Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଗଣତନ୍ତ୍ର ଉପରେ କଂଗ୍ରେସ ଆକ୍ରମଣର ୫୦ ବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗଣତନ୍ତ୍ର ଉପରେ କଂଗ୍ରେସ ଆକ୍ରମଣର ୫୦ ବର୍ଷ

ଟକିଂ ପଏଁଟସ: ଗଣତନ୍ତ୍ର ଉପରେ କଂଗ୍ରେସ ଆକ୍ରମଣର ୫୦ ବର୍ଷ
ପରିଚୟ:

୧୯୭୫ ଜୁନ୍ ୨୫ ମଧ୍ୟରାତ୍ରିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଆଭ୍ୟନ୍ତରୀଣ ଅଶାନ୍ତି’ ବାହାନାରେ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏହି ନିଷ୍ପତ୍ତି କୌଣସି ଯୁଦ୍ଧ କିମ୍ବା ବିଦ୍ରୋହ ଯୋଗୁଁ ନୁହେଁ, ବରଂ କ୍ଷମତା ବଞ୍ଚାଇବା ଏବଂ ତାଙ୍କ ନିର୍ବାଚନକୁ ବାତିଲ କରିବା ପାଇଁ ହତାଶ ହୋଇ ନିଆଯାଇଥିଲା। କଂଗ୍ରେସ ପାର୍ଟି ଏହି କଳା ଅଧ୍ୟାୟରେ କେବଳ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ଦଳି ଦେଇଥିଲା ତାନୁହେଁ ବରଂ ଗଣମାଧ୍ୟମର ସ୍ୱାଧୀନତା, ନ୍ୟାୟପାଳିକାର ନିରପେକ୍ଷତା ଏବଂ ନାଗରିକଙ୍କ ମୌଳିକ ଅଧିକାରକୁ ମଧ୍ୟ ଚୂର୍ଣ୍ଣ କରିଦେଇଥିଲା, ଏହା ସ୍ପଷ୍ଟ କରିଥିଲା ଯେ ଯେତେବେଳେ ସେମାନଙ୍କର କ୍ଷମତା ବିପଦରେ ପଡ଼ିଥାଏ ସେମାନେ ସମ୍ବିଧାନ ଏବଂ ଦେଶର ଆତ୍ମାକୁ ବାଜିରେ ଲଗାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜି ୫୦ ବର୍ଷ ପରେ ମଧ୍ୟ କଂଗ୍ରେସ ସେହି ମାନସିକତା ସହିତ କାମ କରୁଛି, କେବଳ ପଦ୍ଧତି ବଦଳିଛି, ଉଦ୍ଦେଶ୍ୟ ଏବେ ବି ପୂର୍ବଭଳି ଏକଛତ୍ରବାଦୀ।

୧୯୭୧ ମାର୍ଚ୍ଚରେ ବିପୁଳ ସଂଖ୍ୟାଗରିଷ୍ଠତା ସହିତ ଲୋକସଭା ନିର୍ବାଚନ ଜିତିବା ସତ୍ତ୍ୱେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ତାଙ୍କ ବିରୋଧୀ ପ୍ରାର୍ଥୀ ରାଜ ନାରାୟଣ ଦୁର୍ନୀତିଗ୍ରସ୍ତ ଆଚରଣ ଏବଂ ସରକାରୀ ଯନ୍ତ୍ରପାତିର ଅପବ୍ୟବହାର ଅଭିଯୋଗରେ ଆହ୍ଲାବାଦ ହାଇକୋର୍ଟରେ ନିର୍ବାଚନକୁ ଚ୍ୟାଲେଞ୍ଜ କରିଥିଲେ। ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଥିଲା, ଯାହା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିଲା। ଦେଶ ପୂର୍ବରୁ ଅର୍ଥନୈତିକ ସଙ୍କଟ, ମୁଦ୍ରାସ୍ଫୀତି ଏବଂ ଖାଦ୍ୟ ସଙ୍କଟ ସହିତ ସଂଘର୍ଷ କରୁଥିଲା। ବିହାର ଏବଂ ଗୁଜରାଟରେ ଛାତ୍ରମାନଙ୍କ ନେତୃତ୍ୱରେ ନବନିର୍ମାଣ ଆନ୍ଦୋଳନ ଦେଖାଦେଇଥିଲା। ୮ ମଇ ୧୯୭୪ରେ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ନେତୃତ୍ୱରେ ଐତିହାସିକ ରେଳ ଧର୍ମଘଟ ସମଗ୍ର ଦେଶକୁ କବଳିତ କରିଥିଲା। ଏହି ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଇନ୍ଦିରା ଗାନ୍ଧୀ ୧୯୭୪ରେ ଗୁଜରାଟରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ୧୯୭୫ରେ ଲାଗୁ ହୋଇଥିବା ସେହି ରାଷ୍ଟ୍ରପତି ଶାସନ ଜରୁରୀକାଳୀନ ପରିସ୍ଥିତିର ଅୟାରମ୍ଭ ଥିଲା।
ଏହା ସହିତ ବିହାରରେ କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଇବା ଆରମ୍ଭ କଲା ଏବଂ ୧୯୭୫ରେ ଅନୁଷ୍ଠିତ ଗୁଜୁରାଟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ୧୨ ଜୁନ୍ ୧୯୭୫ରେ କୋର୍ଟ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ୬ ବର୍ଷ ପାଇଁ କୌଣସି ନିର୍ବାଚିତ ପଦବୀରେ ରହିବା ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କଲେ। ଏହା ପରେ ରାଜନୈତିକ ଅସ୍ଥିରତା ଦ୍ରୁତ ଗତିରେ ବୃଦ୍ଧି ପାଇଲା, ଯାହା ଫଳରେ ଇନ୍ଦିରା ଗାନ୍ଧୀ ଭୟଭୀତ ହୋଇ ‘ଆଭ୍ୟନ୍ତରୀଣ ଅଶାନ୍ତି' ବୋଲି କହି ରାଷ୍ଟ୍ରପତିଙ୍କୁ ୨୫ ଜୁନ୍ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ବାଧ୍ୟ କଲେ। ରାତାରାତି ପ୍ରେସର ବିଦ୍ୟୁତ୍ ବନ୍ଦ କରିଦିଆଗଲା, ନେତାମାନଙ୍କୁ ଗିରଫ କରାଗଲା ଏବଂ ୨୬ ଜୁନ୍ ସକାଳେ ଦେଶକୁ ରେଡିଓ ମାଧ୍ୟମରେ ଏକଛତ୍ରବାଦ ବିଷୟରେ ସୂଚନା ଦିଆଯାଇଥିଲା। ସମ୍ବିଧାନର ଧାରା ୩୫୨ର ଅପବ୍ୟବହାର କରି ଗଣତନ୍ତ୍ରକୁ ପଦଦଳିତ କରାଯାଇଥିଲା, ସଂସଦ ଏବଂ ନ୍ୟାୟପାଳିକାକୁ ପଙ୍ଗୁ କରିଦିଆଯାଇଥିଲା। ଏହି ପ୍ରକ୍ରିୟା କୌଣସି ଯୁଦ୍ଧ କିମ୍ବା ବାହ୍ୟ ଆକ୍ରମଣରୁ ଆରମ୍ଭ ହୋଇନଥିଲା ବରଂ ଜଣେ ବ୍ୟକ୍ତି ତାଙ୍କ ଚୌକି ହରାଇବା ଭୟରେ ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦେଶକୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଇଥିଲା ।

