ଗୁରୁବାର ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ

ପୁରୀ: ଅଣସର ଘରେ ଗୋପନ ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ୧୫ ଦିନର ଅଣସର ‌ଶେଷ କରି ଗୁରୁବାର ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ଦର୍ଶନ ଆରମ୍ଭ ହେବ। ଚଳିତ ଥର ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢ଼େ ୧୦ଟା ଯାଏଁ ସର୍ବସାଧାରଣ (ଭିତରକାଠ) ଦର୍ଶନ ଚାଲିବ। ପୂର୍ବାହ୍ଣ ସାଢ଼େ ୧୦ଟାରୁ ଦର୍ଶନ ବନ୍ଦ ହୋଇ ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେବ। ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ। ଯେଉଁ ଭକ୍ତମାନେ ଦର୍ଶନ ବଦଳରେ ବେଢ଼ା ପରିକ୍ରମା କରିବାକୁ ଚାହୁଛନ୍ତି, ସେମାନେ ବେଢ଼ା ପରିକ୍ରମା କରିପାରିବେ।

Leave a Reply

Your email address will not be published. Required fields are marked *