ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତର ଅଟକ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୧୦ ଜଣଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ

ବାଂଲାଦେଶୀ ଧରପଗଡ଼ ଜୋଦାର ଜଗତସିଂହପୁରରୁ ଠାବ ହେଲେଣି ୩୦ଜଣ
ଜଗତସିଂହପୁର: ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଠାବ କରିବା ପାଇଁ ମାରାଥନ୍ ଚଢ଼ଉ ଜାରି ରଖିଛି ଜିଲ୍ଲା ପୁଲିସ | ମଙ୍ଗଳବାର ବିଳମ୍ବିତ ରାତିରେ ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତର ଅଟକ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୧୦ ଜଣଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି। ସେମାନେ ଦୁଇଟି ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ଭିତରେ ୭ ଜଣ ପୁରୁଷ ଓ ମହିଳା ଥିବା ବେଳେ ୩ ଜଣ ପିଲା ଅଛନ୍ତି। ବିରିଡ଼ି ବାଗଲପୁର ବାତ୍ୟା ଆଶ୍ରୟସ୍ଥଳୀରେ ସେମାନଙ୍କୁ ରଖାଯାଇ ଅଧିକ ପଚରାଉଚରା କରୁଛି ସ୍ବତନ୍ତ୍ର ଟିମ୍। ସେମାନେ କେଉଁ ରୁଟ୍‌ରେ ଆସିଲେ, କିଏ ସେମାନଙ୍କୁ ଆଣିଲା, କେତେଦିନ ହେଲା ଏଠାରେ ରହୁଥିଲେ, ସେମାନଙ୍କର ଆଉ କେଉଁ ସମ୍ପର୍କୀୟମାନେ ରହିଛନ୍ତି ସେ ସମ୍ପର୍କରେ ଖୋଳତାଡ଼ କରାଯାଉଛି। ଯାଞ୍ଚ ଓ ତଥ୍ୟ ପ୍ରମାଣ ହାସଲ ପରେ ସେମାନଙ୍କୁ ଆଠଗଡ଼ରେ ହୋଇଥିବା କେନ୍ଦ୍ରୀୟ କ୍ୟାମ୍ପକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ବେହେରାମପୁର ବସ୍ତିରେ ଚଢ଼ଉ ପରେ ବାଂଲାଦେଶୀ ରହୁଥିବା ସାମନାକୁ ଆସିଥିଲା। ସେହି ଲିଙ୍କ୍ ତରିକୁନ୍ଦ ସ୍କୁଲ
ପଛପାଖରେ ମଧ୍ୟ ବାଂଲାଦେଶୀ। ଜାଲ୍ କାଗଜପତ୍ର ବଳରେ ରହୁଥିବା ଅଭିଯୋଗ ଆସିବା ପରେ ଚଢ଼ଉ କରାଯାଇଥିଲା। ଦୁଇଟି ଯାକ ବସ୍ତିରୁ ୨୦ ଜଣ ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଇଥିଲା । ପଚରାଉଚରା ବେଳେ ତରିକୁନ୍ଦ ସ୍କୁଲ ପଛପାଖ ଦରିଆପୁର ବସ୍ତିରେ ସେମାନଙ୍କ ସମ୍ପର୍କୀୟ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା । ଏବେ ସୁଦ୍ଧା ଜଗତସିଂହପୁରରୁ ୩୦ ଜଣ ବାଂଲାଦେଶୀଙ୍କୁ ଠାବ କରାଯାଇଛି।

Leave a Reply

Your email address will not be published. Required fields are marked *