ପଏଁଟ୍ସ:

୧. ୧୯୭୫ରେ ଜରୁରୀକାଳୀନ ଘୋଷଣା କୌଣସି ଜାତୀୟ ସଙ୍କଟର ଫଳାଫଳ ନଥିଲା, ବରଂ ଏହା କ୍ଷମତା ବଞ୍ଚାଇବା ପାଇଁ ଭୟଭୀତ ପ୍ରଧାନମନ୍ତ୍ରୀଙ୍କ ଏକ ରଣନୀତି ଥିଲା, ଯାହା ନ୍ୟାୟପାଳିକାର ଚ୍ୟାଲେଞ୍ଜରେ ହଇରାଣ ହେବା ପରେ ଲାଗୁ କରାଯାଇଥିଲା।

୨. ଇନ୍ଦିରା ଗାନ୍ଧୀ ‘ଆଭ୍ୟନ୍ତରୀଣ ଅଶାନ୍ତି’ ବାହାନାରେ ଧାରା ୩୫୨ର ଅପବ୍ୟବହାର କରିଥିଲେ, ଯେତେବେଳେ ସେତେବେଳେ କୌଣସି ଯୁଦ୍ଧ, ବିଦ୍ରୋହ ଏବଂ କୌଣସି ବାହ୍ୟ ଆକ୍ରମଣ ନଥିଲା, ଏହା କେବଳ ଇନ୍ଦିରାଙ୍କ ନିର୍ବାଚନୀ ସଦସ୍ୟତା ବାତିଲ କରିବା ଏବଂ ତାଙ୍କ ଚୌକି ବଞ୍ଚାଇବା ପାଇଁ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତିକୁ ନିରପେକ୍ଷ କରିବା ପାଇଁ ଏକ ଜିଦ୍ ଥିଲା।

୩. ଇନ୍ଦିରା ଗାନ୍ଧୀ ଯେଉଁ ସମ୍ବିଧାନର ଶପଥ ନେଇ ପ୍ରଧାନମନ୍ତ୍ରୀ ହୋଇଥିଲେ ସେହି ସମ୍ବିଧାନର ଆତ୍ମାକୁ ଚୂର୍ଣ୍ଣ କରି ସେ ଗୋଟିଏ ଝଟକାରେ ଗଣତନ୍ତ୍ରକୁ ଏକଛତ୍ରବାଦରେ ପରିଣତ କରିଥିଲେ ଏବଂ ନିର୍ବାଚନରେ ଦୋଷୀ ସାବ୍ୟସ୍ତ ହେବା ପରେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ପରିବର୍ତ୍ତେ ସେ ସମଗ୍ର ବ୍ୟବସ୍ଥାକୁ ଏକ କାଠ କଣ୍ଡେଇ କରି ରଖିବା ପାଇଁ ଷଡ଼ଯନ୍ତ୍ର କରିଥିଲେ।

୪. କଂଗ୍ରେସ ସରକାର କାର୍ଯ୍ୟପାଳିକା, ବିଧାୟିକା ଏବଂ ନ୍ୟାୟପାଳିକା ସମେତ ଗଣତନ୍ତ୍ରର ତିନୋଟି ସ୍ତମ୍ଭକୁ ବନ୍ଧକ କରି ସରକାରଙ୍କ ଆଗରେ ଆଣ୍ଠେଇବାକୁ ବାଧ୍ୟ କରିଥିଲା। ଗଣମାଧ୍ୟମର ସ୍ୱାଧୀନତା ଉପରେ ଏପରି ଆକ୍ରମଣ ହୋଇଥିଲା ଯେ ବଡ଼ ବଡ଼ ଖବରକାଗଜର ବିଦ୍ୟୁତ୍ କାଟ କରାଯାଇଥିଲା, ସେନ୍ସରସିପ୍ ଲାଗୁ କରାଯାଇଥିଲା ଏବଂ ସାମ୍ବାଦିକମାନଙ୍କୁ ଜେଲ୍‌ରେ ରଖାଯାଇଥିଲା।

୫. ଆଜି ମଧ୍ୟ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଏପରି ଯେ ବିରୋଧୀଙ୍କ ଦମନ, ଧାର୍ମିକ ତୁଷ୍ଟିକରଣ ଏବଂ କ୍ଷମତାର ଅହଂକାର ଖୋଲାଖୋଲି ଭାବରେ ଦୃଶ୍ୟମାନ ହେଉଛି। ଏସବୁ ଜରୁରୀକାଳୀନ ଚିନ୍ତାଧାରାର ଫଳାଫଳ।

୬. ‘ଇନ୍ଦିରା ହେଉଛନ୍ତି ଇଣ୍ଡିଆ ଏବଂ ଇଣ୍ଡିଆ ହେଉଛି ଇନ୍ଦିରା’ ଭଳି ସ୍ଲୋଗାନ କଂଗ୍ରେସର ମାନସିକତାକୁ ପ୍ରତିଫଳିତ କରୁଥିଲା ଯାହା ଅଧୀନରେ ଇନ୍ଦିରା ଗାନ୍ଧୀ ଦେଶକୁ ବ୍ୟକ୍ତି ପୂଜା ଏବଂ ପରିବାରବାଦର ପ୍ରୟୋଗଶାଳାରେ ପରିଣତ କରିଥିଲେ।
୭. ଜରୁରୀକାଳୀନ ପରିସ୍ଥିତି ସମୟରେ ଏକ ପରିବାରକୁ ସମ୍ବିଧାନଠାରୁ ଉପରେ ରଖିଥିବା କଂଗ୍ରେସ ଏବେ ବି ‘ରାହୁଲ-ପ୍ରିୟଙ୍କା’ ମଧ୍ୟରେ ସୀମିତ ଏବଂ କ୍ଷମତାର ଚାବି ଏବେ ବି ପରିବାରର ପକେଟରେ ରଖାଯାଇଛି। ବିରୋଧୀ ମେଣ୍ଟର ବୈଠକ ଆଜି ମଧ୍ୟ କଂଗ୍ରେସ ସଭାପତିଙ୍କ ଘରେ ଅନୁଷ୍ଠିତ ହୁଏ ଏବଂ ଏହା କହିବା ପାଇଁ ଯଥେଷ୍ଟ ଯେ ‘ବ୍ୟବସ୍ଥା’ ଏବେ ବି ପରିବାର ପ୍ରତି ସମର୍ପିତ।

୮. ନୀତି ସମ୍ପର୍କରେ ସଞ୍ଜୟ ଗାନ୍ଧୀଙ୍କ ନିଷ୍ପତ୍ତି ମଧ୍ୟ ଗଣତନ୍ତ୍ର ପ୍ରତି ଏକ ବଡ଼ ଆଘାତ ଥିଲା। ଜଣେ ବ୍ୟକ୍ତି ଯିଏ ନିର୍ବାଚିତ ହୋଇ ନଥିଲେ ଏବଂ କୌଣସି ସାମ୍ବିଧାନିକ ପଦବୀରେ ନଥିଲେ, ସେ ଦେଶର ନୀତି ସମ୍ପର୍କରେ ନିଷ୍ପତ୍ତି ନେବା ଆରମ୍ଭ କରିଥିଲେ, ଯାହା ଜରୁରୀକାଳୀନ ପରିସ୍ଥିତି ସମୟରେ କଂଗ୍ରେସର ଅଘୋଷିତ କ୍ଷମତାର ପ୍ରକୃତ କେନ୍ଦ୍ର ପାଲଟିଥିଲା।

୯. ମିସା ଭଳି କଳା ଆଇନ ମାଧ୍ୟମରେ ଇନ୍ଦିରା ଗାନ୍ଧୀ ଏକ ଲକ୍ଷରୁ ଅଧିକ ନାଗରିକଙ୍କୁ ବିନା କୌଣସି ବିଚାରରେ ବନ୍ଦୀ କରିଥିଲେ, ଯେଉଁଥିରେ ସମସ୍ତ ବରିଷ୍ଠ ବିରୋଧୀ ନେତା, ଶ୍ରୀ ଜୟପ୍ରକାଶ ନାରାୟଣ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀ ଲାଲକୃଷ୍ଣ ଆଡଭାନୀ, ଶ୍ରୀ ମୁରଲୀ ମନୋହର ଯୋଶୀ ଏବଂ ଶ୍ରୀ ରାଜନାଥ ସିଂହଙ୍କ ସମେତ ସାମ୍ବାଦିକମାନେ ସାମିଲ ଥିଲେ, କିନ୍ତୁ କଂଗ୍ରେସ ଶାସନ ଛାତ୍ରମାନଙ୍କୁ ମଧ୍ୟ ଜେଲରେ ସଢିବାକୁ ବାଧ୍ୟ କରିଥିଲା।

୧୦. ଜରୁରୀକାଳୀନ ପରିସ୍ଥିତିର ଏହି କଳା ଅଧ୍ୟାୟରେ କଂଗ୍ରେସ ନ୍ୟାୟପାଳିକା ଉପରେ କେବେ ନ ଶୁଖିଲା କ୍ଷତ ସୃଷ୍ଟି କରିଥିଲା। ଜଷ୍ଟିସ୍ ଏଚ୍‌.ଆର ଖାନ୍ନାଙ୍କ ଭଳି ଜଣେ ସଚ୍ଚୋଟ ବିଚାରପତିଙ୍କୁ ଇନ୍ଦିରା ଗାନ୍ଧୀ ତାଙ୍କର ବରିଷ୍ଠତା ସତ୍ତ୍ୱେ ମୁଖ୍ୟ ବିଚାରପତି କରିନଥିଲେ, କାରଣ ସେ ସରକାରଙ୍କ ବିରୁଦ୍ଧରେ ରାୟ ଦେଇଥିଲେ।

୧୧. ତାଙ୍କର କ୍ଷମତାକୁ ସୁରକ୍ଷିତ ରଖିବା ପାଇଁ ଇନ୍ଦିରା ଗାନ୍ଧୀ ସମ୍ବିଧାନର ୩୯ତମ ଏବଂ ୪୨ତମ ଭଳି ନିଷ୍ଠୁର ଏବଂ ଅଗଣତାନ୍ତ୍ରିକ ସଂଶୋଧନ କରିଥିଲେ, ଯାହା ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ଉଚ୍ଚ ପଦବୀଗୁଡ଼ିକୁ ନ୍ୟାୟିକ ସମୀକ୍ଷା ବାହାରେ ରଖାଯାଇଥିଲା, ଯାହା ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କୁ କୋର୍ଟକୁ ଟାଣି ନିଆଯାଇପାରିବ ନାହିଁ।
୧୨. ଏହା ବ୍ୟତୀତ ଇନ୍ଦିରା ଗାନ୍ଧୀଙ୍କ ସରକାର ୩୮ତମ ସଂଶୋଧନ ଅନୁଯାୟୀ ନ୍ୟାୟପାଳିକାର ଯାଞ୍ଚରୁ ଜରୁରୀକାଳୀନ ଘୋଷଣାକୁ ବାହାରେ ରଖିଥିଲେ। ଏହି ମନମୁଖୀ ସଂଶୋଧନ ମାଧ୍ୟମରେ ଇନ୍ଦିରା ଗାନ୍ଧୀ ସିଧାସଳଖ ଏକଛତ୍ରବାଦ ପାଇଁ ପଥ ଖୋଲି ଦେଇଥିଲେ।

୧୩. ଏଡି.ଏମ୍ ଜବଲପୁର ବନାମ ଶିବକାନ୍ତ ଶୁକ୍ଲା ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ସମୟରେ କଂଗ୍ରେସ ସରକାର ସ୍ପଷ୍ଟ ଭାବରେ କହିଥିଲେ ଯେ ଜରୁରୀକାଳୀନ ପରିସ୍ଥିତିରେ ଯଦି ଜଣେ ନାଗରିକଙ୍କୁ ଗୁଳି କରାଯାଏ ତେବେ ମଧ୍ୟ ତାଙ୍କର ଅଦାଲତକୁ ଯିବାର ଅଧିକାର ନାହିଁ। ଏହା କଂଗ୍ରେସର ସମ୍ବିଧାନ ପ୍ରତି ସମ୍ମାନ ଥିଲା ଏବଂ ସେହି କଂଗ୍ରେସ ଆଜି ସମ୍ବିଧାନର ଦ୍ୱାହି ଦେଇ ଚାଲିଛି।
୧୪. ଏହି ମାମଲାରେ ଜଷ୍ଟିସ୍ ଏଚ୍‌.ଆର ଖାନ୍ନା ଏକମାତ୍ର ବିଚାରପତି ଥିଲେ ଯିଏ ସରକାରଙ୍କ ବିରୁଦ୍ଧରେ ନିଷ୍ପତ୍ତି ଦେଇଥିଲେ ଏବଂ ଏହି କାରଣରୁ ଇନ୍ଦିରା ଗାନ୍ଧୀ ତାଙ୍କୁ ଦଣ୍ଡ ସ୍ୱରୂପ ମୁଖ୍ୟ ବିଚାରପତି ହେବାକୁ ଦେଇ ନଥିଲେ।

