ଗଙ୍ଗା ଜଳରେ ସ୍ନାନ କଲେ ୯୦ ହଜାର କଏଦୀ


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ୭୫ଟି ଜେଲରେ ବନ୍ଦୀ ଥିବା ପ୍ରାୟ ୯୦ ହଜାର କଏଦୀ ସଙ୍ଗମରୁ ଅଣାଯାଇଥିବା ଗଙ୍ଗା ଜଳରେ ସ୍ନାନ କରିଥିବା ଜଣାପଡିଛି । ଫଳରେ ଜେଲରେ ଥାଇ ସୁଦ୍ଧା ସେମାନେ ମହାକୁମ୍ଭରେ ବୁଡ଼ ପକାଇବା ଭଳି ସୌଭାଗ୍ୟଲାଭ କରିଛନ୍ତି। ଲକ୍ଷ୍ନୌରେ ଏଥିପାଇଁ ଆୟୋଜିତ ଉତ୍ସବରେ ଯୋଗଦେଇ ଜେଲ୍ ମନ୍ତ୍ରୀ ଦାରା ସିଂହ ଚୌହ୍ବାନ କହିଛନ୍ତି ଯେ କଏଦୀଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା। କରିଛନ୍ତି । ସଙ୍ଗମରୁ ଟ୍ୟାଙ୍କରରେ ଅଣାଯାଇଥିବା ଜଳକୁ ପ୍ରତ୍ୟେକ ଜେଲକୁ ପଠାଯାଇଥିଲା । ସେଠାରେ ସାଧାରଣ ଜଳ ସହ ଗଙ୍ଗା ଜଳର ମିଶ୍ରଣ କରିବା ପରେ କଏଦୀଙ୍କୁ ସ୍ନାନ କରିବାର ସୁଯୋଗ ପ୍ରଦାନ କରାଯାଇଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜେଲରେ ଥିବା କଏଦୀମାନେ ଧର୍ମ ନିର୍ବିଶେଷରେ ଗଙ୍ଗା ଜଳରେ ସ୍ନାନ କରିବାକୁ କୁଣ୍ଠାବୋଧ କରିନାହାନ୍ତି ।

Leave a Reply

Your email address will not be published. Required fields are marked *