Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅପରେସନ୍ ଅଜୟ-ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅପରେସନ୍ ଅଜୟ-ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ

ଭୁବନେଶ୍ୱର: ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି ଆଉ ୭ ଜଣ ଓଡ଼ିଆ । ‘ଅପରେସନ୍ ଅଜୟ’ ଜରିଆରେ ସେମାନଙ୍କୁ ଇସ୍ରାଏଲରୁ ଉଦ୍ଧାର କରାଯାଇଛି ।ସେମାନେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି । ଏହାସହ ଯୁଦ୍ଧ ବିଭିଷୀକାକୁ ଅତି ନିକଟରୁ ଦେଖିଥିବା ଏମାନେ ବଖାଣିଛନ୍ତି ଇସ୍ରାଏଲର ଛାତିଥରା ଅନୁଭୂତି । ଓଡ଼ିଶାରେ ପହଞ୍ଚିବା ପରେ ସେମାନେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି । ଏଥିପାଇଁ ସେମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୯ଜଣ ପ୍ରତ୍ୟାବର୍ତ୍ତନ କରିଥିଲେ । ‘ଅପରେସନ ଅଜୟ’ ଜରିଆରେ ଚତୁର୍ଥ ପର୍ଯ୍ୟାୟରେ ଇସ୍ରାଏଲରୁ ଭାରତ ମୋଟ ୨୭୪ ଭାରତୀୟ ଆସିଛନ୍ତି । ସୂଚନା ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ରୁ ୨୦ ହଜାର ଭାରତୀୟ ରହୁଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ ହଜାର ଲୋକ ଇସ୍ରାଏଲୀ ବୟୋବୃଦ୍ଧଙ୍କ କେୟାର ଗିଭର୍ ଭାବେ କାର୍ଯ୍ୟ କରନ୍ତି । ଅନ୍ୟମାନେ ମୁଖ୍ୟତଃ ହୀରା ବ୍ୟବସାୟୀ, ଆଇଟି ପ୍ରଫେସନାଲ୍ ଓ ଡାକ୍ତରୀ ଛାତ୍ରଛାତ୍ରୀ । ‘ଅପରେସନ ଅଜୟ’ ଜରିଆରେ ସମସ୍ତେ ସୁରକ୍ଷିତ ନିଜ ଦେଶକୁ ଫେରିଥିବା ଭାରତୀୟ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା । ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ । ଇସ୍ରାଏଲ ଓ ପାଲେଷ୍ଟାଇନ୍‌? ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଉଭୟ ପକ୍ଷର ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଭାରତୀୟ ବି ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।

Leave a Reply