୧୫. ଗରିବଙ୍କ ନିମନ୍ତେ ସାମାଜିକ ନ୍ୟାୟ ପାଇଁ ଲଢ଼ିବାର ଅଭିନୟ କରୁଥିବା ରାହୁଲ ଗାନ୍ଧୀ କିପରି ଭୁଲିପାରିବେ ଯେ ତାଙ୍କ ଜେଜେମା ଇନ୍ଦିରା ଦିଲ୍ଲୀର ତୁର୍କମାନ ଗେଟରେ ନିଜ ଘର ବଞ୍ଚାଇବା ପାଇଁ ନିବେଦନ କରୁଥିବା ଗରିବ ଲୋକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହିପରି ଭାବରେ କଂଗ୍ରେସ ଗରିବୀ ହଟାଓର ନାରା ପୂରଣ କରୁଥିଲା।

୧୬. ଜରୁରୀକାଳୀନ ପରିସ୍ଥିତିର ତଦନ୍ତ ପାଇଁ ଗଠିତ ଶାହ କମିଶନ ୬ ଅଗଷ୍ଟ ୧୯୭୮ରେ ତାଙ୍କର ଚୂଡ଼ାନ୍ତ ରିପୋର୍ଟରେ ସ୍ପଷ୍ଟ ଭାବରେ ଲେଖିଥିଲେ ଯେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାର କୌଣସି ସାମ୍ବିଧାନିକ ଯଥାର୍ଥତା ନାହିଁ ଏବଂ ଏହା କେବଳ ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିଗତ ରାଜନୈତିକ ଷଡ଼ଯନ୍ତ୍ର ଥିଲା। ୧୯୮୦ରେ ପୁଣି ଥରେ କଂଗ୍ରେସ ସରକାର ଗଠନ ହେବା ପରେ, ଇନ୍ଦିରା ଗାନ୍ଧୀ ଏହି କମିଶନର ରିପୋର୍ଟକୁ ନଷ୍ଟ କରିଦେଇଥିଲେ।

୧୭. କଂଗ୍ରେସ ସରକାର ଭାରତୀୟ ପ୍ରେସ୍ ପରିଷଦକୁ ମଧ୍ୟ ଭାଙ୍ଗି ଦେଇଥିଲେ, ଯାହା ଫଳରେ କୌଣସି ସଂସ୍ଥା ସେମାନଙ୍କର ସେନ୍ସରସିପ୍ ଏବଂ ଗଣମାଧ୍ୟମ ଉପରେ ଆକ୍ରମଣକୁ ସମାଲୋଚନା କରିପାରିବ ନାହିଁ। ଥରେ ପ୍ରେସ୍ ଉପରେ ସେନ୍ସରସିପ୍ ଲାଗୁ କରୁଥିବା କଂଗ୍ରେସ ଆଜି ଡିଜିଟାଲ୍ ପ୍ଲାଟଫର୍ମରେ ମିଥ୍ୟା ଖବର ପ୍ରସାରଣ କରୁଥିବା ଏବଂ ଆଦର୍ଶ ବିରୋଧୀଙ୍କ ସ୍ୱରକୁ ଦମନ କରିବା ପାଇଁ ମାମଲା ଦାୟର କରୁଥିବା ଲୋକଙ୍କୁ ଖୋଲାଖୋଲି ଭାବରେ ସୁରକ୍ଷା ଦେଉଛି।

୧୮. କଂଗ୍ରେସ ନିଶ୍ଚିତ କରିଥିଲାଯେ ଯେଉଁ ଅଧିକାରୀ କିମ୍ବା ବିଚାରପତି ସେମାନଙ୍କ ନିର୍ଦ୍ଦେଶ ପାଳନ କରିନଥିଲେ ସେମାନଙ୍କୁ ହଟାଇ ଦିଆଯାଇଥିଲା କିମ୍ବା ବଦଳି କରାଯାଇଥିଲା।

୧୯. କଂଗ୍ରେସ କେବଳ ନିଜର କ୍ଷମତା ବଞ୍ଚାଇବା ପାଇଁ ନୁହେଁ ବରଂ ନିଜର ଆଦର୍ଶଗତ ଏଜେଣ୍ଡା ଲାଗୁ କରିବା ପାଇଁ ସମ୍ବିଧାନ ସହିତ ହେରଫେର କରିଥିଲା। ସଂଶୋଧନ ଦ୍ୱାରା ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଭଳି ଶବ୍ଦ ସମ୍ବିଧାନରେ ଯୋଡା ଯାଇଥିଲା ଯାହା ଦ୍ୱାରା କଂଗ୍ରେସ ରାଷ୍ଟ୍ର ଉପରେ ନିଜର ଆଦର୍ଶଗତ ଏଜେଣ୍ଡା ଲାଗୁ କରିପାରିବ। ଏହି ସଂଶୋଧନ ଜରୁରୀକାଳୀନ ଅବଧିକୁ ବୃଦ୍ଧି କରିଥିଲା ଏବଂ ସଂସଦର ପୂର୍ବ ଅନୁମୋଦନ ବିନା ମଧ୍ୟ ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ଘୋଷଣା କରିବାର ଅଧିକାର ଦେଇଥିଲା।

