ଜଂଗଲରୁ ମାଓ ସାମଗ୍ରୀ ଜବତ

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଜିଲ୍ଲା ପୁଲିସ, ୧୩୧ ସିଆରପିଏଫ ବାଟାଲିୟନର ଯବାନ ଏବଂ ୨୦୩ କୋବ୍ରା ବାଟାଲିୟନର ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଂଗଲରୁ ମାଓ ସାମଗ୍ରୀ ଜବତ କରିଛନ୍ତି।

ନକ୍ସଲ ଦମନ ଅଭିଯାନରେ ଯବାନ ଲଗାତାର ସର୍ଚ୍ଚ ଅପରେସନ ଏବଂ କୁମ୍ବିଂ କରୁଥିବା ବେଳେ ସୁକମା ଜିଲ୍ଲାର ଗୁଣ୍ଡରାଜଗୁଡୁମ ଏବଂ ବେଦାଚାନ୍ଦା ମଧ୍ୟରେ ଥିବା ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ଟିନ୍ଚହାଦୁ ନଦୀ ନିକଟରେ ନକ୍ସଲ ବନ୍ଧୁକ ସହ ମାଓ ପୁସ୍ତକ ତଥା ଅନ୍ୟ ସାମଗ୍ରୀ ଲୁଚାଇ ରଖିଥିଲେ। ଯବାନ ଏହା ଜାଣିବା ପରେ ତୁରନ୍ତ ସେହି ଅଂଚଳକୁ ନିଜ କବଜାକୁ ନେବା ସହ ମାଓ ସାମଗ୍ରୀଗୁଡିକକୁ ଜବତ କରିଥିଲେ।

ନକ୍ସଲ ବ୍ୟାନର, ନକ୍ସଲ ପୋଷାକ ସହ ବହୁ ଡାଏରୀ ମଧ୍ୟ ରହିଥିଲା। ଯେଉଁ ଡାଏରିରେ ନକ୍ସଲ ବହୁ ଗୋପନ ତଥ୍ୟ ଲୁଚାଇ ରଖିଥାଇପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଏବେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ପ୍ରୟାସ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *