାରେ ଏବିଭିପି ବିଦ୍ୟାର୍ଥୀଙ୍କ ସହ ରହିଛି ବୋଲି କୁହାଯାଇଛି। ଏହି ଘଟଣାକୁ ନେଇ ଆଜି ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଛି। ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ କିଟ୍ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କୁଶ ପୁତଳିକା ଦାହ କରାଯାଇଥିଲା ା ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଛାତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରାଯାଇଥିଲା । ବିକ୍ଷୋଭରେ ଏବିଭିପିର ରାଜ୍ୟ ସୋସିଆଲ ମିଡ଼ିଆ ସଂଯୋଜକ ସୁନୀଲ ଦୋରା, ବ୍ରହ୍ମପୁର ନଗର ବିସ୍ତାରକ ଅଧାର ରଞ୍ଜନ ସ୍ବାଇଁ, ପୂର୍ବତନ ରାଜ୍ୟ ସହସମ୍ପାଦକ ସ୍ବାଗତ ତ୍ରିପାଠୀ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ଗଣେଶ ନାୟକ,ସୀତାରାମ ବେହେରା, ନକାଳୁଚରଣ ସାହୁ, ଚିତ୍ତରଞ୍ଜନ ମହାନ୍ତି, ରାଜା କୁମାର୍, ପ୍ରସାଦ ବିଷୋୟୀ, ବାଇ ସେଠୀଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ଥିଲେ।


Leave a Reply

Your email address will not be published. Required fields are marked *