୨୦. ଇନ୍ଦିରା ଗାନ୍ଧୀ କ୍ୟାବିନେଟର ସାମୂହିକ ଦାୟିତ୍ୱର ପରମ୍ପରାକୁ ଭାଙ୍ଗି ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସମସ୍ତ ନିଷ୍ପତ୍ତି ନେବା ଆରମ୍ଭ କରିଥିଲେ। ମନ୍ତ୍ରୀମାନଙ୍କୁ କେବଳ ‘ହଁ’ କହିବା ପାଇଁ କ୍ୟାବିନେଟ ବୈଠକରେ ଡକାଯାଉଥିଲା, ସେମାନଙ୍କର ଭୂମିକା କେବଳ ରବର ଷ୍ଟାମ୍ପ ପର୍ଯ୍ୟନ୍ତ ସୀମିତ ଥିଲା।

୨୧. କଂଗ୍ରେସ ଶାସନରେ ଗଣତନ୍ତ୍ର ଏପରି ଅଧୋଗତି ହୋଇଗଲା ଯେ ଜେଲରେ ବନ୍ଦୀ ଥିବା ଲୋକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ମଧ୍ୟ ଅନୁମତି ଦିଆଗଲା ନାହିଁ ଏବଂ ଏହି ଲୋକଙ୍କ ମଧ୍ୟରେ ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ମଧ୍ୟ ଥିଲେ। ସେ ନିଜେ ପ୍ରକାଶ କରିଛନ୍ତି ଯେ ତାଙ୍କୁ ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଅନୁମତି ଦିଆଗଲା ନାହିଁ।

୨୨. ଜେଲରେ ବିରୋଧୀମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଇଥିଲା, କେତେକଙ୍କୁ ଔଷଧ ଦିଆଯାଇ ନଥିଲା, କେତେକଙ୍କୁ ପଙ୍ଖା ବିନା ଗରମରେ ବନ୍ଦୀ ରଖାଯାଇଥିଲା। ମହିଳା ବନ୍ଦୀମାନଙ୍କୁ ମଧ୍ୟ ଅମାନବୀୟ ବ୍ୟବହାର କରାଯାଉଥିଲା, ସେମାନଙ୍କୁ ନା ଉପଯୁକ୍ତ ଚିକିତ୍ସା ଦିଆଯାଇଥିଲା ନା ସେମାନଙ୍କୁ ସମ୍ମାନର ସହିତ ବ୍ୟବହାର କରାଯାଇଥିଲା।

୨୩. ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଜନସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ଅନ୍ୟାନ୍ୟ ଅନେକ ସଂଗଠନକୁ ନିଷିଦ୍ଧ କରି କଂଗ୍ରେସ ସରକାର ପ୍ରମାଣିତ କଲା ଯେ ଏହା କୌଣସି ବିରୋଧୀ ସ୍ୱରକୁ ସହ୍ୟ କରିପାରିବ ନାହିଁ। ଜନସଂଘ ଏବଂ ଆରଏସ୍‌ଏସ୍ ଭୂମିଗତ ହୋଇ ସତ୍ୟାଗ୍ରହ, ପୁସ୍ତିକା ବଣ୍ଟନ ଏବଂ ଦେଶବ୍ୟାପୀ ସୂଚନା ପ୍ରସାରଣ ମାଧ୍ୟମରେ କଂଗ୍ରେସର ଏକଛତ୍ରବାଦ ବିରୋଧରେ ଜନତାଙ୍କୁ ଜାଗ୍ରତ କରାଇଥିଲେ ।

୨୪. ବାବା ସାହେବ ଆମ୍ବେଦକର ଲୋକଙ୍କୁ ଅଧିକାର ଦେବା ପାଇଁ ଯେଉଁ ସମ୍ବିଧାନ ତିଆରି କରିଥିଲେ, କଂଗ୍ରେସ ଏହାକୁ ଲୋକଙ୍କ ଅଧିକାର ଛଡ଼ାଇ ନେବା ପାଇଁ ଏକ ଅସ୍ତ୍ର ଭାବରେ ବ୍ୟବହାର କରିଥିଲା। ୨୧ ମାସର ଜରୁରୀକାଳୀନ ପରିସ୍ଥିତିରେ କଂଗ୍ରେସ ପ୍ରତ୍ୟେକ ସମାଲୋଚକ, ପ୍ରତ୍ୟେକ ଭିନ୍ନମତ ଏବଂ ପ୍ରତ୍ୟେକ ବିରୋଧୀ ଚିନ୍ତାଧାରାକୁ ‘ଦେଶଦ୍ରୋହ’ ବୋଲି ଆଖ୍ୟା ଦେଇ ଚୂର୍ଣ୍ଣ କରିଥିଲା।

୨୫. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ସେତେବେଳେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଥିଲେ ଏବଂ ତାଙ୍କ ପରି ଲକ୍ଷ ଲକ୍ଷ ସମର୍ପିତ ସ୍ୱୟଂସେବକ ରାତାରାତି ଟ୍ରେନରେ ପ୍ରଚାରପତ୍ର ବାଣ୍ଟିଥିଲେ, ପ୍ରତ୍ୟେକ ଗାଁ ଏବଂ ଗଳିରେ କଂଗ୍ରେସର ସତ୍ୟକୁ ପହଁଚାଇ ଥିଲେ। କଂଗ୍ରେସର ଏକଛତ୍ରବାଦର ବିରୋଧ କେବଳ ରାଜନୈତିକ ନଥିଲା, ଏହା ଭାରତର ଆତ୍ମାକୁ ରକ୍ଷା କରିବା ପାଇଁ ଏକ ଆନ୍ଦୋଳନ ଥିଲା ଯେଉଁଥିରେ ରାଷ୍ଟ୍ରବାଦୀମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।

୨୬. କଂଗ୍ରେସ ଗଣତନ୍ତ୍ର ସହିତ ଏତେ ବଡ଼ ବିଶ୍ୱାସଘାତକତା କରିଥିଲା କିନ୍ତୁ ଆଜି ମଧ୍ୟ ଏହା ନିଜ କାର୍ଯ୍ୟ ପାଇଁ କ୍ଷମା ମାଗୁନାହିଁ କିମ୍ବା ଦୁଃଖ ପ୍ରକାଶ କରୁନାହିଁ। ଆଜି ‘ସମ୍ବିଧାନ ବଞ୍ଚାଅ’ର ନାରା ଦେଉଥିବା କଂଗ୍ରେସ ହେଉଛି ସେହି ଦଳ ଯିଏ ପ୍ରଥମେ ଏବଂ ସବୁଠାରୁ ଗଭୀର ଭାବରେ ସମ୍ବିଧାନକୁ ଦଳି ଚକଟି ଦେଇଥିଲା।

୨୭. ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦର ସବୁଠାରୁ ଭୟଙ୍କର ଚେହେରା ଥିଲା ଯେ ତାଙ୍କ ପୁଅ ମାଧ୍ୟମରେ ସେ କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ବଂଶବାଦର କବଳରେ ବନ୍ଦୀ କରି ରଖିଥିଲେ ଏବଂ କ୍ଷମତା ଲୋଭରେ କଂଗ୍ରେସ ଲୋକସଭାର କାର୍ଯ୍ୟକାଳ ୫ ବର୍ଷରୁ ୬ ବର୍ଷକୁ ବୃଦ୍ଧି କରିଥିଲା, ଯାହା ଦ୍ୱାରା ଜନସାଧାରଣ ଭୋଟ ଦେବାର ସୁଯୋଗ ପାଇପାରିବେ ନାହିଁ।

୨୮. ଜରୁରୀକାଳୀନ ପରିସ୍ଥିତି ଗାନ୍ଧୀ ପରିବାରର ଚିନ୍ତାଧାରାର ପ୍ରତିଫଳନ ଥିଲା, ଯେଉଁଥିରେ ଏହା ସ୍ପଷ୍ଟ ହୋଇଗଲା ଯେ ସେମାନଙ୍କ ପାଇଁ ଦଳ ଏବଂ କ୍ଷମତା ପରିବାର ପାଇଁ, ଦେଶ ଏବଂ ସମ୍ବିଧାନ ପାଇଁ ନୁହେଁ। ସ୍ୱାଧୀନତା ପରେ ଦେଶରେ ଏହା ପ୍ରଥମ ଥର ହୋଇଥିଲା ଯେତେବେଳେ ସରକାର ଦେଶର ଶତ୍ରୁକୁ ନୁହେଁ ନିଜ ଲୋକଙ୍କୁ ବନ୍ଦୀ କରିଥିଲେ।

୨୯. ଆଜି କଂଗ୍ରେସର ଚେହେରା ବଦଳି ଯାଇଛି କିନ୍ତୁ ଏକଛତ୍ରବାଦୀ ମନୋଭାବ ଏବଂ କ୍ଷମତା ପାଇଁ ଲୋଭ ପୂର୍ବପରି ରହିଛି। ୫୦ ବର୍ଷ ପରେ ଆଜି ଜରୁରୀକାଳୀନ ପରିସ୍ଥିତିକୁ ମନେ ରଖିବା ଗୁରୁତ୍ୱପୂର୍ଣ୍ଣ କାରଣ ଏହା କେବଳ ଇତିହାସର ଏକ ଘଟଣା ନୁହେଁ ବରଂ କଂଗ୍ରେସର ମାନସିକତାର ପ୍ରମାଣ ମଧ୍ୟ।

୩୦. ଆଜିର କଂଗ୍ରେସ ନେତୃତ୍ୱ ମଧ୍ୟରେ ଇନ୍ଦିରା ଗାନ୍ଧୀଙ୍କ ସମାନ ଏକଛତ୍ରବାଦୀ ମାନସିକତା ଦୃଶ୍ୟମାନ। ଆଜି ମଧ୍ୟ କଂଗ୍ରେସ ଶାସିତ ରାଜ୍ୟଗୁଡ଼ିକରେ ସାମ୍ବାଦିକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଏ, ସୋସିଆଲ ମିଡିଆ ପୋଷ୍ଟ ପାଇଁ ଗିରଫ କରାଯାଏ ଏବଂ କର୍ମୀମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

୩୧. ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆନୁଷ୍ଠାନିକ ଭାବରେ ବର୍ଜନ କରାଯାଇଥିବା ସାମ୍ବାଦିକମାନଙ୍କର ଏକ ତାଲିକା ପ୍ରକାଶ କରିଥିଲା । କଂଗ୍ରେସ ମୁଖପାତ୍ରମାନଙ୍କୁ ସେମାନଙ୍କ ବିତର୍କରେ ଯୋଗଦେବାରୁ ନିଷେଧ କରାଯାଇଥିଲା। ଗୋଟିଏ ପଟେ ସେମାନେ ତାଙ୍କ ଶାସନ ସମୟରେ ସାମ୍ବାଦିକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରନ୍ତି, ଅନ୍ୟପଟେ ବିରୋଧୀ ଦଳରେ ଥିବାବେଳେ ସେମାନେ ସେମାନଙ୍କୁ ବର୍ଜନ କରନ୍ତି।

୩୨. ସାମାଜିକ ଗଣମାଧ୍ୟମରେ ସରକାରଙ୍କ ବିରୁଦ୍ଧରେ ପ୍ରଚାର ପ୍ରସାର କରିବା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଦେଶର ପ୍ରତିଛବିକୁ ଖରାପ କରିବା କଂଗ୍ରେସର ନୂତନ ‘ଡିଜିଟାଲ ଜରୁରୀକାଳୀନ’ ରଣନୀତି ପାଲଟିଛି। ଯେତେବେଳେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗତି କରୁଛି କଂଗ୍ରେସ ସରକାରଙ୍କ ପ୍ରତ୍ୟେକ ସଫଳତାକୁ ଅସ୍ୱୀକାର କରିବାରେ ନିୟୋଜିତ, ଏହା ସେହି ନକାରାତ୍ମକ ମାନସିକତା ଯାହା ୧୯୭୫ ମସିହାରେ ଦେଶକୁ ପଛକୁ ଟାଣି ନେଇଥିଲା।

୩୩. ଦେଶର ସୁରକ୍ଷା, ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ବୈଦେଶିକ ନୀତି ଉପରେ କଂଗ୍ରେସ ଯେଉଁଭଳି ଭାବରେ ସେନାକୁ ପ୍ରଶ୍ନ କରେ ତାହା କେବଳ ରାଜନୈତିକ ସୁଯୋଗବାଦ ନୁହେଁ, ବରଂ ଜାତୀୟ ସ୍ୱାର୍ଥ ବିରୁଦ୍ଧରେ ଏକ ଅଯୌକ୍ତିକ ପ୍ରତିବାଦ।

୩୪. ନ୍ୟାୟପାଳିକାରେ ହସ୍ତକ୍ଷେପ କରି ‘ସ୍ୱାଧୀନ ବକ୍ତବ୍ୟ’ ଏବଂ ଗଣମାଧ୍ୟମ ପରୀକ୍ଷା ନାମରେ ଅରାଜକତାକୁ ପ୍ରୋତ୍ସାହିତ କରି କଂଗ୍ରେସ ଆଜି ନୂତନ ଉପାୟରେ ସମାନ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଚାହୁଁଛି।
୩୫. କଂଗ୍ରେସ ନିଜ ଶାସନରେ ଯେଉଁ ଅନୁଷ୍ଠାନଗୁଡ଼ିକୁ ଗଣତନ୍ତ୍ରର ରକ୍ଷକ ବୋଲି କହୁଛି, ସେମାନଙ୍କୁ ରବର ଷ୍ଟାମ୍ପରେ ପରିଣତ କରେ। ଏହି ଦୋମୁହାଁ ନୀତି ଆଜି ମଧ୍ୟ ଏହାର ରାଜନୀତିରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ।

୩୬. କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାରର ମାନସିକତା ଏବେ ବି ‘ଆମେ ହିଁ ରାଷ୍ଟ୍ର’ ଚିନ୍ତାଧାରା ସହିତ ଜଡିତ ଏବଂ ଏହି କାରଣରୁ ସେମାନେ ସର୍ବଦା ଏକ ସ୍ପଷ୍ଟ ସଂଖ୍ୟାଗରିଷ୍ଠ ଲୋକଙ୍କୁ ‘ଗଣତନ୍ତ୍ରର ସଙ୍କଟ’ ଭାବରେ ଦେଖନ୍ତି।

୩୭. ଯେତେବେଳେ ଦୁର୍ନୀତି ମାମଲାରେ ଗାନ୍ଧୀ ପରିବାରର ତଦନ୍ତ କରାଯାଏ, କଂଗ୍ରେସ ‘ଗଣତନ୍ତ୍ର ବିପଦରେ ଅଛି’ ବୋଲି ଚିତ୍କାର କରେ। ମନେରଖନ୍ତୁ କୋର୍ଟ ଦ୍ୱାରା ଅଯୋଗ୍ୟ ଘୋଷଣା ହେବା ପରେ ଇନ୍ଦିରା ଗାନ୍ଧୀ ସମାନ ଭାଷା ଗ୍ରହଣ କରିଥିଲେ।

୩୮. ଯେତେବେଳେ କଂଗ୍ରେସକୁ କ୍ଷମତାରୁ ବାହାର କରାଯାଇଛି, ସେତେବେଳେ ଏହା ନା ଜନାଦେଶକୁ ସମ୍ମାନ କରିଛି ନା ବିରୋଧୀ ଦଳର ମର୍ଯ୍ୟାଦାକୁ ବଜାୟ ରଖିଛି। ଆଜି ମଧ୍ୟ କଂଗ୍ରେସ ସେତିକିବେଳେ ଗଣତନ୍ତ୍ରରେ ବିଶ୍ୱାସ କରେ ଯେତେବେଳେ ଆସନ ତା’ପାଖରେ ଥାଏ।

Leave a Reply